ଲକ୍‌ଡାଉନ୍‌ ହଟିଲେ ମଧୁମେହ ରୋଗୀଙ୍କୁ ବିପଦ

ଲଣ୍ଡନ,୨୬ା୫: ଲକ୍‌ଡାଉନ ହଟାଯିବା ପରେ ମଧ୍ୟ ମଧୁମେହ ରୋଗୀଙ୍କୁ ଘର ଭିତରେ ରହିବାକୁ ପଡ଼ିପାରେ। କାରଣ କରୋନା ସଂକ୍ରମଣର ଅଧିକ ଆଶଙ୍କା ଥିବା ବର୍ଗରେ ସେମାନେ ରହିଛନ୍ତି। ଏପରି କି ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ ବୋଲି ଗବେଷକମାନେ କହିଛନ୍ତି।
ବ୍ରିଟେନର ନ୍ୟୁ ଆଣ୍ଡ ଏମାର୍ଜିଂ ରେସ୍ପିରେଟୋରି ଭାଇରସ୍‌ ଥ୍ରେଟ୍‌ସ ଆଡଭାଇଜରି ଗ୍ରୁପ୍‌ର ଚେୟାରମ୍ୟାନ ପ୍ରଫେସର ପିଟର ହୋର୍ବେ କହିଛନ୍ତି ଯେ, ମଧୁମେହ ରୋଗୀଙ୍କୁ ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀ ଭାବେ ବିବେଚନା କରାଯାଉଛି। ସେମାନଙ୍କ ସ୍ବାସ୍ଥ୍ୟ ସମୀକ୍ଷା ସବୁବେଳେ କରାଯିବା ଉଚିତ। ଗତ ସପ୍ତାହରେ ବ୍ରିଟେନର ହସ୍ପିଟାଲଗୁଡ଼ିକରେ କରୋନାରେ ପ୍ରାଣ ହରାଇଥିବା ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ମଧୁମେହରେ ଆକ୍ରାନ୍ତ ଥିଲେ। ଏହାକୁ ବିଶେଷଜ୍ଞମାନେ ଗମ୍ଭୀରତାର ସହ ଅନୁଧ୍ୟାନ କରୁଛନ୍ତି। ଏ ସମ୍ପର୍କରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନୁଫିଲ୍ଡ ଡିପାର୍ଟମେଣ୍ଟ ଅଫ୍‌ ମେଡିସିନ ଅନ୍ତର୍ଗତ ଏମାର୍ଜିଂ ଇନ୍‌ଫେକ୍ସିଅସ୍‌ ଡିଜିଜ୍‌ ଆଣ୍ଡ ଗୋବାଲ୍‌ ହେଲ୍‌ଥର ପ୍ରଫେସରମାନେ ବର୍ତ୍ତମାନ ବିଭିନ୍ନ ଦେଶର ସରକାରୀ ପରାମର୍ଶଦାତାଙ୍କ ସହ ଆଲୋଚନା କରୁଛନ୍ତି ବୋଲି ଦୈନିକ ଟେଲିଗ୍ରାଫ୍‌ ରିପୋର୍ଟ କରିଛି।
ଲକ୍ଷଣ ଦୃଷ୍ଟିରୁ ମଧୁମେହ ରୋଗୀମାନେ ବର୍ତ୍ତମାନ ‘ଅତ୍ୟଧିକ ଅସୁରକ୍ଷିତ’ ପରିବର୍ତ୍ତେ ‘ଅସୁରକ୍ଷିତ’ ଶ୍ରେଣୀଭୁକ୍ତ ହୋଇଛନ୍ତି, ଯେଉଁମାନେ କି ସବୁଠାରୁ ଅଧିକ ପ୍ରଭାବିତ ଗୋଷ୍ଠୀ। ଏବେ ଯେକୌଣସି ପରିସ୍ଥିତିରେ ସେମାନେ ଘରେ ରହିବା ଉଚିତ ବୋଲି ସେମାନଙ୍କ ଡାକ୍ତରଙ୍କଠାରୁ ପରାମର୍ଶ ପାଉଛନ୍ତି। ମଧୁମେହ ରୋଗୀଙ୍କ ଉପରେ ମହାମାରୀ କରୋନାର ପ୍ରଭାବକୁ ନେଇ ଅଧିକ ଅନୁସନ୍ଧାନ ଆବଶ୍ୟକ କି ନାହିଁ ତାହା ବୈଜ୍ଞାନିକମାନେ ଆଲୋଚନା ଚଳାଇଛନ୍ତି। ସରକାରୀ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, କରୋନା ସଂକ୍ରମଣରେ ଟାଇପ୍‌-୧ ମଧୁମେହ ରୋଗୀଙ୍କ ମୃତ୍ୟୁ ଘଟିବା ଆଶଙ୍କା ଅନ୍ୟ ରୋଗୀଙ୍କ ତୁଳନାରେ ସାଢ଼େ ୩ ଗୁଣ ଅଧିକ। ସେହିପରି ଟାଇପ୍‌-୨ ମଧୁମେହ ରୋଗୀମାନେ ପ୍ରାୟତଃ ମୋଟା ଏବଂ ଅଧିକ ଓଜନିଆ। କରୋନାରେ ଏହି ବର୍ଗର ରୋଗୀଙ୍କ ମୃତ୍ୟୁ ଆଶଙ୍କା ୨ଗୁଣ ବୋଲି ଜଣାପଡ଼ିଛି।
‘ଡାଇବେଟିସ୍‌ ୟୁକେ’ର ନୀତି ନିର୍ଦ୍ଦେଶକ ବ୍ରିଜେଟ୍‌ ଟର୍ନର କହିଛନ୍ତି, ସମସ୍ତ ମଧୁମେହ ରୋଗୀଙ୍କୁ ଗୋଟିଏ ଉପାୟରେ ଚିକିତ୍ସା କରାଯାଇପାରିବ ନାହିଁ। କାରଣ ଅନେକ ପ୍ରକାରର ମଧୁମେହ ରୋଗ ଅଛି। ଏପରି ପରିସ୍ଥିତିରେ ସମସ୍ତଙ୍କ ପାଇଁ ସମାନ ନିୟମ ପ୍ରୟୋଗ କରିବା ଠିକ୍‌ ନୁହେଁ।
ସବୁଠାରୁ ଅଧିକ ପ୍ରଭାବିତ କରୋନା ରୋଗୀଙ୍କ ମଧ୍ୟରେ ମେଦବହୁଳତା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜଣାପଡିଛି। ସାଧାରଣତଃ ମେଦବହୁଳ ବ୍ୟକ୍ତିମାନେ ଟାଇପ୍‌-୨ ମଧୁମେହର ଶିକାର ହୋଇଥାନ୍ତି। ଚଳିତ ମାସ ପ୍ରାରମ୍ଭରେ ପ୍ରାୟ ୫ ଲକ୍ଷ ବ୍ରିଟେନବାସୀଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ସଂକ୍ରମଣ ଯୋଗୁ ମୋଟା ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ଦୁଇଗୁଣ ଅଧିକ। ଏକ ଆକଳନ ଅନୁଯାୟୀ ବ୍ରିଟେନରେ ପ୍ରାୟ ୪୦ ଲକ୍ଷ ମଧୁମେହ ରୋଗୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri