ରେଳ ଚାଳକ ପାଳିବେ କଳା ଦିବସ

କେନ୍ଦୁଝର,୧୪।୬(ସ୍ବ.ପ୍ର./ଡି.ଏନ.ଏ.)-ଭାରତୀୟ ରେଳର ରେଳ ଚାଳକ ଓ ସହ ଚାଳକ ମାନେ ନିଜ ଓ ନିଜ ପରିବାରକୁ ପଛରେ ପକାଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ତାଲା ବନ୍ଦ ସମୟରେ ରେଳ ଚାଳକ ମାନେ ମାଲ ଗାଡି ଶ୍ରମିକ ସ୍ପେଶାଲ, ପାର୍ସଲ ସ୍ପେଶାଲ ଇତ୍ୟାଦି ଟ୍ରେନ ଗୁଡିକର ଦୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି, ବିପତ୍ତି ସମୟରେ ନିଜର ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ପ୍ରଦାନ, ଅଭାବି ଲୋକଙ୍କୁ ରିଲିଫ ସାମଗ୍ରୀ ବିତରଣ ମଧ୍ୟ କରିଛନ୍ତି କିନ୍ତୁ ସରକାର ଏମାନଙ୍କ ପ୍ରତି ଅବହେଳା ବୈମାତୃକ ମନୋଭାବ ପୋଷଣ କରୁଥିବାର ସଂଘ ଅଭିଯୋଗ କରିଛି। ଦେଢ଼ ବର୍ଷର ମହଙ୍ଗା ଭତ୍ତା ବନ୍ଦ ନ କରିବା, ଶ୍ରମ ଆଇନରେ ସଂଶୋଧନ ନ କରିବା, କର୍ମଚାରୀଙ୍କ ଦରମାରେ ଅସଙ୍ଗତ ଦୂର କରିବା, ସମସ୍ତ ରେଳ ଇଞ୍ଜିନକୁ ଏସି କରିବା, ତାଲା ବନ୍ଦ ସମୟରେ ଯାତ୍ରୀ ଗାଡି ଚାଳକଙ୍କୁ ଭତ୍ତା ପ୍ରଦାନ କରିବା, ପୁରାତନ ପେନସନ ଯୋଜନା ଲାଗୁ କରିବା, ନଅ ଘଣ୍ଟା କାର୍ଯ୍ୟ ସମୟ ଲାଗୁ କରିବା ଆଦି ପାଇଁ ସର୍ବଭାରତୀୟ ରେଳ ଚାଳକ ସଂଘ ପକ୍ଷରୁ ଜୁନ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି କରୋନା ନିର୍ଦ୍ଦେଶବଳୀ ପାଳନ କରି କଳା ଦିବସ ପାଳନ କରିବ। ଏହାକୁ ସମର୍ଥନ କରି ଖୋର୍ଦ୍ଧା ରେଳ ମଣ୍ଡଳର ସଚିବ ଜୟ ପ୍ରକାଶ ଦଣ୍ଡପାଟ ଏବଂ ଖୋର୍ଦ୍ଧା ରୋଡ ଶାଖା ସଚିବ ରାକେଶ କୁମାର ମହାନ୍ତି ସୂଚନା ଅନୁଯାୟୀ ମଣ୍ଡଳର ପାରାଦୀପ, କଟକ, ଭଦ୍ରକ, ଜଖପୁରା, ତାଳଚେର, ଢେଙ୍କାନାଳ ସମେତ କେନ୍ଦୁଝରଗଡର ସମସ୍ତ ଚାଳକ ଏହି ବିରୋଧ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଏହି ମର୍ମରେ ମଣ୍ଡଳ ପ୍ରବନ୍ଧକଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ସରକାର ଦାବି ପ୍ରତି କର୍ଣ୍ଣପାତ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri