Posted inଖେଳ

ଲକ୍ଷ୍ୟ ଏସିଆନ ଜୁନିୟର

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)-
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୭ମ ଦିବସରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ମିଳିଛି। ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିବସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନୀଷା ମେରେଲ ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଏହି ବିଶ୍ୱବିଦ୍ୟାଳୟର ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଛି। ମହିଳା ରଗ୍‌ବୀରେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ପୁରୁଷ ଦଳକୁ ବ୍ରୋଞ୍ଜ ପଦକ ମିଳିଛି।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ଲଙ୍ଗଜମ୍ପରେ ସ୍ବର୍ଣ୍ଣ ପଦକ ଜିତିବାପରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ମନୀଷା ମେରେଲ। ଆହତ ସମସ୍ୟା ଯୋଗୁ ସେ ୧୦୦ ମିଟରରେ ଭାଗ ନ ନେଇ କେବଳ ଲଙ୍ଗଜମ୍ପ ଉପରେ ହିଁ ଏକାଗ୍ର ରହିଥିଲେ। ତା’ର ଫଳ ମଧ୍ୟ ତାଙ୍କୁ ମିଳିଛି। ଆଗକୁ ଆସୁଥିବା ଏସିଆନ ଜୁନିୟର ଆଥଲେଟିକ୍ସ ମିଟ୍‌ରେ ପଦକ ଜିତିବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ ବୋଲି ସେ ପ୍ରକାଶ କରିଛନ୍ତି
ପ୍ର: କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ପଦକ ଜିତିବାର ଅନୁଭୂତି କିପରି ରହିଛି ?
ଉ: କୌଣସି ଜାତୀୟ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବାରୁ ବହୁତ ଖୁସି ଲାଗୁଛି। ଏହା ନିଶ୍ଚିତ ସବୁଦିନେ ମନେ ରହିବ। ଷ୍ଟାଡିୟମର ଭିତ୍ତିଭୂମି ବହୁତ ଭଲ।
ପ୍ର: ପ୍ରତିଦ୍ୱନ୍ଦ୍ୱିତା କେତେ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ?
ଉ: ପ୍ରତିଯୋଗିତା ବହୁତ ଟପ୍‌ ଥିଲା। ଭଲ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ମୁଁ ପୂର୍ବରୁ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲି, ମାତ୍ର ସ୍ବର୍ଣ୍ଣ ପଦକ କେବେ ପାଇ ନ ଥିଲି। ଏଠାରେ ସମସ୍ତଙ୍କୁ ପଛରେ ପକାଇ ଦେଇଥିବାରୁ ଖୁସି।
ପ୍ର: ଟ୍ରେନିଂ କିପରି ଚାଲିଛି ?
ଉ: ମୁଁ ଏବେ ଖେଲୋ ଇଣ୍ଡିଆ ଏକାଡେମୀ କିଟ୍‌ରେ ରହୁଛି। ସେଠାରେ ଗଡ଼ନାୟକଙ୍କଠାରୁ ଟ୍ରେନିଂ ନେଉଛି। ଏଠାରେ ଟ୍ରେନିଂ ନେବା ଦ୍ୱାରା ମୋ ପ୍ରଦର୍ଶନରେ ବହୁତ ଉନ୍ନତି ହୋଇଛି।
ପ୍ର: ଖେଳ ଜୀବନ କେବେ ଆରମ୍ଭ ହୋଇଥିଲା ?
ଉ: ମୁଁ ୧୩ ବର୍ଷର ହୋଇଥିବାବେଳେ ଖେଳ ଆରମ୍ଭ କରିଥିଲି। ପ୍ରଥମେ ରାଜ୍ୟ ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇଥିଲି। କଟକରେ ୨୦୧୩ରେ ଅନୁଷ୍ଠିତ ରାଜ୍ୟ ମିଟ୍‌ରେ ଭଲ ପ୍ରଦର୍ଶନ ପାଇଁ ସାଇ ହଷ୍ଟେଲ ଟ୍ରାଏଲରେ ଭାଗନେବାକୁ ମନୋନୀତ ହୋଇଥିଲି। ପ୍ରତିଭା ଚୟନରେ ମନୋନୀତ ହୋଇ ସାଇ ସୁନ୍ଦରଗଡ଼ରେ ରହୁଥିଲି।
ପ୍ର: ଏଠାରେ କେବଳ ଲଙ୍ଗଜମ୍ପ କାହିଁକି ?
ଉ: ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅବସରରେ ଡାହାଣ ପାଦରେ ଆଘାତ ଲାଗିଥିଲା। ଫଳରେ ପ୍ରତିଯୋଗିତା ଅଧାରୁ ଛାଡ଼ିବାକୁ ପଡ଼ିଥିଲା। ମୁଁ ଆହତାବସ୍ଥାରୁ ମୁକୁଳି ଥିବାରୁ କେବଳ ଲଙ୍ଗଜମ୍ପ କରିବି ବୋଲି କୋଚ୍‌ଙ୍କୁ ଜଣାଇଥିଲି। କାରଣ ପ୍ରତିଯୋଗିତାଗୁଡ଼ିକରେ ୧୦୦ ମିଟର ଓ ଲଙ୍ଗଜମ୍ପ ଇଭେଣ୍ଟ ମଧ୍ୟରେ ବେଶି ଦିନ ବ୍ୟବଧାନ ନ ଥାଏ।
ପ୍ର: ଫେଭରାଇଟ ଇଭେଣ୍ଟ ?
ଉ: ଲଙ୍ଗଜମ୍ପ ମୋର ଫେଭରାଇଟ। ଏଥିରେ ଆଗକୁ ବଢ଼ିବା ମୋର ଲକ୍ଷ୍ୟ।
ପ୍ର: ଖେଲୋ ଇଣ୍ଡିଆ ଏକାଡେମୀକୁ ଆସିବାପରେ କ’ଣ ଫାଇଦା ମିଳିଛି ?
ଉ: ଏଠାରେ ସଞ୍ଜୟ ଗଡ଼ନାୟକଙ୍କ ନିକଟରେ ପ୍ରଶିକ୍ଷଣ ନେବାପରେ ଯାଇ ମୁଁ ସ୍ବର୍ଣ୍ଣ ପଦକ ଜିତିବା ସମ୍ଭବ ହୋଇଛି। ତେଣୁ ସଞ୍ଜୟ ସାର୍‌ଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି।
ପ୍ର: ଘରୁ କେମିତି ସମର୍ଥନ ମିଳିଛି ?
ଉ: ମା’ ପାନା ମେରେଲ, ବାପା ଚୁଙ୍ଗାଲ ମେରେଲ ମୋତେ ବହୁତ ସମର୍ଥନ କରିଛନ୍ତି। ବାପା ଜଣେ ଚାଷୀ ହୋଇଥିଲେ ହେଁ କେବେ ମୋତେ ନିରାଶ କରିନାହାନ୍ତି। ତେଣୁ ମା’ ବାପାଙ୍କୁ ଏହି ଅବସରରେ ମୁଁ ଧନ୍ୟବାଦ ଜଣାଉଛି।
ପ୍ର: ପୂର୍ବରୁ କାହା ନିକଟରୁ କୋଚିଂ ନେଉଥିଲେ ?
ଉ: ପୂର୍ବରୁ ମୁଁ ସାଇ ହଷ୍ଟେଲରେ ସନ୍ତୋଷ କୁମାର ମହନ୍ତଙ୍କଠାରୁ କୋଚିଂ ନେଉଥିଲି। ପୁଣି ଉମା ପ୍ରସାଦ ରାଓ, ବରୁଣ କୁମାର ଗୁହା, ସୁରଜ ସାର୍‌ଙ୍କଠାରୁ ମୁଁ ଟ୍ରେନିଂ ନେଇଛି।
ପ୍ର: ଆଗାମୀ ଲକ୍ଷ୍ୟ କ’ଣ ?
ଉ: ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ମେ ୧୪ରୁ ୧୭ ପର୍ଯ୍ୟନ୍ତ ହେବାକୁଥିବା ଏସିଆନ ଜୁନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ପଦକ ଜିତିବା ମୋର ଆଗାମୀ ଲକ୍ଷ୍ୟ। ଏଥିପାଇଁ ମୁଁ କଠିନ ପରିଶ୍ରମ କରିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri