ରୋଡିଂଶପ୍‌ର ପ୍ରସ୍ତୁତି ଆରମ୍ଭ:ଆକର୍ଷଣ ସାଜିବ ଘାସ ତୋରଣ

ବଅଁରପାଳ, ୧୦।୯ (ଡି.ଏନ୍‌.ଏ)

ଅନୁଗୋଳ ଜିଲା ନାଲ୍‌କୋ ନଗରରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ଚଳିତ ବର୍ଷ ୨୩ଟି ମଣ୍ଡପରେ ବିରାଜମାନ ହେବେ ଦେବଶିଳ୍ପୀ। ପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଏବେଠାରୁ ନାଲକୋବାସୀ ବେଶ୍‌ ତତ୍ପର ହୋଇପଡ଼ିଛନ୍ତି। ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ପୂଜା ମଣ୍ଡପ ଓ ମୂର୍ତ୍ତି ନିର୍ମାଣ କରାଯାଉଛି। ଚଳିତ ବର୍ଷ ରୋଡ଼ିଂଶପ୍‌-୨ ଅପରେଶନ୍‌ ବିଭାଗ ପକ୍ଷରୁ ମଣ୍ଡପକୁ ଆକର୍ଷଣୀୟ କରିବାକୁ କର୍ମକର୍ତ୍ତାମାନେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ତୋରଣ ସାଜସଜ୍ଜାକୁ ସବୁଠାରୁ ଅଲଗା ତଥା ଭିନ୍ନ ଧରଣର କରିବାକୁ କମିଟି ପକ୍ଷରୁ ଉଦ୍ୟମ ଚାଲିଛି। ସମଗ୍ର ତୋରଣ ଘାସରେ କାରୁକାର୍ଯ୍ୟ କରାଯିବ ବୋଲି ଆୟୋଜକମାନେ କହିଛନ୍ତି। ସେହିପରି ଭିତର ପୂଜା ମଣ୍ଡପର ସାଜସଜ୍ଜାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପାହାଡ଼ ଉପରେ ମହାଦେବଙ୍କୁ ପୂଜା କରାଯାଉଥିବାର ଦୃଶ୍ୟ ଉପସ୍ଥାପନ କରାଯିବ। ମୋଟ ୬୩ ଜଣ ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି।
ଏ ସମ୍ପର୍କରେ ପୂଜା କମିଟି କୋଅର୍ଡ଼ିନେଟର ପ୍ରତାପ କୁମାର ସାହୁ କୁହନ୍ତି, ତୋରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆମେ ଉଦ୍ୟମ କରିଛୁ। ସମସ୍ତ ତୋରଣ କାରୁକାର୍ଯ୍ୟ ଘାସରେ ନିର୍ମିତ ହେବ। ଏଥିପାଇଁ ତାମିଲନାଡ଼ୁରୁ ଘାସ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଭିତର ସାଜସଜ୍ଜାକୁ ଅଧିକ ସୁସଜ୍ଜିତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି।
କମିଟି ସଦସ୍ୟ ଅନିଲ କୁମାର ସାହୁ କହନ୍ତି, ଚଳିତ ବର୍ଷ ଆମ ପୂଜା ନିଶ୍ଚିତ ଭାବେ ଦର୍ଶକଙ୍କର ମନମୋହିବ। ପ୍ରଥମ ଥର ପାଇଁ ତୋରଣ କାରୁକାର୍ଯ୍ୟ ଘାସରେ ନିର୍ମିତ କରାଯାଉଛି। ସେହିପରି ପ୍ରତ୍ୟେକ ଦିନ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି। ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ମଣ୍ଡପ ତିଆରି ହେଉଛି। କାରିଗର ମାନସ କୁମାର ସାମଲ କୁହନ୍ତି, ପ୍ରତି ବର୍ଷ ପରି ଚଳିତ ବର୍ଷ ଏହି ପୂଜା ମଣ୍ଡପର ସାଜସଜ୍ଜା କାର୍ଯ୍ୟ କରୁଛି। ମଣ୍ଡପ ଓ ତୋରଣ କାରୁକାର୍ଯ୍ୟକୁ କିଭଳି ଅଧିକ ଆକର୍ଷଣୀୟ କରାଯିବ ସେଥିପାଇଁ ଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri