Posted inଖେଳ

ରୌପ୍ୟରେ ସନ୍ତୁଷ୍ଟ ମଞ୍ଜୁ ରାଣୀ

ଉଲାନ-ଉଡେ(ରୁଷିଆ),୧୩।୧୦(ପି.ଟି.)- ଭାରତୀୟ ବକ୍ସର ମଞ୍ଜୁ ରାଣୀଙ୍କ ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି। ରବିବାର ଅନୁଷ୍ଠିତ ୪୮ କେଜି ଓଜନ ବର୍ଗର ଫାଇନାଲରେ ମଞ୍ଜୁ ରୁଷିଆର ଇକାଟେରିନା ପାଲଟ୍‌ସେଭାଙ୍କଠାରୁ ପରାସ୍ତ ହୋଇଛନ୍ତି। ଦ୍ୱିତୀୟ ସିଡ୍‌ ଘରୋଇ ବକ୍ସର ଇକାଟେରିନା ୪-୧ ବ୍ୟବଧାନରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ଶନିବାର ୨୦ ବର୍ଷରେ ପାଦ ଥାପିଥିବା ରାଣୀ ଏକମାତ୍ର ଭାରତୀୟ ବକ୍ସର ଭାବେ ଫାଇନାଲରେ ପ୍ରବେଶ କରିଥିଲେ। ଚଳିତ ପ୍ରତିଯୋଗିତାରେ ଛ’ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌(୫୧ କେଜି), ଯମୁନା ବୋରୋ (୫୪ କେଜି) ଓ ଲଭଲିନା ବରଗୋହେନ (୬୯ କେଜି) ବ୍ରୋଞ୍ଜ ପଦକ ଜିତିଛନ୍ତି।
ବାଉଟ୍‌ ଆରମ୍ଭରୁ ଉଭୟ ବକ୍ସର ଆଟାକ କରିଥିଲେ। କିନ୍ତୁ ରାଣୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସିଧା ପଞ୍ଚ ମାରିପାରି ନ ଥିଲେ। ଦ୍ୱିତୀୟ ରାଉଣ୍ଡରେ ୬ଷ୍ଠ ସିଡ୍‌ ଭାରତୀୟ ବକ୍ସର ରାଣୀ ସିଧା ପଞ୍ଚ ମାରିବା ସହ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ଅନ୍ତିମ ରାଉଣ୍ଡର ଦୁହେଁ ଅତି ସବଧାନତା’ର ସହ ଖେଳିଥିଲେ। ଏପରି କି ରେଫରିଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଶେଷରେ ଘରୋଇ ବକ୍ସର ମ୍ୟାଚ୍‌ ଜିତି ନେଇଥିଲେ। ଜଜ୍‌ଙ୍କ ଏହି ନିଷ୍ପତ୍ତିରେ ମଞ୍ଜୁ ଖୁସି ନ ଥିଲେ। ରାଣୀ ପ୍ରଥମ ଥର ପାଇଁ ଚଳିତ ବର୍ଷ ଜାତୀୟ କ୍ୟାମ୍ପରେ ଯୋଗଦେଇଥିଲେ। ହରିୟାଣା ପକ୍ଷରୁ ଚୟନ ହେବାରେ ବିଫଳ ହୋଇଥିଲେ। ଏଣୁ ସେ ପଞ୍ଜାବରୁ ମନୋନୀତ ହୋଇଥିଲେ। ଏଥିପୂର୍ବରୁ ୟୁରୋପର ସବୁଠୁ ପୂରୁଣା ସମ୍ମାନଜନକ ବକ୍ସିଂ ଇଭେଣ୍ଟ ଷ୍ଟ୍ରାଣ୍ଡଜା ମେମୋରିଆଲ ଟୁର୍ନାମେଣ୍ଟରେ ସେ ରୌପ୍ୟ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri