ଲକ୍‌ଡାଉନ୍‌ ପ୍ରଭାବ: କ୍ଷତି ସହୁଛନ୍ତି ପରିବା ଚାଷୀ

କଟକ ଅଫିସ୍‌,୧୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଜନଜୀବନ ଉପରେ ଗଭୀର ଭାବେ ପଡ଼ିିଛି। ବିଶେଷ ଭାବେ ପରିବା ଚାଷୀମାନେ ଏବେ ପ୍ରବଳ କ୍ଷତି ସହୁଛନ୍ତି। ଅମଳ ସମୟରେ ବିକ୍ରିକୁ ନେଇ ସେମାନେ ଚିନ୍ତାରେ ଅଛନ୍ତି।
ବିଶ୍ୱବାସୀଙ୍କ ଜୀବନଯାତ୍ରାକୁ କରୋନା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଛି। ଏହି ଦୁଃଖଦାୟକ ପରିସ୍ଥିତିରୁ ପରିବା ଚାଷୀ ବାଦ୍‌ ପଡ଼ି ନାହାନ୍ତି। ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁ ଓ ତାପରେ ଲକ୍‌ଡାଉନ ଘୋଷଣା ହେବା ଫଳରେ ପରିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେମାନେ ଘରୋଇ ହାତ ଉଧାରି ଓ ବେପାରୀମାନଙ୍କଠାରୁ ଋଣ ଆଣି ପରିବା ଚାଷରେ ବିନିଯୋଗ କରିଥିଲେ। ଫେବୃୟାରୀ ଓ ମାର୍ଚ୍ଚରେ ଅଦିନିଆ କୁଆପଥର ବର୍ଷା ଯୋଗୁ ଫସଲ ନଷ୍ଟ ହୋଇ ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ବର୍ତ୍ତମାନ ପରିବା ଅମଳ ସମୟ, ବିକ୍ରିବଟା ନ ଥିବାରୁ ଚାଷୀମାନଙ୍କୁ ନିରାଶ କରିଛି।

ସୂଚନାଯୋଗ୍ୟ, କଟକ ଜିଲାରେ ପ୍ରଚୁର ପରିମାଣରେ ପରିବା ଚାଷ ହୋଇଥାଏ। ଓଡ଼ିଶାକୁ ପରିବା ଯୋଗାଇବାରେ କଟକ ଅଗ୍ରଣୀ ଜିଲା ଭାବେ ପରିଚିିତ। ବର୍ତ୍ତମାନ ବାଇଗଣ, ବିନ୍‌, ଝୁଡ଼ଙ୍ଗ, କଖାରୁ, ଭେଣ୍ଡି, ଜହ୍ନି, କଲରା, ପୋଟଳ, ବିଲାତି ଓ କାକୁଡ଼ି ଆଦି ପ୍ରଚୁର ପରିମାଣରେ ଅମଳ ହେଉଛି। ଲକ୍‌ଡ଼ାଉନ୍‌ ଘୋଷଣା ହେବାପରେ ବେପାରୀମାନେ ନିଜ ଅଞ୍ଚଳରୁ ବଜାରକୁ ଅଧିକ ପରିମାଣର ପରିବା ଆଣିବା ଉପରେ କଟକଣା ଜାରି ହୋଇଛି। ଦୋକାନ ବଜାର ଓ ଆଞ୍ଚଳିକ ହାଟଗୁଡ଼ିକୁ ମଧ୍ୟ ବନ୍ଦକରି ଦିଆଯାଇଛି। ଅନ୍ୟପଟେ ପୋଲିସ ଜୁଲମ ଭୟରେ ଚାଷୀମାନେ ବଜାରକୁ ବେପାର କରିବାକୁ ଯାଇପାରୁ ନାହାନ୍ତି। ଫଳରେ ସେମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିବା ଚାଷୀଙ୍କ ହାତ ଉଧାରି ବେପାରୀ ଓ ସାର ଦୋକାନୀର ଟଙ୍କା ପରିଶୋଧ କରିବାର ଆଶା ମଉଳିଯାଇଛି। ପୂର୍ବ ଘୋଷିତ ୨୧ ଦିନର ଲକ୍‌ଡ଼ାଉନ୍‌କୁ ପୁନର୍ବାର ୧୬ ଦିନ ବୃଦ୍ଧି ହେବା ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଲକ୍‌ଡ଼ାଉନ୍‌ ସରିବା ବେଳକୁ ପରିବା ଅମଳ ହେବାର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟ ସରିଯାଇଥିବ। ଏ ପରିସ୍ଥିତିରେ ଚାଷୀମାନେ ମାନସିକ ଭାରସାମ୍ୟ ହରାଇ ଆମତ୍ହତ୍ୟା ରାସ୍ତାକୁ ଆବୋରି ନେଇପାରନ୍ତି ବୋଲି ଏସ୍‌ୟୁସିଆଇ(ସି) କଟକ ଜିଲା ସମ୍ପାଦକ ବିଶ୍ୱାବସୁ ଦାସ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି। ସରକାର ସମସ୍ତ ଚାଷୀ ପରିବାକୁ ଚିହ୍ନଟକରି ପ୍ରତ୍ୟେକଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ସେ ସରକାରଙ୍କ ପାଖରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri