ଲକ୍‌ଡାଉନ ପ୍ରଭାବ: ବିମାନ ଯାତ୍ରା କରି ନ ପାରି ଘରକୁ ସଜାଇଲେ ବିମାନ ଭଳି

ସିଡ୍‌ନୀ,୨୬।୪: ଲକ୍‌ଡାଉନକୁ ନେଇ ଅଷ୍ଟ୍ରେଲିଆରୁ ଆସିଛି ଭିନ୍ନ ଏକ ଘଟଣା। କରୋନା ମହାମାରୀ ପୂର୍ବରୁ ଅଷ୍ଟ୍ରେଲିଆର ଏକ ପରିବାର ୟୁରୋପ ବୁଲି ଯିବାକୁ ଯୋଜନା କରିଥିଲେ। ହେଲେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ହୋଇଯିବାରୁ ସମସ୍ତ ବିମାନ ଯାତ୍ରାକୁ ବାତିଲ କରିଦିଆଗଲା। ହେଲେ ଏହି ପରିବାର ବିମାନ ଯାତ୍ରାର ମଜା ଉଠାଇବା ପାଇଁ ନିଜ ଘରକୁ ବିମାନବନ୍ଦର ଓ ବିମାନ ଭଳି ସଜାଇ ଦେଇଥିଲେ। ଘରର ଗୋଟିଏ ସ୍ଥାନରେ ଲଗେଜ କାଉଣ୍ଟର ଥିବା ବେଳେ ଅନ୍ୟ ଭାଗରେ ଥିଲା ବିମାନର ସିଟ୍‌। ବୋର୍ଡ ପାସ୍‌ ସହ ବିମାନରେ ମିଳୁଥିବା ଖାଦ୍ୟ ଭଳି ଟ୍ରେରେ ସଜା ହୋଇଥିଲା ମିଲ୍‌। ଆଉ ଏମାନେ ଘରେ ହିଁ ସିଡ୍‌ନୀରୁ ମ୍ୟୁନିଖ ପର୍ଯ୍ୟନ୍ତ ୧୫ ଘଣ୍ଟା ଯାତ୍ରାର ମଜା ଉଠାଇଥିଲେ।

ଆଉ ଏହାର ପ୍ରତି ମୂହୂର୍ତ୍ତର ଫଟୋ ଓ ଭିଡିଓକୁ ସେମାନେ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ନ୍ୟୁକୈଶଲରେ ରହୁଥିବା କ୍ରେଷ୍ଟି ରସେଲ କୁହନ୍ତି, ୫ ବର୍ଷ ହେବ ସେ ଫ୍ରାମିଲି ଟ୍ରିପ୍‌ ପାଇଁ ଯୋଜନା କରିଥିଲେ। ହେଲେ ଠିକ୍‌ ଯେତେବେଳେ ସେମାନେ ବୁଲିବାକୁ ବାହାରିଛନ୍ତି ସେହି ସମୟରେ ହିଁ ଲକ୍‌ଡାଉନ ତାଙ୍କ ଯାତ୍ରାରେ ବାଧା ସୃଷ୍ଟି କରିଥିଲା। ହେଲେ ଯାତ୍ରାର ମଜା ଉଠାଇବାକୁ ଯାଇ ସେ ଘରକୁ ବିମାନ ବନ୍ଦର ଓ ବିମାନ ଭଳି ସଜାଇ ସବୁ ଘଟଣାକୁ ଅନୁଭବ କରିବା ଭଳି ପରିବେଶ ସୃଷ୍ଟି କରିଥିଲେ। ଏମିତିକି ତାଙ୍କ ପୋଷା କୁକୁର ମଧ୍ୟ ତାଙ୍କ ସହ ଯାତ୍ରା କରୁଥିବା ସେ କହିଛନ୍ତି। ବିଳମ୍ବ କାରଣରୁ ବିମାନ ନ ପାଇବାର ଘୋଷଣା କଥା ମଧ୍ୟ ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri