ରୋଗ ଉଜାଡ଼ିଦେଲା ସୁଖ, ଦୟନୀୟ ସ୍ଥିତିରେ ଜୀବନ: ଦୁଇ ଦିବ୍ୟାଙ୍ଗ ପୁଅର ସେବା କରୁଛନ୍ତି ବୃଦ୍ଧବାପା

ଜୟପୁର,୭ା୯(ନି.ପ୍ର.) ପୁଅ ଜନ୍ମ ହେଲେ ବୃଦ୍ଧକାଳରେ ସାହା ହେବ। ଏହି ଆଶାରେ ବଞ୍ଚତ୍ଥିବା ବାପ କିନ୍ତୁ ପରିଣତ ବୟସରେ ଏବେ ଦୁଇ ଜଣ ଦିବ୍ୟାଙ୍ଗ ପୁଅଙ୍କ ସେବା କରୁଛନ୍ତି। ଦୟନୀୟ ସ୍ଥିତିରେ ଚାଲିଛି ସେମାନଙ୍କ ଜୀବନ। ମା’ ଆରପାରିକୁ ଚାଲିଯାଇ ଥିବାବେଳେ ବାପା ହିଁ ଏହି ଦୁଇ ସନ୍ତାନଙ୍କ ପାଇଁ ସବୁ କିଛି। କୋରାପୁଟ ଜିଲା କଙ୍ଗା ପଞ୍ଚାୟତ ଖଡ଼ପା ଗ୍ରାମରେ ମଣିଷ ଜୀବନର ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି।
ସ୍ତ୍ରୀ, ୩ ଝିଅ ଓ ୪ ପୁଅଙ୍କୁ ନେଇ ଭକ୍ତରାମ ଭତ୍ରା (୬୦)ଙ୍କ ପରିବାର। ତାଙ୍କର ୨ ପୁଅ ପୋଲିଓରେ ଆକ୍ରାନ୍ତ ହେବା ପରେ ଦିବ୍ୟାଙ୍ଗ ପାଲଟିଗଲେ। ସ୍ତ୍ରୀ ବି ଅକାଳରେ ଚାଲିଯିବା ପରେ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଲା। ଆର୍ଥତ୍କ ସ୍ଥିତି ଭଲ ନ ଥିବାବେଳେ ଭକ୍ତ ଜମିରେ ମୁଲ ଲାଗିଲେ ପରିବାର ଚଳେ ା ଅଧିକାଂଶ ସମୟ ୨ ପୁଅଙ୍କ ସେବାରେ ବିତି ଯାଉଥିବାରୁ ଘରର ଆର୍ଥତ୍କ ସ୍ଥିତି ବି ଭଲ ନାହିଁ। ଭଙ୍ଗା ଚାଳ ଛପର ଘରେ ଜୀବନ ବିତୁଥିବାବେଳେ କେବଳ ଦିବ୍ୟାଙ୍ଗ ପ୍ରମାଣପତ୍ର ଖଣ୍ଡେ ହାତରେ ଧରାଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଛି। ରାଶନ କାର୍ଡ଼ କଟିଯାଇଥିବା ବେଳେ ବାରମ୍ବାର ଆବେଦନ ସତ୍ତ୍ୱେ ଆବାସ ଘରଟିଏ ବି ପ୍ରଶାସନ ଏ ଯାଏ ଯୋଗାଇନାହିଁ। ଭକ୍ତଙ୍କ ଦୁଇ ପୁଅ ଘନଶ୍ୟାମ ଭତ୍ରା (୨୫) ଓ ଦୁର୍ଯ୍ୟୋଧନ ଭତ୍ରା (୧୯) ଯୁବକ ଅବସ୍ଥାରେ ଏବେ ଯନ୍ତ୍ରଣା ଭୋଗୁଛନ୍ତି। ଜନ୍ମରୁ ସବୁ ଠିକ୍‌ ଥିବାବେଳେ ୨ ଭାଇ ସ୍କୁଲକୁ ଯାଉଥିଲେ। କିନ୍ତୁ ପରେ ପୋଲିଓରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ଏପରି ଅବସ୍ଥା ହୋଇଛି ା ଉଭୟ ୮ରୁ ୧୦ ବର୍ଷର ଶିଶୁ ପରି ଦେଖାଯାଉଛନ୍ତି। ଯୌବନରେ ଜୀବନକୁ ଉପଭୋଗ କରିବା ବଦଳରେ ସେମାନେ ଏବେ ଶଯ୍ୟାଶାୟୀ। ଅନ୍ୟପକ୍ଷରେ ଜୀବନର ଅପରାହ୍ନରେ ବୃଦ୍ଧ ବାପାଙ୍କୁ ଏହି ୨ ପୁଅ ସାହା ହେବା ବଦଳରେ ଓଲଟି ବୃଦ୍ଧ ବାପାଙ୍କ ସାହାରାରେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ବହୁବର୍ଷ ବର୍ଷ ତଳେ ୨ଟି ପୁଅ ହରାଇ ସାରିଛନ୍ତି ଭକ୍ତ। ଏଥିରେ ପୁଣି ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇ ଅଭିଶପ୍ତ ଜୀବନ ଜିଉଛନ୍ତି ସେ ଓ ତାଙ୍କ ଦୁଇ ଦିବ୍ୟାଙ୍ଗ ପୁଅ। ସେମାନଙ୍କର ସବୁ ନିତ୍ୟକର୍ମ କରୁଥିବା ଭକ୍ତ ବାଷ୍ପରୁଦ୍ଧ କହିଛନ୍ତି ଯେ ତାଙ୍କ ପରେ ଦୁଇ ପୁଅଙ୍କ ଦେଖାରେଖା କିଏ କରିବ। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri