Posted inଫୁରସତ

ରୋଜଗାର ଟଙ୍କାରେ ନିଜ ଖର୍ଚ୍ଚ ତୁଲାଉଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ରୋମା

ଶ୍ରୀକ୍ଷେତ୍ର ପୁରୀରେ ମୋର ଜନ୍ମ। ଏଠାରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଜାମ୍‌ସେଦ୍‌ପୁରରେ ଯାଇ ପଢିଥିଲି। ପାଠପଢ଼ା ମୋର ଏଯାଏଁ ବି ସରିନି। ବର୍ତ୍ତମାନ ମୋର ଲ’ ପ୍ରାକ୍ଟିସ୍‌ ଚାଲିଛି। ପାଠପଢ଼ା ସହିତ ମାତ୍ର ୪ବର୍ଷ ବୟସରୁ ମୁଁ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ଆଉ ୯ମ ଶ୍ରେଣୀରେ ପଢ଼ିଲାବେଳଠୁ ଓଡ଼ିଶୀ ନୃତ୍ୟରେ ସ୍କଲାରଶିପ୍‌ ପାଇଚାଲିଲି। ସେହି ସ୍କଲାରଶିପ୍‌ ଟଙ୍କାରେ ହିଁ ମୁଁ ମୋ ପାଠପଢ଼ା ତଥା ଅନ୍ୟାନ୍ୟ ଖର୍ଚ୍ଚ ତୁଲାଉଥିଲି। ଗୁରୁ କେଳୁଚରଣ ମହାପାତ୍ର, ପଙ୍କଜ ଚରଣ ଦାସ, ଲିଙ୍ଗରାଜ ବେହେରା, କୁମ୍‌କୁମ୍‌ ମହାନ୍ତି, ଗଜେନ୍ଦ୍ର ପଣ୍ଡା ପ୍ରମୁଖ ହେଲେ ମୋର ଜଣେ ଜଣେ ଓଡ଼ିଶୀ ନୃତ୍ୟଗୁରୁ। ଓଡ଼ିଶୀ ନୃତ୍ୟରେ ମୁଁ ଡବଲ୍‌ ଏମ୍‌.ଏ. କରିଛି। କେବଳ ଓଡ଼ିଶୀ ନୁହେଁ, ଦେବଦାସୀ ନୃତ୍ୟ ବି ମୁଁ କରିପାରେ। ତା’ ସହିତ ଓଡ଼ିଶୀ ସଙ୍ଗୀତରେ ବିଶାରଦ ମଧ୍ୟ ସାରିଛି। ଓଡ଼ିଶୀ ସଙ୍ଗୀତରେ ମୋର ଗୁରୁ ହେଲେ ରାଧାନାଥ ପଢ଼ିଆରୀ ଓ ରଘୁନାଥ ପୂଜାପଣ୍ଡା। ୟା’ ଭିତରେ ପ୍ରାୟ ୧୬ଟି ଦେଶରେ ମୁଁ ଓଡ଼ିଶୀ ଓ ଦେବଦାସୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇସାରିଲିଣି। ତେବେ ଏଠାରେ କହି ରଖିବା ଉଚିତ ହେବ ଯେ, ମୁଁ କେବଳ ଦେବଦାସୀ ନୃତ୍ୟ କରେନାହିଁ, ତା’ ସମ୍ବନ୍ଧରେ ଅନେକ ରିସର୍ଚ୍ଚ ମଧ୍ୟ କରିଛି ଆଉ ଏବେ ବି କରୁଛି। ସେହିପରି ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ମୁଁ କିଛି ଜ୍ଞାନ ବି ଆହରଣ କରିଛି। ଆଉ ଅନ୍ତର୍ଜାତୀୟସ୍ତରରେ ତା’ର ଉପଯୁକ୍ତ ପ୍ରଚାର ପ୍ରସାର ପାଇଁ ଅନେକ କାମ ମଧ୍ୟ କରୁଛି। ଏ ସବୁ ବ୍ୟତୀତ ‘ଅଚ୍ୟୁତନ୍ତ ଟ୍ରଷ୍ଟ’ ନାମକ ଏକ ସାମାଜିକ ଅନୁଷ୍ଠାନର ମୁଁ ହେଉଛି ଅଧ୍ୟକ୍ଷା। ନାରୀ ଓ ମାନବ ଅଧିକାର ପାଇଁ ତଥା ଦେଶରେ ଘଟୁଥିବା ଘଟଣା, ଅଘଟଣ ଉପରେ ନଜର ପକାଇ ତା’ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ହେଉଛି ଏହି ଟ୍ରଷ୍ଟର ପ୍ରଥମ ତଥା ପ୍ରଧାନ ଲକ୍ଷ୍ୟ। ତା’ସହିତ ଆମ ଦେଶ କିପରି ନିଶାମୁକ୍ତ ହେବ, ସେଥିପାଇଁ ବି ଏହି ଟ୍ରଷ୍ଟ ଗତ ୮/୯ବର୍ଷ ହେଲାଣି କାମ କରିଆସୁଛି। ସେହିପରି ଏହି ଟ୍ରଷ୍ଟ ସହାୟତାରେ ଗଢ଼ି ଉଠିଥିବା ‘ନୃତ୍ୟ ନଟରାଜ୍‌ ଏକାଡେମୀ’ ବସ୍ତି ତଥା ଅନୁନ୍ନତ ଅଞ୍ଚଳରେ ଥିବା ଶିଶୁକନ୍ୟାଙ୍କର ଖାଦ୍ୟପେୟ, ଜୀବନଶୈଳୀ ତଥା ମାନସିକ ଅବସ୍ଥାକୁ ତର୍ଜମା କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା କରିଥାଏ। ତା’ସହିତ ଏହି ଏକାଡେମୀ ଭାରତୀୟ ସଂସ୍କୃତି (ନୃତ୍ୟ, ସଙ୍ଗୀତ)ଉପରେ ଜ୍ଞାନ ଦେଇ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବି କାର୍ଯ୍ୟ କରିଥାଏ। ବର୍ତ୍ତମାନ ଉକ୍ତ ଏକାଡେମୀର ଗୋଟିଏ ଶାଖା ଓଡ଼ିଶା ଏବଂ ଆଉ ଗୋଟିଏ ଶାଖା ଦିଲ୍ଲୀ ଗୁର୍‌ଗାଓଁରେ କାମ କରୁଛି। ଜୀବନରେ ମୁଁ କେବେ କାହା ଉପରେ ନିର୍ଭର କରିବା ଶିଖିନି କି କୌଣସି ବିପଦ ଆସିଲେ ଡରିଯାଇନି। ବରଂ ସବୁ ପରିସ୍ଥିତିକୁ ବେଶ୍‌ ଦୃଢ଼ତାର ସହ ସାମ୍ନା କରିଛି। ଅନ୍ୟପକ୍ଷେ ମୁଁ ମୋ କଳାକୁ ନେଇ କେବେ ବି ବ୍ୟବସାୟ କରିବାର ଆଶା ରଖିନି। କଳା ମୋ ପାଇଁ ଭଗବାନଙ୍କର ଏକ ଆଶୀର୍ବାଦ। ଏହା ମୋତେ ସମାଜରେ ଏକ ସ୍ବତନ୍ତ୍ର ପରିଚିତି ଦେଇଛି। ଏଥିପାଇଁ ବହୁ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ପ୍ରଶଂସିତ ବି ହୋଇଛି। ତେଣୁ ଓଡ଼ିଶୀ ନୃତ୍ୟ ଆଉ ସଙ୍ଗୀତ ପ୍ରତି ମୋର ଯଥେଷ୍ଟ ସମ୍ମାନ ଓ ଆଦରଭାବ ରହିଛି। ଯଦି କୌଣସି ପରିସ୍ଥିତିରେ କେହି ଏହି କଳାକୁ ଅସମ୍ମାନ କରିବାର ମୁଁ ଦେଖେ ତା’ହେଲେ ତା’ର ଘୋର୍‌ ବିରୋଧ କରିଥାଏ। କହିବାକୁ ଗଲେ, ମୁଁ ଜଣେ ସାଂସ୍କୃତିକ କାର୍ଯ୍ୟକର୍ତ୍ତା (କଲ୍‌ଚରାଲ୍‌ ଆକ୍ଟିଭିଷ୍ଟ)। ଭାରତୀୟ ସଂସ୍କୃତିକୁ ଭଲ ପାଇବା ସହ ମୁଁ ସେହି ନାରୀଙ୍କୁ ବି ସମ୍ମାନ ଓ ସହଯୋଗ କରେ, ଯାହାଙ୍କ ପାଖେ ପୁରୁଷ ସମାଜକୁ ଟକ୍କର ଦେଇ କିଛି ଭିନ୍ନ କାମ କରିବାର ଦକ୍ଷତା ରହିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri