Posted inଫୁରସତ

ରୋଜଗାର ଟଙ୍କାରେ ନିଜ ଖର୍ଚ୍ଚ ତୁଲାଉଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ରୋମା

ଶ୍ରୀକ୍ଷେତ୍ର ପୁରୀରେ ମୋର ଜନ୍ମ। ଏଠାରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଜାମ୍‌ସେଦ୍‌ପୁରରେ ଯାଇ ପଢିଥିଲି। ପାଠପଢ଼ା ମୋର ଏଯାଏଁ ବି ସରିନି। ବର୍ତ୍ତମାନ ମୋର ଲ’ ପ୍ରାକ୍ଟିସ୍‌ ଚାଲିଛି। ପାଠପଢ଼ା ସହିତ ମାତ୍ର ୪ବର୍ଷ ବୟସରୁ ମୁଁ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ଆଉ ୯ମ ଶ୍ରେଣୀରେ ପଢ଼ିଲାବେଳଠୁ ଓଡ଼ିଶୀ ନୃତ୍ୟରେ ସ୍କଲାରଶିପ୍‌ ପାଇଚାଲିଲି। ସେହି ସ୍କଲାରଶିପ୍‌ ଟଙ୍କାରେ ହିଁ ମୁଁ ମୋ ପାଠପଢ଼ା ତଥା ଅନ୍ୟାନ୍ୟ ଖର୍ଚ୍ଚ ତୁଲାଉଥିଲି। ଗୁରୁ କେଳୁଚରଣ ମହାପାତ୍ର, ପଙ୍କଜ ଚରଣ ଦାସ, ଲିଙ୍ଗରାଜ ବେହେରା, କୁମ୍‌କୁମ୍‌ ମହାନ୍ତି, ଗଜେନ୍ଦ୍ର ପଣ୍ଡା ପ୍ରମୁଖ ହେଲେ ମୋର ଜଣେ ଜଣେ ଓଡ଼ିଶୀ ନୃତ୍ୟଗୁରୁ। ଓଡ଼ିଶୀ ନୃତ୍ୟରେ ମୁଁ ଡବଲ୍‌ ଏମ୍‌.ଏ. କରିଛି। କେବଳ ଓଡ଼ିଶୀ ନୁହେଁ, ଦେବଦାସୀ ନୃତ୍ୟ ବି ମୁଁ କରିପାରେ। ତା’ ସହିତ ଓଡ଼ିଶୀ ସଙ୍ଗୀତରେ ବିଶାରଦ ମଧ୍ୟ ସାରିଛି। ଓଡ଼ିଶୀ ସଙ୍ଗୀତରେ ମୋର ଗୁରୁ ହେଲେ ରାଧାନାଥ ପଢ଼ିଆରୀ ଓ ରଘୁନାଥ ପୂଜାପଣ୍ଡା। ୟା’ ଭିତରେ ପ୍ରାୟ ୧୬ଟି ଦେଶରେ ମୁଁ ଓଡ଼ିଶୀ ଓ ଦେବଦାସୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇସାରିଲିଣି। ତେବେ ଏଠାରେ କହି ରଖିବା ଉଚିତ ହେବ ଯେ, ମୁଁ କେବଳ ଦେବଦାସୀ ନୃତ୍ୟ କରେନାହିଁ, ତା’ ସମ୍ବନ୍ଧରେ ଅନେକ ରିସର୍ଚ୍ଚ ମଧ୍ୟ କରିଛି ଆଉ ଏବେ ବି କରୁଛି। ସେହିପରି ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ମୁଁ କିଛି ଜ୍ଞାନ ବି ଆହରଣ କରିଛି। ଆଉ ଅନ୍ତର୍ଜାତୀୟସ୍ତରରେ ତା’ର ଉପଯୁକ୍ତ ପ୍ରଚାର ପ୍ରସାର ପାଇଁ ଅନେକ କାମ ମଧ୍ୟ କରୁଛି। ଏ ସବୁ ବ୍ୟତୀତ ‘ଅଚ୍ୟୁତନ୍ତ ଟ୍ରଷ୍ଟ’ ନାମକ ଏକ ସାମାଜିକ ଅନୁଷ୍ଠାନର ମୁଁ ହେଉଛି ଅଧ୍ୟକ୍ଷା। ନାରୀ ଓ ମାନବ ଅଧିକାର ପାଇଁ ତଥା ଦେଶରେ ଘଟୁଥିବା ଘଟଣା, ଅଘଟଣ ଉପରେ ନଜର ପକାଇ ତା’ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ହେଉଛି ଏହି ଟ୍ରଷ୍ଟର ପ୍ରଥମ ତଥା ପ୍ରଧାନ ଲକ୍ଷ୍ୟ। ତା’ସହିତ ଆମ ଦେଶ କିପରି ନିଶାମୁକ୍ତ ହେବ, ସେଥିପାଇଁ ବି ଏହି ଟ୍ରଷ୍ଟ ଗତ ୮/୯ବର୍ଷ ହେଲାଣି କାମ କରିଆସୁଛି। ସେହିପରି ଏହି ଟ୍ରଷ୍ଟ ସହାୟତାରେ ଗଢ଼ି ଉଠିଥିବା ‘ନୃତ୍ୟ ନଟରାଜ୍‌ ଏକାଡେମୀ’ ବସ୍ତି ତଥା ଅନୁନ୍ନତ ଅଞ୍ଚଳରେ ଥିବା ଶିଶୁକନ୍ୟାଙ୍କର ଖାଦ୍ୟପେୟ, ଜୀବନଶୈଳୀ ତଥା ମାନସିକ ଅବସ୍ଥାକୁ ତର୍ଜମା କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା କରିଥାଏ। ତା’ସହିତ ଏହି ଏକାଡେମୀ ଭାରତୀୟ ସଂସ୍କୃତି (ନୃତ୍ୟ, ସଙ୍ଗୀତ)ଉପରେ ଜ୍ଞାନ ଦେଇ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବି କାର୍ଯ୍ୟ କରିଥାଏ। ବର୍ତ୍ତମାନ ଉକ୍ତ ଏକାଡେମୀର ଗୋଟିଏ ଶାଖା ଓଡ଼ିଶା ଏବଂ ଆଉ ଗୋଟିଏ ଶାଖା ଦିଲ୍ଲୀ ଗୁର୍‌ଗାଓଁରେ କାମ କରୁଛି। ଜୀବନରେ ମୁଁ କେବେ କାହା ଉପରେ ନିର୍ଭର କରିବା ଶିଖିନି କି କୌଣସି ବିପଦ ଆସିଲେ ଡରିଯାଇନି। ବରଂ ସବୁ ପରିସ୍ଥିତିକୁ ବେଶ୍‌ ଦୃଢ଼ତାର ସହ ସାମ୍ନା କରିଛି। ଅନ୍ୟପକ୍ଷେ ମୁଁ ମୋ କଳାକୁ ନେଇ କେବେ ବି ବ୍ୟବସାୟ କରିବାର ଆଶା ରଖିନି। କଳା ମୋ ପାଇଁ ଭଗବାନଙ୍କର ଏକ ଆଶୀର୍ବାଦ। ଏହା ମୋତେ ସମାଜରେ ଏକ ସ୍ବତନ୍ତ୍ର ପରିଚିତି ଦେଇଛି। ଏଥିପାଇଁ ବହୁ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ପ୍ରଶଂସିତ ବି ହୋଇଛି। ତେଣୁ ଓଡ଼ିଶୀ ନୃତ୍ୟ ଆଉ ସଙ୍ଗୀତ ପ୍ରତି ମୋର ଯଥେଷ୍ଟ ସମ୍ମାନ ଓ ଆଦରଭାବ ରହିଛି। ଯଦି କୌଣସି ପରିସ୍ଥିତିରେ କେହି ଏହି କଳାକୁ ଅସମ୍ମାନ କରିବାର ମୁଁ ଦେଖେ ତା’ହେଲେ ତା’ର ଘୋର୍‌ ବିରୋଧ କରିଥାଏ। କହିବାକୁ ଗଲେ, ମୁଁ ଜଣେ ସାଂସ୍କୃତିକ କାର୍ଯ୍ୟକର୍ତ୍ତା (କଲ୍‌ଚରାଲ୍‌ ଆକ୍ଟିଭିଷ୍ଟ)। ଭାରତୀୟ ସଂସ୍କୃତିକୁ ଭଲ ପାଇବା ସହ ମୁଁ ସେହି ନାରୀଙ୍କୁ ବି ସମ୍ମାନ ଓ ସହଯୋଗ କରେ, ଯାହାଙ୍କ ପାଖେ ପୁରୁଷ ସମାଜକୁ ଟକ୍କର ଦେଇ କିଛି ଭିନ୍ନ କାମ କରିବାର ଦକ୍ଷତା ରହିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri