ଲକ୍ଷ୍ମୀଧରଙ୍କ ନିଷ୍ଠା ଆଣିଛି ସଫଳତା: ଶୋଷ ମେଣ୍ଟାଉଛି କାଠ ନଳକୂଅ ପାଣି

ରାଇସୁଆଁ, ୧।୧ (ଡି.ଏନ.ଏ.)-କଥାରେ ଅଛି ନିଷ୍ଠା ଏବଂ ଅକ୍ଳାନ୍ତ ପରିଶ୍ରମ ଆଗରେ ସବୁ ବାଧାବିଘ୍ନ ହାର ମାନିଥାଏ। ଏହି ଘଟଣାକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି କେନ୍ଦୁଝର ଜିଲା ସଦର ଅଞ୍ଚଳର କାଉଁରିକଳା ପଞ୍ଚାୟତର ବନେଇକଳା ଗ୍ରାମର ପ୍ରଧାନସାହିର ଲକ୍ଷ୍ମୀଧର ମୁଣ୍ଡା। ସେ ଅକ୍ଳାନ୍ତ ପରିଶ୍ରମ କରି ନିଜ ବୁଦ୍ଧି ବଳରେ ଗାଁରେ ଏକ କାଠ ନଳକୂପ ବସାଇଛନ୍ତି। ସେଥିରୁ ପାଣି ଆସୁଥିବାରୁ ଲୋକଙ୍କ କଷ୍ଟ ବହୁ ମାତ୍ରାରେ ଦୂର ହୋଇପାରିଛି।
ଲକ୍ଷ୍ମୀଧରଙ୍କର ୨ସନ୍ତାନ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ଦିନମଜୁରି କରି ସେ ପରିବାରର ଗୁଜୁରାଣ ମେଣ୍ଟାଇ ଥାନ୍ତି। ତାଙ୍କ ସାହିରେ ନଳକୂପଟିଏ ନ ଥିବା ବେଳେ ଲୋକ ମାନେ ୧ କି.ମି. ଦୂରରୁ ପାନୀୟ ଜଳ ଆଣିଥାନ୍ତି। ଏହାକୁ ଦେଖିବା ପରେ ସାହିର ଲୋକଙ୍କ ପାଇଁ କିପରି ପାନୀୟଜଳ ଗ୍ରାମରେ ପହଞ୍ଚି ପାରିବ ତାହା ତାଙ୍କ ମୁଣ୍ଡକୁ ଘାରିଥିଲା। ଏଥିପାଇଁ ସେ ବହୁ ଚିନ୍ତା କରି କିଛି ଇଲେକ୍ଟ୍ରି ୱେରିଂ ପାଇପ ଏବଂ କିଛି କାଠ ଏବଂ କିଛି ଲୁହା ରଡର ବ୍ୟବହାର କରି ୧କି.ମି. ଦୂରରେ ଥିବା ଜଳ ଉତ୍ସରୁ ଗାଁକୁ ପାଣି ଆଣି ପାରିଛନ୍ତି। ପାଇପଗୁଡିକୁ ମାଟି ତଳେ ପୋତି ଗାଁ ମୁଣ୍ଡରେ ଏକ ୨ଇଞ୍ଚ ପାଇପକୁ ସଂଯୋଗ କରି ଏକ ଲୁହାରଡକୁ ୨ଖଣ୍ଡ କାଠ ସାହାଯ୍ୟରେ ନଳକୂପ ହ୍ୟାଣ୍ଡେଲ ପରି ଲଗାଇଛନ୍ତି। ନଳକୂପ ହ୍ୟାଣ୍ଡେଲକୁ ଉପର ତଳ କରିବା ପରି ଏହି କାଠ ହ୍ୟାଣ୍ଡେଲକୁ ଉପରତଳ କଲେ ଏଥିରୁ ପାଣି ବାହାରୁଛି। ପାଣିକୁ ପରିଷ୍କାର କରିବା ପାଇଁ ଏଥିରେ ଏକ ଫିଲଟର ଲଗାଇଛନ୍ତି। ଲକ୍ଷ୍ମୀଧର ଜଣେ ଗରିବ ଆଦିବାସୀ ହୋଇଥିଲେ ମଧ୍ୟ ବହୁ କଷ୍ଟରେ ଯୁକ୍ତ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ମାତ୍ର ଦାରିଦ୍ର୍ୟ କାରଣରୁ ଯୁକ୍ତ୨ ପରେ ପଢାରେ ତାଙ୍କର ଡୋରି ପଡିଥିଲା। ମାତ୍ର ତାଙ୍କ ମନରେ ସମାଜ ପାଇଁ କିଛି କରି ଦେଖାଇବାର ଆଗ୍ରହ ଯୋଗୁ ବହୁ କଷ୍ଟ ଏବଂ ଅକ୍ଳାନ୍ତ ପରିଶ୍ରମ ଏବଂ ବୁଦ୍ଧି ବଳରେ ୧ କି.ମି. ଦୂର ଏକ ଜଳଉତ୍ସରୁ ଗାଁକୁ ପାଣି ଆଣି ପାରିଛନ୍ତି। ଏହି କାଠ ନଳକୂଅ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସ୍ଥାନୀୟ ସାହିର ବହୁ ଜନସାଧାରଣ କହିଛନ୍ତି କି ଆଗରୁ ବହୁ ଦୂରରୁ ପାଣି ବୋହି ଗାଁକୁ ଆଣୁଥିବା ବେଳେ ଲକ୍ଷ୍ମୀଧରଙ୍କ ଯୋଗୁ ହାତ ପାହାନ୍ତାରେ ପାନୀୟଜଳ ପାଇପାରୁଛୁ। ପ୍ରଶାସନ ତରଫରୁ ତାଙ୍କୁ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି।
ଫଟୋ- ଲକ୍ଷ୍ମୀଧରଙ୍କ ଦେଶୀ ନଳକୂପ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri