ରେଳଷ୍ଟେଶନ ନିକଟରୁ ୪ଲକ୍ଷ ଟଙ୍କାର ଭାଙ୍ଗ ଜବତ

କଟକ ରୋଡ,୧୦।୯(ଡି.ଏନ୍‌.ଏ.) : ଭୁବନେଶ୍ୱର ରେଲଓ୍ବ ଷ୍ଟେଶନ ନିକଟରୁ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ସୋମବାର ୪ ବସ୍ତା ଭାଙ୍ଗ ଜବତ କରିଛି। ପରେ ଏହାକୁ ଭୁବନେଶ୍ୱର ଅବକାରୀ ମୋବାଇଲ ସ୍କ୍ବାଡ୍‌କୁ ହସ୍ତାନ୍ତର କରିଛି। ଜବତ ଭାଙ୍ଗର ଓଜନ ୨ କୁଇଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ମୋବାଇଲ ସ୍କ୍ବାଡ୍‌ ଇନ୍ସପେକ୍ଟର ପ୍ରଭାତ କୁମାର ସେଠୀ କହିଛନ୍ତି।
ସୂଚନା ଅନୁଯାୟୀ, ରେଲଓ୍ବେ ଷ୍ଟେଶନ ୬ନଂ. ପ୍ଲାଟଫର୍ମର କିଛି ଦୂରରେ ଥିବା କଳ୍ପନା ଓଭରବ୍ରିଜ ତଳେ ଆରପିଏଫ୍‌ କର୍ମଚାରୀ ସୋମବାର ଭୋର ପ୍ରାୟ ସାଢେ ୫ଟା ରେ ପାଟ୍ରୋଲିଂ କରୁଥିବା ବେଳେ ରେଳଧାରଣା ପାର୍ଶ୍ୱରେ ୪ଟି ବସ୍ତା ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏହା ଆରପିଏଫ ପୋଷ୍ଟକୁ ଅଣାଯାଇ ଖୋଲାଯିବା ପରେ ସେଥିରେ ଭାଙ୍ଗ ଥିବା ଜଣାପଡିଥିଲା। ଭାଙ୍ଗ ଷ୍ଟେଶନ ନିକଟରୁ ଜବତ ସମୟରେ କେହି ନିଶା ସାମଗ୍ରୀର ଦାବିଦାର ନ ମିଳିବା ଫଳରେ କେହି ଅଭିଯୁକ୍ତ ଏହାକୁ ଟ୍ରେନରୁ ଫୋପାଡିଦେଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। କିଛିଦିନ ପୂର୍ବରୁ ଢେଙ୍କାନାଳ ରେଲଓ୍ବେ ଷ୍ଟେଶନ ନିକଟରେ ୩ବସ୍ତା ଗଞ୍ଜେଇ ଟ୍ରେନରୁ ପକାଯାଇଥିଲା। ଅନୁଗୋଳର ବଇଣ୍ଡା ଅଞ୍ଚଳରୁ ବିଭିନ୍ନ ନିଶାସାମଗ୍ରୀ ଟ୍ରେନରେ ଚାଲାଣ ହେଉଥିବା ଆରପିଏଫ ଇନ୍ସପେକ୍ଟର କାଳୁ ସେଠୀ କହିଛନ୍ତି। ଭାଙ୍ଗ ମିଳିଥିବା ସ୍ଥାନ ନିକଟବର୍ତ୍ତୀ ଅଞ୍ଚଳରେ ଏକାଧିକ ବସ୍ତି ରହିଥିବା ବେଳେ ଉକ୍ତ ସ୍ଥାନକୁ କେହି ଭାଙ୍ଗ ଚାଲାଣ କରିଥାଇପାରନ୍ତି ବୋଲି ଆରପିଏଫ ଓ ଅବକାରୀ ବିଭାଗ ସନ୍ଦେହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଏ ନେଇ ଆରପିଏଫରେ ମାମଲା ନଂ. ୫-୧୧/୦୪/୦୧(୦୯)/୧୯ ରୁଜୁ ହୋଇଛି। ଅବକାରୀ ବିଭାଗରେ ମଧ୍ୟ ଏକ ମାମଲା (ନଂ.୭୯/୧୯-୨୦)ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri