ବ୍ରହ୍ମପୁର ଅଫିସ,୧୯ା୧-ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ରେଳଷ୍ଟେଶନ ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରନ୍ତି। ଏହି ଷ୍ଟେଶନ ଦେଇ ବହୁ ଟ୍ରେନ ଚଳାଚଳ କରୁଛି। ଏଠାରୁ ଯାତ୍ରୀମାନେ ଭୁବନେଶ୍ୱର ଦେଇ କଲିକତା ଓ ଦିଲ୍ଲୀ ଯିବା ପାଇଁ ଏବଂ ଆନ୍ଧ୍ରପ୍ରଦେଶ ଦେଇ ସୁରଟ, ମୁମ୍ବାଇ, ତାମିଲନାଡୁ ଆଦିକୁ ଯାଇଥାନ୍ତି। ଦୈନିକ ବହୁ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯିବାପାଇଁ ବ୍ରହ୍ମପୁର ରେଳଷ୍ଟେଶନକୁ ଆସୁଛନ୍ତି। ତେବେ ଏଠାରେ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ୁଥିବାରୁ ଯାତ୍ରୀମାନେ ସୁରକ୍ଷିତ ମଣୁ ନଥିବା ଅଭିଯୋଗ ହେଉଛି। ବିଶେଷକରି ମହିଳା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ କେହି ବି ଦୃଷ୍ଟି ଦେଉନାହାନ୍ତି।
ଶନିବାର ସକାଳେ ଭୁବନେଶ୍ୱର ଯିବା ପାଇଁ ଜଣେ ଯୁବତୀ ବ୍ରହ୍ମପୁର ରେଳଷ୍ଟେଶନକୁ ଆସିଥିଲେ। ସେ ଟିକେଟ ପାଇଁ କାଉଣ୍ଟରକୁ ଯାଉଥିବା ବେଳେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ତାଙ୍କୁ ଭିଡି ନେଇଥିଲେ। ଏହାଦେଖି ସେଠାରେ ଥିବା ଲୋକେ ସମ୍ପୃକ୍ତ ମାନସିକ ବିକାରଗ୍ରସ୍ତଙ୍କୁ ଟାଣିଆଣି ରାସ୍ତାରେ ଛାଡ଼ିଥିଲେ। ପରେ ଯୁବତୀ ଜଣକ କାଉଣ୍ଟରରୁ ଟିକେଟ ନେଇ ଟ୍ରେନ ଆସିବା ପରେ ଭୁବନେଶ୍ୱର ଯାଇଥିଲେ। ଏପରି ଘଟଣା ଥରକୁ ଥର ହେଉଥିବାରୁ ମହିଳାଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସରକାର ମହିଳା ଓ ଯୁବତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ଏଠାରେ କାର୍ଯ୍ୟରତ ଅଧିକାରୀମାନଙ୍କ ଖାମଖିଆଲ ନୀତି ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟୁଛି। ରେଳଷ୍ଟେଶନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳ ସୁରକ୍ଷା ବଳ (ଆର୍ପିଏଫ) ରହିଥିଲେ ମଧ୍ୟ ଏଭଳି କ୍ଷେତ୍ରରେ ମାନସିକ ଦିବ୍ୟାଙ୍ଗମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ପାଇଁ ସହରରେ ସରକାର ଅନେକ ଯୋଜନା କରିଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ଆନ୍ତରିକତା ଦେଖାଉ ନଥିବା ଦେଖିବାକୁ ମିଳିଛି। ଯଦ୍ଦ୍ବାରା ମାନସିକ ଅନଗ୍ରସରମାନେ ବସଷ୍ଟାଣ୍ଡ ଓ ରେଳଷ୍ଟେଶନରେ ଘୂରି ବୁଲୁଛନ୍ତି। ମହିଳାଯାତ୍ରୀଙ୍କୁ ସେମାନେ ସର୍ବସାଧାରଣରେ ଅସଦାଚରଣ ଉଦ୍ୟମ କରୁଥିଲେ ମଧ୍ୟ ଉଭୟ ପୋଲିସ, ପ୍ରଶାସନ ନୀରବଦ୍ରଷ୍ଟା ସାଜୁଛନ୍ତି। ପୀଡ଼ିତା ଲଜ୍ଜିତ ହୋଇ ଚୁପ ରହୁଛି। ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମହିଳା ଯାତ୍ରୀମାନେ ଏହି ମାନସିକ ବିକାରଗ୍ରସ୍ତମାନଙ୍କ ଦ୍ୱାରା ବଳାତ୍କାରର ଶିକାର ହେବେ ଏବଂ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଭାଜପା ପୂର୍ବତନ ଜିଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି। ଏ ନେଇ ଜିଆରପି ଥାନାଧିକାରୀ ସୁକାନ୍ତ ଭୋଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପୋଲିସ ଯଥେଷ୍ଟ ଧ୍ୟାନ ଦେଉଛ ବୋଲି କହିଛନ୍ତି। ଶନିବାର ଷ୍ଟେଶନରେ ଘଟିଥିବା ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।
ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…
ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…
ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍ ଛଡାଇ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…
ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…
ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ
ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…
Archives

