ଲକ୍‌ଡାଉନ ପରେ ଅନିଶ୍ଚିତତା

ନୂଆଦିଲ୍ଲୀ,୧୯।୪: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବା ପରେ ଏହାର ସଂକ୍ରମଣ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ କଠୋର ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଏଥିସହିତ କୋଭିଡ୍‌-୧୯ ଚିକିତ୍ସା ଲାଗି ସ୍ବତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଲକ୍‌ଡାଉନ ଭଳି କଠୋର ପଦକ୍ଷେପ ଯୋଗୁ ଜନଜୀବନ ଅଟକିଯିବା ସହ ଅର୍ଥନୀତି ଏକପ୍ରକାର ଅଚଳ ହୋଇପଡ଼ିଛି। କ୍ରୀଡାଠାରୁ ଆରମ୍ଭ କରି ଧର୍ମୀୟ କାର୍ଯ୍ୟ ଓ ସାମାଜିକ ସମାବେଶଗୁଡ଼ିକୁ ବାରଣ କରାଯାଇଛି। ୧୮୮ ଦେଶରେ ବନ୍ଦ ରହିଛି ସ୍କୁଲ। ଫଳରେ ୧୫୦ କୋଟିରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ସୀମା ସିଲ୍‌ କରିଦିଆଯିବା ସହ ବ୍ୟବସାୟ ବନ୍ଦ ରହିଛି। ଏହା ସତ୍ତ୍ୱେ ବିଭିନ୍ନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିଚାଲିଛି।
ଏବେ ପ୍ରଶ୍ନ ଉଠୁଛି, ଲକ୍‌ଡାଉନରୁ ବାହାରିବାର ରଣନୀତି କ’ଣ ହେବ। ବିପଦରୁ ବର୍ତ୍ତିବା ଲାଗି ଆମେ କୌଣସିପ୍ରକାରେ ଜୀବନ ଭେଳା ପାଇବାରେ ସକ୍ଷମ ହୋଇଛୁ। କିନ୍ତୁ କିପରି କୂଳରେ ଲାଗିବା ତାହା ଅସ୍ପଷ୍ଟ ରହିଥିବା ହାର୍ଭାର୍ଡ ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ ପବ୍ଲିକ୍‌ ହେଲ୍‌ଥ (ଏଚ୍‌ଏସ୍‌ପିଏଚ୍‌)ର ମହାମାରୀ ବିଶେଷଜ୍ଞ ମାର୍କ ଲିପ୍‌ସିଚ୍‌ କହିଛନ୍ତି। ମହାମାରୀରୁ ମୁକୁଳିବାକୁ ଯାଇ ବିଭିନ୍ନ ଦେଶ ନାଗରିକଙ୍କ ସ୍ବାସ୍ଥ୍ୟ, ସ୍ବାଧୀନତା ଓ ଆର୍ଥତ୍କ କାରବାର ଉପରେ ରୋକ୍‌ ଲଗାଇବାକୁ ବାଧ୍ୟ ହେବେ। ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ସ୍କୁଲ୍‌, ରେସ୍ତୋରାଁ, ବାର୍‌ ଆଦି ଖୋଲିପାରିବ ତ? ଲୋକମାନେ ପୁଣିଥରେ ସେମାନଙ୍କ କାର୍ଯ୍ୟାଳୟକୁ ଯାଇପାରିବେ ତ? ଲକ୍‌ଡାଉନ୍‌କୁ କିପରି କୋହଳ କରାଯିବ ତାହା ବିଜ୍ଞାନସମ୍ମତ ସହମତି ଭଳି ଜିନିଷ ନୁହେଁ ବୋଲି କହିଛନ୍ତି ଏଚ୍‌ଏସ୍‌ପିଏଚ୍‌ର ମହାମାରୀ ବିଶେଷଜ୍ଞ କାରୋଲିନ ବୁକି। ସମାଜକୁ ପୂର୍ବାବସ୍ଥାକୁ ଫେରାଇବା କଷ୍ଟକର ହୋଇପଡିବ ବୋଲି ଅଧିକାଂଶ ଗବେଷକ ଏକମତ ହୋଇଛନ୍ତି।
ଦୈନିକ ସଂକ୍ରମିତଙ୍କ ସଂଖ୍ୟା ନ ଗଣି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭାବୀ ବଂଶବିସ୍ତାର ସଂଖ୍ୟା ବା ‘ଆର୍‌’ ଆକଳନ କରିବା ଜରୁରୀ ହେବ ବୋଲି ମହାମାରୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାର ଅର୍ଥ ଜଣେ ଆକ୍ରାନ୍ତଙ୍କଠାରୁ ହାରାହାରି କେତେ ସଂକ୍ରମିତ ହେଉଛନ୍ତି। ଯଦି ‘ଆର୍‌’ ୧ରୁ ଅଧିକ ହୁଏ ତେବେ ସଂକ୍ରମଣ ବୃଦ୍ଧି ପାଉଛି ଓ ୧ରୁ କମ୍‌ ହେଲେ ସଂକ୍ରମଣ ହ୍ରାସ ପାଉଥିବା ବୁଝାଯିବ। ଲକ୍‌ଡାଉନର ଉଦ୍ଦେଶ୍ୟ ହେଉଛି, ଆର୍‌କୁ ୧ ତଳେ ରଖିବା। ମହାମାରୀ ଥରେ ଦମନ ହୋଇଯିବା ପରେ ଦେଶଗୁଡ଼ିକ କଟକଣା କୋହଳ କରିବା ଲାଗି ଉଦ୍ୟମ କରିପାରିବେ। ସେଥିପାଇଁ ଆର୍‌କୁ ନିୟନ୍ତ୍ରଣ କରିବାକୁ ହେଲେ ସରକାରଙ୍କୁ ଡ୍ୟାସ୍‌ବୋର୍ଡର ତିନୋଟି କଣ୍ଟ୍ରୋଲ ନବ୍‌କୁ ଅନୁଭବ କରିବାକୁ ହେବ ବୋଲି ହଂକଂ ୟୁନିଭର୍ସିଟିର ମଡେଲର ଗାବ୍ରିଏଲ୍‌ ଲେଉଙ୍ଗ୍‌ କହିଛନ୍ତି। ସେହି ତିନୋଟି କଣ୍ଟ୍ରୋଲ ନବ୍‌ ହେଲା- ରୋଗୀଙ୍କୁ ଆଇସୋଲେଶନରେ ରଖିବା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା, ସୀମାନ୍ତ କଟକଣା ଏବଂ ସାମାଜିକ ଦୂରତ୍ୱ।
ଆଗୁଆ କଟକଣା କଡ଼ାକଡ଼ି ଲାଗୁ କରିବା ଫଳରେ ସିଙ୍ଗାପୁର, ହଂକଂ, ଦକ୍ଷିଣ କୋରିଆ ମହାମାରୀକୁ ରୋକିବାରେ ସକ୍ଷମ ହୋଇପାରିଛନ୍ତି। ସେମାନେ ଆଗୁଆ ସଂକ୍ରମିତଙ୍କୁ ଚିହ୍ନଟ କରିବା, ଆଇସୋଲେଶନରେ ରଖିବା, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ସହ ଅନ୍ୟମାନଙ୍କ ଉପରେ ହାଲୁକା କଟକଣା ଲଗାଇଥିଲେ। ତେବେ ଏହି ରଣନୀତି ବ୍ୟାପକ ପରୀକ୍ଷା ଉପରେ ନିର୍ଭର କରୁଛି। ପରୀକ୍ଷା ପାଇଁ ପର୍ଯ୍ୟାପ୍ତ କିଟ୍‌ର ଅଭାବ ଯୋଗୁ ଅନ୍ୟ ଦେଶରେ ତାହା ବାଧାପ୍ରାପ୍ତ ହୋଇଛି। ସେହିପରି ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ସହଜ କଥା ନୁହେଁ। ଏଥିରେ ମୋବାଇଲ୍‌ ଫୋନ୍‌ ଆପ୍‌ ସହାୟକ ହୋଇଥିଲେ ହେଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। କଣ୍ଟାକ୍ଟ ଟ୍ରେସିଙ୍ଗ୍‌ ଆପ୍‌ର ବିକାଶ ଲାଗି ଗୁଗଲ୍‌ ଓ ଆପଲ୍‌ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଫ୍ରାନ୍ସ, ଜର୍ମାନୀ ଓ ଅନ୍ୟ କେତେକ ଦେଶ ପ୍ରୋଟୋକଲ ଆଧାରରେ ଏକ ଆପ୍‌ର ବିକାଶ କରିଛନ୍ତି। ତେବେ ଏହାକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରାଯାଇପାରୁନାହିଁ। କାରଣ ର ଲୋକ ଏହି ଆପ୍‌କୁ ଡାଉନଲୋଡ୍‌ କରି ସେମାନଙ୍କର ବିଶ୍ୱସ୍ତ ସୂଚନା ଓ ରୋଗ ସଂକ୍ରମଣର ପ୍ରଭାବ ସମ୍ପର୍କରେ ତଥ୍ୟ ଦେବା ନେଇ ସରକାର ସନ୍ଦିହାନ ଅଛନ୍ତି।
ଦ୍ୱିତୀୟ ପଦକ୍ଷେପ ହେଉଛି ସୀମା କଟକଣା। ଅଧିକାଂଶ ଦେଶ ବାହାର ନାଗରିକଙ୍କ ପାଇଁ ସେମାନଙ୍କ ସୀମା ସିଲ୍‌ କରିଛନ୍ତି ଓ ବାହାର ଦେଶରୁ ଫେରୁଥିବା ନିଜ ନାଗରିକଙ୍କୁ କ୍ୱାରାଣ୍ଟାଇନରେ ରଖୁଛନ୍ତି। ଏହି ପଦକ୍ଷେପ କିଛିଦିନ ପର୍ଯ୍ୟନ୍ତ ଚାଲିପାରେ। ତେବେ ବାହାର ଲୋକଙ୍କ ପାଇଁ ସୀମା ଖୋଲିଦେବା ପରେ କଣ୍ଟାକ୍ଟ ଟ୍ରେସିଂ ସିଷ୍ଟମ ଆଉ କାମ କରି ନ ପାରେ ବୋଲି ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ଡିଜିଜ୍‌ ମଡେଲର ଆଲୋସାଣ୍ଡ୍ରୋ ଭେସ୍ପିଗ୍‌ନାନି କହିଛନ୍ତି। ତୃତୀୟଟି ହେଲା ସାମାଜିକ ଦୂ୍‌ରତ୍ୱ। ଏହା ହେଉଛି ସଂକ୍ରମଣ କମାଇବାର ମୁଖ୍ୟ ପଦକ୍ଷେପ। ତେବେ ଏଥିପାଇଁ ଅର୍ଥନୀତି ଓ ସମାଜକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଅଷ୍ଟ୍ରିଆରେ ଛୋଟ ଦୋକାନ ଖୋଲିବା ଆରମ୍ଭ ହେଲାଣି। ଧୀରେ ଧୀରେ ସ୍କୁଲ ଖୋଲିବା ଲାଗି ବିଭିନ୍ନ ମହଲରେ ଯୁକ୍ତି କରାଯାଉଛି। ତେବେ ଏକ ଦୂରଦର୍ଶୀ ପନ୍ଥା ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଛି। ଆର୍‌କୁ ପ୍ରଭାବିତ କଲାଭଳି ନିର୍ଦ୍ଦିଷ୍ଟ ପଦକ୍ଷେପ ଆଗକୁ ଆସିପାରୁନାହିଁ। କାରଣ ସଂକ୍ରମଣ ହେବାରୁ ବହୁଦିନ ପରେ ଏହାର ଲକ୍ଷଣ ଜଣାପଡ଼ୁଛି। ତେଣୁ ସରକାର କୌଣସି ପଦକ୍ଷେପ ନେଲେ କିମ୍ବା ତାହାକୁ ଉଠାଇବାକୁ ହେଲେ, ତୁରନ୍ତ କାର୍ଯ୍ୟକାରୀ ନକରି ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri