ଲକ୍‌ଡାଉନ୍‌: ପୋଲସରାରୁ ବଲାଙ୍ଗୀର ଅଭିମୁଖେ ଶ୍ରମିକ

ଭଞ୍ଜନଗର/ପୋଲସରା,୮ା୫(ଡି.ଏନ୍‌.ଏ.) : ଲକ୍‌ଡାଉନ୍‌ ଯୋଗୁ ଶ୍ରମିକମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିଭଳି ଗଞ୍ଜାମ ଜିଲା ପୋଲସରା ନିକଟସ୍ଥ ହାତୀଓଟ ଏବଂ କେନ୍ଦୁବାଡ଼ି ଅଞ୍ଚଳର ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ଶ୍ରମିକମାନେ ଶୁକ୍ରବାର ନିଜ ଭିଟାମାଟି ଅଭିମୁଖେ ଚାଲିଚାଲି ବାହାରିଛନ୍ତି। ପୋଲସରା, ବେଲଗୁଣ୍ଠା, ଭଞ୍ଜନଗର ବ୍ଲକ ଓ ଏନଏସି ଅତିକ୍ରମ କରିବା ପରେ ସେମାନେ ସୋରାଦେବୀ ମନ୍ଦିର ରାସ୍ତାରେ ରୋଷେଇ କରିବା ପାଇଁ ଅଟକିଛନ୍ତି। ବାଟରେ ସେମାନଙ୍କ ଯାତାୟାତ ସମ୍ପର୍କରେ ପ୍ରଶାସନ ଜାଣିଥିଲେ ମଧ୍ୟ ସାହାଯ୍ୟ କରିନାହିଁ। ଏନେଇ ପାଟଣାଗଡ଼ ସାଳପଦର ଗ୍ରାମର ଜଣେ ଶ୍ରମିକ କହିଛନ୍ତି, ଲକ୍‌ଡାଉନ୍‌ ପୂର୍ବରୁ ଆମେ ଆସି ହାତୀଓଟ ଇଟାଭାଟିରେ କାମ କରୁଥିଲୁ। ୨ମାସ ହେବ କାମ ବନ୍ଦ ହୋଇଯାଇଛି । ଖାଇବା ପାଇଁ ପାଖରେ ଟଙ୍କାଟିଏ ନାହିଁ। ପ୍ରଶାସନକୁ ସହଯୋଗ ମାଗିଥିଲୁ ଭିଟାମାଟିକୁ ଫେରାଇ ଦେବା ବ୍ୟବସ୍ଥା କରିବା ପାଇଁ। କିନ୍ତୁ ୧୫ଦିନ ହେଲା କେହି ତାଙ୍କ କଥା ନ ଶୁଣିବାରୁ ଶୁକ୍ରବାର ସକାଳୁ ଭିଟାମାଟିକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କ ମଧ୍ୟରେ ୧୨ଜଣ ପୁରୁଷ ଓ ମହିଳା ଥିବାବେଳେ ୬ଜଣ ଶିଶୁ ଅଛନ୍ତି। ପ୍ରଚଣ୍ଡ ଖରାରେ ବହୁତ କଷ୍ଟରେ ଶ୍ରମିକମାନେ ସେମାନଙ୍କ ଶିଶୁମାନଙ୍କୁ ଧରି ଯାତାୟାତ କରୁଛନ୍ତି। ଭଞ୍ଜନଗରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଥିବା ଜଣାପଡ଼ିଛି। ଏନେଇ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏନେଇ ତାଙ୍କୁ କେହି ଅବଗତ କରାଇନାହାନ୍ତି । ଯଦି ସୂଚନା ମିଳିଥାନ୍ତା ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri