ରୋଜଗାର ସ୍ଥିତିରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୨୮।୫: ଲକ୍‌ଡାଉନର ପ୍ରଭାବରେ ପ୍ରବାସୀ ଶ୍ରମିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଘରକୁ ଫେରୁଥିବା ଦେଖାଯାଉଛି। ୩୧ ମେ’ରେ ଲକ୍‌ଡାଉନ ୪.୦ ଶେଷ ହେଉଛି। ଲକ୍‌ଡାଉନର ଆଗାମୀ ପର୍ଯ୍ୟାୟ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ହେବ। ଅର୍ଥୀକ ବିଶେଷଜ୍ଞ କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ଘରକୁ ଫେରିଥିବାରୁ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବାକୁ ସମୟ ଲାଗିବ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ)ରିପୋର୍ଟ ମୁତାବକ ୨୪ ମେ ପର୍ଯ୍ୟନ୍ତ ବେରୋଜଗାରୀ ହାର ୨୪.୩% ରହିଛି। ଏହାର ପୂର୍ବ ସପ୍ତାହରେ ବେରୋଜଗାରୀ ହାର ୨୪% ରହିଥିଲା। ଗତ ୮ ସପ୍ତାହରେ ବେରୋଜଗାରୀ ହାର ୨୪.୨% ରହିଛି। ୨୫ ମେ’ ରେ ଭାରତର ହାରାହାରି ବେରୋଜଗାରୀ ହାର ୨୪.୫% ରେକର୍ଡ କରାଯାଇଛି। ଏହା ମଧ୍ୟରେ ସହରୀ ବେରୋଜଗାରୀ ୨୬.୩୦% ଏବଂ ଗ୍ରାମୀଣ ବେରୋଜଗାରୀ ୨୩.୭୦% ରହିଛି।
ସମ୍ପୂର୍ଣ୍ଣ ଲକ୍‌ଡାଉନ ସମୟରେ ବେରୋଜଗାରୀ ହାର ୨୪% ରହିଛି। ମାତ୍ର ଶ୍ରମିକଙ୍କ ଯୋଗଦାନ ହାର (ଏଲ୍‌ପିଆର୍‌)ରେ ଅଭିବୃଦ୍ଧି ଦେଖାଯାଉଛି। ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ, ଲକ୍‌ଡାଉନ ଶେଷ ହେବା ପରେ ରୋଜଗାର ଖୋଜିବା ଆଶାରେ ଲୋକମାନେ ପୁଣି ଥରେ ସହର ଅଭିମୁଖେ ଯାତ୍ରା କରିବାର ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ବୃଦ୍ଧି ପରିଲକ୍ଷିତ ହେଉଛି। ଘରକୁ ଫେରିଥିବା ପ୍ରବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ହେଲା ସେଠାରେ ପର୍ଯ୍ୟାପ୍ତ ପରିମାଣର କାମ ଅଭାବ ରହିଛି। ଏହାକୁ ଧ୍ୟାନରେ ରଖିଲେ ଲୋକମାନେ ପୁଣି ଥରେ ସହର ମୁହାଁ ହେଉଥିବା ରିପୋର୍ଟରେ କୁହାଯାଉଛି। ଶ୍ରମିକଙ୍କ ଯୋଗଦାନରେ ଲଗାତର ଉନ୍ନତି ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏପ୍ରିଲରେ ଏହି ହାର ୩୫.୬% ରହିଥିଲା। ମାର୍ଚ୍ଚରେ ଏହା ୪୧.୯% ରହିଥିଲା। ମେ ମାସରେ ଏହି ହାର ୩୮.୮% ଛୁଇଁଛି। ୧୭ ମେ ସୁଦ୍ଧା ନିଆଯାଇଥିବା ଡାଟା ମୁତାବକ ବେରୋଜଗାରୀ ହାର ସ୍ଥିର ରହିଛି। ଶ୍ରମିକଙ୍କ ଯୋଗଦାନରେ ଉନ୍ନତି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ରେକର୍ଡ ସଂଖ୍ୟକ ଡଲଫିନ: ୫ ବର୍ଷରେ ସର୍ବାଧିକ

ଭୁବନେଶ୍ୱର,୧୧।୨: ଗତ ୫ ବର୍ଷରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବାଧିକ ଡଲଫିନ ଦେଖିବକୁ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନାରୁ ଏହା ଜଣାପଡ଼ିଛି।…

୨୦୨୫-୨୬ ଆର୍ଥିକ ବର୍ଷରେ କମିପାରେ ପ୍ରତ୍ୟକ୍ଷ କର ସଂଗ୍ରହ, ଚିନ୍ତାରେ ସରକାର

ନୂଆଦିଲ୍ଲୀ,୧୧।୨: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ସରକାର ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା…

ଅଷ୍ଟମ ବେତନ ଆୟୋଗ ଉପରେ ସରକାରଙ୍କ ଅପଡେଟ୍: ଏହିଦିନ ମିଳିପାରେ ରିପୋର୍ଟ

ନୂଆଦିଲ୍ଲୀ,୧୧।୨: କେନ୍ଦ୍ରୀୟ କର୍ମଚାରୀଙ୍କ ବହୁ ପ୍ରତିକ୍ଷିତ ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାର ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି,…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଏନକାଉଣ୍ଟ, ପୋଲିସକୁ ଗୁଳିମାଡ଼ ପରେ….

ପିପିଲି,୧୧।୨: ପିପିଲିରେ ପୋଲିସର ଏନକାଉଣ୍ଟର । କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି । ଗତ ୧ ତାରିଖରେ ସିଫା ନିକଟରେ…

IAS ସ୍ତରରେ ଅଦଳବଦଳ କଲେ ସରକାର, MSME ସଚିବ ହେଲେ ରଶ୍ମିତା ପଣ୍ଡା

ଭୁବନେଶ୍ବର,୧୧।୨: ସଚିବ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅନେକ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦିଆଯାଇଛି । ଭୂପେନ୍ଦ୍ର ସିଂ ପୁନିଆ କ୍ରୀଡ଼ା ଓ…

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା! ବୁମରାଙ୍କ ବଲରେ ଇଶାନ….ସେପଟେ ମେଡିକାଲରେ ଅଭିଷେକ

ନୂଆଦିଲ୍ଲୀ,୧୧।୨:  ଟିମ୍ ଇଣ୍ଡିଆର ସମସ୍ୟା ସମାଧାନର ନାଁ ଧରୁନାହିଁ । ୨୦୨୬ ଟି-୨୦ ବିଶ୍ୱକପରେ ଲଗାତାର ଦ୍ୱିତୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ଏହାର ଖେଳାଳିଙ୍କ…

ଟି-୨୦ ବିଶ୍ୱକପ୍: ନେଟ୍ସରେ ସଞ୍ଜୁ ସାମସନଙ୍କ ନିରବ ସଂଘର୍ଷ, ଅଭିଷେକଙ୍କ ଅସୁସ୍ଥତା ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ,୧୧।୨: ନାମିବିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ସେସନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ପଟେ ଦଳର ବାକି ସଦସ୍ୟମାନେ ହସଖୁସି…

ଦୁଇ ବର୍ଷରେ ୨୧୪ ଲକ୍ଷ କୋଟିକୁ ଛୁଇଁବ ଭାରତର ଋଣ, GDP’ର ୮୨ ପ୍ରତିଶତ…

ନୂଆଦିଲ୍ଲୀ,୧୧।୨: ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦେଶର ଆର୍ଥିକ ସ୍ଥିତି ଓ ଋଣ ଭାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri