ରେଳପଥ ପାଇଁ ଉଜୁଡିବ ୩୨.୭୯୨ ହେକ୍ଟର ଜଙ୍ଗଲ: ଦଶପଲ୍ଲା ରେଞ୍ଜରେ ଚିହ୍ନଟ ପ୍ରକ୍ରିୟା ଶେଷ

ନୟାଗଡ଼ ଅଫିସ,୨୧ା୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଉଦ୍ଦେଶ୍ୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ଅରାସାହି, କୁଞ୍ଜବନଗଡ, ନିଜ ଅନ୍ଧାରକୋଟ ରେଭିନ୍ୟୁ ଓ ରିଜର୍ଭ ଫରେଷ୍ଟର ୩୨.୭୯୨ ହେକ୍ଟର ଜଙ୍ଗଲ ଉଜୁଡିବ। କାରଣ କୁଞ୍ଜବନଗଡ ଜଙ୍ଗଲରୁ ୭୮୬, ଛଦେଶ ରିଜର୍ଭ ଫରେଷ୍ଟରୁ ୨୦୯୯, ନିଜ ଅନ୍ଧାରକୋଟ ଜଙ୍ଗଲରୁ ୬୪୬ ଗଛ ଏପରି ମୋଟରେ ୩୫୩୧ ଗଛ କଟାଯିବାର ରହିଛି। ଏଥିପାଇଁ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପକ୍ଷେ ଗଛ କଟାଯିବା ଓ ବୃକ୍ଷ ରୋପଣ ପାଇଁ କାମ୍ପାରେ ରେଳ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କା ଡିପୋଜିଟ୍‌ କରିଛନ୍ତି।
ଲୋପ ପାଇବ ଜଡିବୁଟି ଔଷଧୀୟ ବୃକ୍ଷ
ଜଡିବୁଟିରେ ଔଷଧ ପ୍ରସ୍ତୁତ କରି ନୟାଗଡ଼ ଜିଲାରେ ଅନେକ ଲୋକ ଜିବୀକା ନିର୍ବାହ କରୁଛନ୍ତି। ଔଷଧ ପାଇଁ ସେମାନେ ଉକ୍ତ ବୃକ୍ଷଗୁଡିକୁ ବ୍ୟବହାର କରୁଛନ୍ତି। ହେଲେ ରେଳପଥ ଯିବା ଦ୍ୱାରା ଆତୁଣ୍ଡି, ଚାର, ଗୋହିଡା, ପଳାସ, କଖଡା, ହରିଡା, ଗୋହିରା, କଇଥ, ଛୈତନା, ଦରଡା, ଦନ୍ତୁରୀ, ଖେରଖୋରୀ ପରି ଔଷଧିୟ ବୃକ୍ଷ ଦଶପଲ୍ଲା ରେଞ୍ଜ ଅର୍ନ୍ତଗତ ଜଙ୍ଗଲରୁ ଲୋପ ପାଇବ। ଅନୁରୂପ ଭାବେ ମୟୂରଚୁଳିଆ, ହସ୍ତୀଯନ୍ତା, ବଜ୍ରମୂଳି, କଣ୍ଟିକପାଳି, ରକ୍ତ ଚିତାପାରୁ, ଜଟାମଂଶୀ, ଚକ୍ର କଦମ୍ବ ପରି ଅନେକ ଔଷଧିୟ ଗଛ ବଳିପଡିବ। ଅନ୍ୟପକ୍ଷେ ଆମ୍ବ, ଶାଳ, ପିଜୁଳି, ନିମ୍ବ ପରି ଗଛ ମଧ୍ୟ କଟାଯିବ । ତେବେ ଔଷଧିୟ ଗଛଗୁଡିକ ପୁଣି ସୃଷ୍ଟି କରାଯିବା କାଠିକର ପାଠ। ଏଥିରୁ ଅଧିକାଂଶ ଗଛର ନଁ। ବନ ବିଭାଗ ଜାଣି ନ ଥିବ।
ବଦଳାଯାଉ ରେଳପଥର ଗତିପଥ
ଜଙ୍ଗଲକୁ ଛାଡି ରେଳପଥର ଗତିପଥ ବଦଳାଇବାକୁ ଦାବି ଉଠିଛି । ଏ ନେଇ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ପୋଡାଡିହର ପରିବେଶବିତ୍‌ ତଥା ସାମାଜିକ କର୍ମୀ ବିଭୂତି ଭୂଷଣ ଦାଶ କୁହନ୍ତି, ବଣପାହାଡ ଘେରା ନୟାଗଡ ଜିଲାର ଔଷଧିୟ ବୃକ୍ଷ ଓ ଜଙ୍ଗଲକୁ ଉଜୁଡା ନ ଯାଉ। ରେଳପଥ ଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଜଙ୍ଗଲକୁ ବାଦ୍‌ ଦେଇ ରେଳପଥର ପୁଣି ସର୍ଭେ କରାଯାଉ। ନଚେତ୍‌ ମୁଁ ପ୍ରଥମେ ନୟାଗଡ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବି। ସୁଫଳ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବି। ରେଳପଥ ଗଲେ ନୟାଗଡ଼ ଜିଲାର ମହାବୀର ଖୋଲଠାରୁ ବୌଦ୍ଧ ଡିଭିଜନ ସଂଲଗ୍ନ କେତେ ଗଛ କଟାଯିବ ତା’ର ଠିକ୍‌ ଉତ୍ତର ମିଳିନି। କେବଳ ନୟାଗଡ ଜିଲାର ତଥ୍ୟ ସୂଚନା ଆଇନରେ ମିଳିଛି। ଆୟୁର୍ବେଦ ଆଚାର୍ଯ୍ୟ ବୃକ୍ଷବାବା ହରିଶରଣ ମହାରାଜା କୁହନ୍ତି, ନୟାଗଡ଼ ଜିଲାର ଜୈବ ବିବିଧତା ଅତ୍ୟନ୍ତ ମନୋରମ। ହେଲେ ଏହାକୁ ସୁରକ୍ଷା କରା ନ ଯାଇ ବିକାଶ ଆଳରେ ଧ୍ୱଂସ ଚାଲିଛି। ଦଶପଲ୍ଲା ରେଞ୍ଜର ଜଙ୍ଗଲ କଟାଯିବାକୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି, ତାହାକୁ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ କରାଯାଉ। ତେବେ ରେଳପଥକୁ ବିରୋଧ କରା ନ ଯାଉ। ଜଙ୍ଗଲକୁ ବାଦ୍‌ ଦେଇ ରେଳପଥ କରାଯାଉ।
ସଚେତନତାର ଆବଶ୍ୟକତା
ଗଛ କଟାଯିବା ଓ ଲଗାଯିବା ପାଇଁ ଟଙ୍କା ମଞ୍ଜୁର ହୋଇଛି। ଗଛ କଟାଯିବା ସୁବିଧା କଥା। ହେଲେ ଯେଉଁ ପରିମାଣ ଓ ଯେଉଁ ପ୍ରଜାତିର ଗଛ କଟାଯିବ ସେହି ଗଛ ଲଗାଇବା ସମ୍ଭବ ନୁହେଁ। ଯେଉଁ ଗଛ ଲଗାଯିବ ସେଥିରେ କିଛି ଲୋକ ଉପକୃତ ହେବେ। ଜିଲାବାସୀଙ୍କର କିଛି ଲାଭ ହେବ ନାହିଁ। ବରଂ କ୍ଷତି ହେବ। ପୁଣି ଗଛ ଲଗାଯିବା ପରେ ବଞ୍ଚତ୍ବ କି ନାହିଁ ତାହା ମଧ୍ୟ କହିବା ମୁସ୍କିଲ। ଏଭଳିସ୍ଥଳେ ସରକାର ରେଳପଥ ନେବା ଲାଗି ଜଙ୍ଗଲ କାଟିବା ଉପରେ ଗୁରୁତ୍ୱ ନ ଦେଇ ବିକଳ୍ପ ଚିନ୍ତା କରନ୍ତୁ ବୋଲି ପରିବେଶବିତ୍‌ ମତ ଦେଉଛନ୍ତି। ପରିବେଶବିତ୍‌ ସଞ୍ଜୟ ସାହୁ, ଗଛ ସାର୍‌ ଅନ୍ତର୍ଯାମୀ ସାହୁ କୁହନ୍ତି, ଜଙ୍ଗଲ କଟାଯିବା ନେଇ ସଚେତନତା ସୃଷ୍ଟି କରାଯାଉ। ଜିଲାବାସୀଙ୍କ ମତାମତ ନିଆଯାଉ। ଯଦି ଲୋକ ଜଙ୍ଗଲକୁ ବଳିଦେଇ ରେଳପଥ କରିବାକୁ ଆଗ୍ରହୀ ତେବେ ନିଆଯାଉ। ନଚେତ୍‌ ଗତିପଥ ବଦଳାଯାଉ। ଆମ ମତରେ ଜଙ୍ଗଲକୁ ଧ୍ୱଂସ କରା ନ ଯାଉ। ରାସ୍ତାକଡରେ ଆଉ ଛାଇ ମିଳୁନି। ଜଙ୍ଗଲ ଲୋପ ପାଇ ଚାଲିଛି। ସରକାର ଓ ଜନସାଧାରଣ ଚିନ୍ତା କରି ରେଲପଥ କାର୍ଯ୍ୟକୁ ତ୍ୱରାନ୍ବିତ କରାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri