ଲକ୍‌ଡାଉନ୍‌ ସଙ୍କଟରୁ ବ୍ୟାପକ ଜଙ୍ଗଲ କ୍ଷୟ

ନୂଆଦିଲ୍ଲୀ,୨୭ା୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନ ଦ୍ୱାରା ପରିବେଶ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥିବା ଖବର ମିଳୁଛି। କୁହାଯାଉଛି ଯେ, ଲକ୍‌ଡାଉନ ଯୋଗୁ ଲୋକେ ଘରେ ରହୁଥିବାରୁ ତାହାର ପ୍ରଭାବରେ ପରିବେଶ ସୁଦୃଢ଼ ହୋଇଛି। ଲୋକଙ୍କ ବହୁ କାର୍ଯ୍ୟକଳାପ ବନ୍ଦ ହେବା ଯୋଗୁ ପ୍ରକୃତିକୁ ବିରାମ ମିଳିଥିବା ଅନେକେ ଭାବୁଛନ୍ତି। କିନ୍ତୁ ବାସ୍ତବରେ ତାହା ନୁହେଁ ବୋଲି ଏକ ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି। ଲକ୍‌ଡାଉନ ଜଗତ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇଥିବା ନେଇ ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁଜ୍‌ ଏଜେନ୍ସି ଥମ୍‌ସନ ରଏଟର୍ସ ସହ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ, ଲକ୍‌ଡାଉନ ବିଶ୍ୱର ଜଙ୍ଗଲ ପ୍ରତି ବିପଦ ବଢ଼ାଇଦେଇଛି।
ରିପୋର୍ଟ ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ କୋଟି କୋଟି ଗରିବ ନିଯୁକ୍ତି ହରାଇ ବେକାର ହୋଇଯାଇଛନ୍ତି। ଖାଦ୍ୟ ନ ପାଇବା ଯୋଗୁ ସେମାନେ ସହର ଛାଡ଼ି ଗ୍ରାମାଞ୍ଚଳର ନିଜ ଘରକୁ ଫେରିଛନ୍ତି। ଫଳରେ ଜୀବିକା, ଆଶ୍ରୟ, ଖାଦ୍ୟ ପାଇଁ ଏବେ ସେମାନେ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ଜାଳେଣି ପାଇଁ ଗଛ କାଟିବାରେ ଲାଗିଛନ୍ତି। ସମଗ୍ର ବିଶ୍ୱରେ ୧୦୦ କୋଟି ଲୋକ ବନ୍ୟ ଖାଦ୍ୟ ଉପରେ ଏବଂ ୨୪୦ କୋଟି ଲୋକ ରୋଷେଇ ପାଇଁ କାଠ ଉପରେ ନିର୍ଭର କରୁଛନ୍ତି। କେବଳ ଏତିକି ନୁହେଁ, ସାରା ଦୁନିଆରେ ଅତ୍ୟଧିକ ଦାରିଦ୍ର୍ୟ ଭିତରେ ଜୀବନ ବିତାଉଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ଜୀବିକା ଜଙ୍ଗଲ ଉପରେ ନିର୍ଭରଶୀଳ।
ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ)ର ବନ ବିଭାଗ ନିର୍ଦ୍ଦେଶକ ମେଟ୍ଟେ ୱିଲ୍କିି କହିଛନ୍ତି ଯେ, ଖାଦ୍ୟ ଏବଂ ଜାଳେଣି ପାଇଁ ଗଛ କଟାଯାଇଥାଏ। ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ ରୋଷେଇ ପାଇଁ କାଠ ଉପରେ ନିର୍ଭର କରନ୍ତି। କିନ୍ତୁ ଏହି ସଂଖ୍ୟା ଲକ୍‌ଡାଉନ୍‌ ସମୟରେ ଆହୁରି ବୃଦ୍ଧି ପାଇପାରେ। ଏଫ୍‌ଏଓ ଏହାର ‘ଷ୍ଟେଟ୍‌ ଅଫ୍‌ ଦ ୱାଲର୍‌ଡସ୍‌ ଫରେଷ୍ଟ ୨୦୨୦’ ରିପୋର୍ଟରେ ବୃଦ୍ଧି ପାଉଥିବା ସଂକ୍ରାମକ ରୋଗ କରୋନା ସହ ଜଙ୍ଗଲ ନଷ୍ଟ ହେବା ବିଷୟ ଯୋଡ଼ିଛି। ରିପୋର୍ଟ ଅନୁଯାୟୀ, ୧୯୯୦ପରଠାରୁ ୪୨ କୋଟି ହେକ୍ଟର ଜମି ନଷ୍ଟ ହୋଇଯାଇଛି, ଯାହା ଦକ୍ଷିଣ ଆଫ୍ରିକାର ମୋଟ ଆକାରର ପ୍ରାୟ ୩ ଗୁଣ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଲକ୍‌ଡାଉନରେ ପ୍ରକୃତି ନିଜେ ବିଶ୍ରାମ ନେଉଛି ଏବଂ ନିଜକୁ ନିଜେ ଠିକ୍‌ କରିବାରେ ଲାଗିଛି ବୋଲି ଅପପ୍ରଚାର କରାଯାଉଛି। କିନ୍ତୁ ସତ୍ୟତା ଭିନ୍ନ। ଅନ୍ୟ ଏକ ରିପୋର୍ଟରେ ଡବ୍ଲ୍ୟୁଇଏଫ୍‌ କହିଛି ଯେ, କ୍ରାନ୍ତିବଳୟରେ ଥିବା ବହୁ ଗ୍ରାମାଞ୍ଚଳରେ ଜଙ୍ଗଲ ଧ୍ୱଂସ, ଜମି ଦଖଲ, ବେଆଇନ ଖଣି ଖନନ ଏବଂ ବନ୍ୟଜନ୍ତୁ ଶିକାର କରାଯାଉଛି। ପ୍ରକୃତି ଏବଂ ସମ୍ବଳ ଉପରେ ଅତ୍ୟଧିକ ଚାପର ଚିତ୍ର ସହର ବାହାର ଗ୍ରାମୀଣ କ୍ଷେତ୍ରରେ ଦେଖିବାକୁ ମିଳୁଛି ବୋଲି ଡବ୍ଲ୍ୟୁଇଏଫ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri