ଲକ୍ଷ୍ମୀ ହତ୍ୟା ଘଟଣା, ଅଭିଯୁକ୍ତ ସମ୍ପର୍କୀୟ ଦିଅର ଗିରଫ

ଖଲ୍ଲିକୋଟ,୧୩ା୬(ଡି.ଏନ.ଏ.)-ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ଜଙ୍ଗଲରୁ ମେ ୧୧ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳର ଲକ୍ଷ୍ମୀ ସାହୁଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମାସକ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ଲକ୍ଷ୍ମୀଙ୍କ ସମ୍ପର୍କୀୟ ଦିଅର ଖଲ୍ଲିିକୋଟ ଥାନା ବିକ୍ରମପୁର ଗ୍ରାମର ଜୀବନଧର ସାହୁଙ୍କୁ ମଙ୍ଗଳବାର ଗିରଫ କରିଛି । ଲକ୍ଷ୍ମୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା। କୌଣସି ଏକ କଥାରେ ସନ୍ଦେହ କରି ଜୀବନଧର ତାଙ୍କୁ ହତ୍ୟା କରିଥିଲେ ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଖଲ୍ଲିିକୋଟ ଆଇଆଇସି ସୁନୀଲ କୁମାର ବେହେରା, ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାସ ପ୍ରକାଶ କରିଛନ୍ତି ।
ପୋଲିସ ଆହୁରି ସୂଚନା ଦେଇଛି ଯେ, ଲକ୍ଷ୍ମୀ ଜଣେ ବିବାହିତ ମହିଳା। ତାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ କାମ କରନ୍ତି । ସମ୍ପକୀୟ ଦିଅର ଜୀବନଧର ଲକ୍ଷ୍ମୀଙ୍କ ଘରକୁ ଯା’ ଆସ କରନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କୌଣସି କାରଣରୁ ଲକ୍ଷ୍ମୀଙ୍କ ଉପରେ ଜୀବନଧରଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ମେ ୧୦ ତାରିଖରେ ଲକ୍ଷ୍ମୀଙ୍କୁ ବୁଲିଯିବା କହି ଜୀବନଧର ବାଇକ ଆଣି ଖଲ୍ଲିକୋଟ ଅଞ୍ଚଳକୁ ଆସିଥିଲେ। ସେହିଦିନ ସନ୍ଧ୍ୟା ୫ଟାରେ ଲକ୍ଷ୍ମୀନାରାୟଣପୁର କାଜୁତୋଟା ନିଛାଟିଆ ଅଞ୍ଚଳକୁ ନେଇ ଏକ ଛୁରିରେ ଲକ୍ଷ୍ମୀଙ୍କୁ ବାରମ୍ବାର ଆଘାତ ଦେଇ ଚାଲି ଆସିଥିଲେ। ଫଳରେ ଉକ୍ତ ଜଙ୍ଗଲରେ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିଲା । ପରଦିନ ଅର୍ଥାତ ମେ ୧୧ ତାରିଖରେ ମୃତଦେହ ପଡିଥିବା ପୋଲିସ ଖବର ପାଇଥିଲା। ମୃତଦେହ ଜବତ କରାଯାଇଥିଲା। ଏ ନେଇ ନଂ. ୧୧୩/୨୦୧୯ ମାମଲାର ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା । ମଙ୍ଗଳବାର ଖୋର୍ଦ୍ଧା ଥାନା ବାଘମାରୀ ଅଞ୍ଚଳରୁ ଜୀବନଧରଙ୍କୁ ଗିରଫ କରାଯିବା ସହ ହତ୍ୟାରେ ବ୍ୟବହୃତ ଛୁରି, ଗୋଟିଏ ମୋବାଇଲ ଫୋନ, ଓ ଏକ ବାଇକ ଜବତ ହୋଇଛି । ବୁଧବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

ଶତପ୍ରତିଶତ ପରୀକ୍ଷା ଫଳ ଉପରେ ଗୁରୁତ୍ୱ: କେନ୍ଦ୍ରୀୟ ବିଦ୍ୟାଳୟ…

ଭଞ୍ଜନଗର,୧୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା କଲେଜ ପରିଚାଳନା...

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri