ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶି ହଡପ ଅଭିଯୋଗ: ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

ଯୋଡା, ୧୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜଲହରି ଗ୍ରାମପଞ୍ଚାୟତରେ ଥିବା ଏସେଲ ଖଣି କମ୍ପାନୀର ଆପାହାତୁ ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶିକୁ ହଡପ କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଜଲହରି ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ଘେରିଥିଲେ। ଜଲହରି ପଞ୍ଚାୟତର କେମେସି ହଟିଂ, କ୍ରେତ ହଟିଂ, ଆଇଟିସି, ନ୍ୟୁକଲୋନୀ, ଜଲହରି ବସ୍ତି ଆଦି ଗ୍ରାମର ଶତାଧିକ ମହିଳାପୁରୁଷ ସୋମବାର ଏକାଠି ହୋଇ ଅଭିଯୋଗ ଆଣିଥିଲେ ା କେମେସି ହଟିଂର ନିରଞ୍ଜନ ମୁଣ୍ଡା, ରାଜେନ ମୁଣ୍ଡା, ରାଜୁ ପାତ୍ର, ବାସୁ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ବିଗତ ପ୍ରାୟ ୫ମାସ ପୂର୍ବରୁ ଏସେ୍‌ଲ କମ୍ପାନୀର ଆପାହୁତଠାରେ ରେଳସାଇଡିଂ କାର୍ଯ୍ୟ ଆରମ୍ଭ ହୋଇଛି। ଉକ୍ତ ସାଇଡିଂରେ ଜଲହରି ପଞ୍ଚାୟତବାସୀ ନିଯୁକ୍ତି ଦାବି କରିଥିଲେ ା ମାତ୍ର ଖଣି କର୍ତ୍ତୃପକ୍ଷ ସମସ୍ତ ଗ୍ରାମବାସୀଙ୍କୁ ନିଯୁକ୍ତି ଦେବା ଅସମ୍ଭବ ବୋଲି କହି ରେଳସାଇଡିଂରେ ଖଣିଜ ବୋଝେଇ ହେଉଥିବା ର଼୍ୟାକ୍‌ରେ ଟନ୍‌ ପିଛା ୮ ଟଙ୍କା ହିସାବରେ ସ୍ଥାନୀୟ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟାଙ୍କ ସହିତ ଚୁକ୍ତି କରିଥିଲେ। ଏହି ଚୁକ୍ତି ଅନୁଯାୟୀ, ଉକ୍ତ ରେଳସାଇଡିଂରେ କାର୍ଯ୍ୟ ହୋଇଥିବା ଟଙ୍କାକୁ ସରପଞ୍ଚ ଓ ସମିିତି ସଭ୍ୟ ଉଠାଇ ନେଇ ନିଜ ନିଜର ସମର୍ଥକମାନଙ୍କୁ ବାଣ୍ଟି ଦେଇଥିବା ବେଳେ ଅନ୍ୟମାନଙ୍କୁ ଦେଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ବେଳେ ଗ୍ରାମବାସୀ କାମ ହରାଇଥିବାରୁ ଏହି ଟଙ୍କାକୁ ସେମାନେ ଆଶ୍ରା କରିଥିଲେ ା ସୋମବାର ଜଲହରି ସରପଞ୍ଚ ମିତା ମୁଣ୍ଡା କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ପୂର୍ବରୁ ଏକାଠି ହୋଇଥିବା ଶତାଧିକ ମହିଳାପୁରୁଷ ସରପଞ୍ଚଙ୍କୁ ଘେରି ଯାଇଥିଲେ। ଉକ୍ତ ସହାୟତା ରାଶିର ହିସାବ ମାଗିବା ସହିତ ମିଳିଥିବା ଆର୍ଥତ୍କ ସହାୟତା ରାଶି ବଣ୍ଟନରେ କାହିଁକି ପାତରଅନ୍ତର କରାଗଲା ବୋଲି ପ୍ରଶ୍ନ କରିଥିଲେ। ସରପଞ୍ଚ ମୁଣ୍ଡା ଏହାକୁ ସ୍ବୀକାର କରି ଆଗାମୀ ଦିନରେ ଏପରି କାର୍ଯ୍ୟ କରାଯିବ ନାହିଁ ବୋଲି ଲୋକଙ୍କୁ ବୁଝାଶୁଝା କରିଥିଲେ ା ଦୁଇ ଦିନ ମଧ୍ୟରେ ଉକ୍ତ ଟଙ୍କାର ହିସାବ ଦେବା ସହିତ ଯେଉଁମାନେ ଆର୍ଥତ୍କ ସହାୟତା ରାଶି ପାଇନାହାନ୍ତି ସେମାନଙ୍କୁ ଉକ୍ତ ରାଶି ପ୍ରଦାନ କରାଯିବ ବୋଲି ସରପଞ୍ଚ କହିଛନ୍ତି। ସରପଞ୍ଚଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଅଭିଯୋଗକାରୀମାନେ ବିକ୍ଷୋଭରୁ ହଟିଥିଲେ। ହେଲେ ୨ଦିନ ମଧ୍ୟରେ ଏହାର ସମାଧାନ କରା ନ ଗଲେ ପୁଣି ସେମାନେ ସରପଞ୍ଚଙ୍କୁ ଘେରିବେ ବୋଲି ଚେତାବନୀ ଦେଇଛନ୍ତି। ସରପଞ୍ଚ ମିତା ମୁଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ୨ ଦିନ ମଧ୍ୟରେ ହିସାବ କରି କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଦିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri