ଲକ୍‌ଡାଉନ୍‌ରୁ ଲାଭ

ଅନୁଗୋଳ ଅଫିସ, ୧୧।୪ – କରୋନା ବିପତ୍ତିରୁ ବର୍ତ୍ତିବା ପାଇଁ ଦେଶକୁ ଲକ୍‌ଡାଉନ୍‌ କରାଯାଇଥିଲେ ବି ଅନୁଗୋଳ ସହର ଉପକଣ୍ଠରେ ଘର ନିର୍ମାଣ କରୁଥିବା କେତେଜଣ ଲୋକ ଏଥିରୁ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି। ସେମାନେ ସମସ୍ତ କଟକଣା ଉଲ୍ଲଂଘନ କରି ଜିଲାରେ ଅଟକିଥିବା ରାଜ୍ୟ ବାହାରର ଶ୍ରମିକଙ୍କୁ କମ୍‌ ମଜୁରିରେ ନିର୍ମାଣ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହେଉଛି। ଏପରି କି ଶ୍ରମିକମାନଙ୍କୁ ଏକାଠି କରି ଗାଡ଼ିରେ ନିର୍ମାଣସ୍ଥଳକୁ ନିଆଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। କିନ୍ତୁ ଏପରି ଅମାନିଆ ଲୋକଙ୍କ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଢେଙ୍କାନାଳକୁ କରୋନା ଭାଇରସ୍‌ ଛୁଇଁସାରିଥିବାରୁ ଅନୁଗୋଳ ଜିଲାବାସୀ ଓ ପ୍ରଶାସନ ଅଧିକ ସତର୍କ ହୋଇଯାଇଛନ୍ତି। ଏପରି ସମୟରେ ସର୍ବାଧିକ ସାବଧାନତା ଅବଲମ୍ବନ ଅତ୍ୟନ୍ତ ଜରୁରୀ। ସାଧାରଣ ଲୋକେ ଏହା ବୁଝୁଥିବା ବେଳେ ଅନୁଗୋଳ ଉପକଣ୍ଠର ଅନେକ ସ୍ଥାନରେ ଘର ନିର୍ମାଣ କରୁଥିବା ଲୋକମାନଙ୍କ ମାନସିକତାରେ କିନ୍ତୁ ପରିବର୍ତ୍ତନ ଆସୁନାହିଁ। ସେମାନେ ନିର୍ମାଣ କାମ ବନ୍ଦ ରଖିବା ପରିବର୍ତ୍ତେ ପରିସ୍ଥିତିରୁ ଫାଇଦା ଉଠାଇ ଶୀଘ୍ର ଓ କମ୍‌ ଅର୍ଥରେ କାର୍ଯ୍ୟ ସମ୍ପନ୍ନ କରିବାକୁ ଚାହୁଁଛନ୍ତି। ତେଣୁ ଜିଲାରେ ଅଟକିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନେ ଟାର୍ଗେଟ୍‌ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ରୋଜଗାର ନ ପାଇ ପେଟ ଚିନ୍ତାରେ ଥିବା ଏହି ଶ୍ରମିକମାନେ ମଧ୍ୟ କମ୍‌ ମଜୁରିରେ ରାଜି ହୋଇଯାଉଛନ୍ତି। ଶ୍ରମିକ ଠିକ୍‌ ହୋଇଯିବା ପରେ ବାହାର ଅଞ୍ଚଳର ରାଜମିସ୍ତ୍ରିମାନେ ସେମାନଙ୍କୁ ଟ୍ରାକ୍ଟର ଯୋଗେ ନିର୍ମାଣସ୍ଥାନକୁ ନେବାଆଣିବା କରୁଛନ୍ତି। ଏପରି ପରିବହନରେ ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁ ନ ଥିବାବେଳେ ଶ୍ରମିକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ତଥାପି ମଜୁରି ଆଶାରେ ଶ୍ରମିକମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ପୋଲିସ ଓ ପ୍ରଶାସନ ମଧ୍ୟ ଆଖିବୁଜି ଦେଇଛି। କାରଣ ସହରର ପ୍ରତି ଛକରେ ପୋଲିସ ଜଗି ରହିଥିବା ବେଳେ ମାଳ ମାଳ ପାଟ୍ରୋଲିଂ ଭ୍ୟାନ୍‌ ସହରରେ ପଇଁତରା ମାରୁଛି। ହେଲେ ଏପରି ବେଆଇନ କାର୍ଯ୍ୟ ପ୍ରତି କେମିତି କାହାର ଦୃଷ୍ଟି ପଡ଼ୁନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ୍‌କୁ କଡ଼ାକଡ଼ି କରିବାକୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି। ଯଦି ଏଭଳି କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ନଜରକୁ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଲୋକମାନେ ଏ ନେଇ ସୂଚନା ଦେଲେ ପ୍ରଶାସନ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri