ରେଭେନ୍‌ଶାରେ ଲୋକପ୍ରିୟ ନାଁ ‘ବୋପା’,୬୨ ବର୍ଷ ହେବ ବିକୁଛନ୍ତି ପାଉଁରୁଟି

କଟକ ଅଫିସ,୪ା୧୨:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ‘ବୋପା’ ନାମ ସହ ଅନେକେ ପରିଚିତ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଧ୍ୟାପିକାଅଧ୍ୟାପକମାନେ ମଧ୍ୟ ତାଙ୍କୁ ସେହି ନାମରେ ଡାକନ୍ତି। ଏଠାରେ ଶିକ୍ଷାଲାଭ କରି ଏବେ ରାଜ୍ୟ ରାଜନୀତିର ମନ୍ତ୍ରୀ, ବିଧାୟକ ପଦବୀରେ ଥିବା ନେତାଙ୍କ ପାଖରେ ମଧ୍ୟ ‘ବୋପା’ ନାମ ବେଶ୍‌ ପରିଚିତ। ଉଦୟନାଥ ସାହୁ ଓରଫ୍‌ ବୋପା। ବୟସ ୭୨ ବର୍ଷ। ୮ ବର୍ଷ ବୟସରେ ବାପାଙ୍କ ସାଙ୍ଗରେ କଟକ ଚାଲିଆସିଥିବା ଗଞ୍ଜାମ ଜିଲା ସୋରଡା ଅଞ୍ଚଳର ଏହି ଚର୍ଚ୍ଚିତ ବ୍ୟକ୍ତିଙ୍କୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା।
ଉଦୟନାଥ ଦିନେ ବାପାଙ୍କ ସହ ବିସ୍କୁଟ କମ୍ପାନୀ ଦେଖିବାକୁ କଟକ ଆସିଥିଲେ। ସେତେବେଳେ ତାଙ୍କୁ ୮ ବର୍ଷ ବୟସ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ଦାଦାଙ୍କ ବିସ୍କୁଟ କମ୍ପାନୀରେ ୨ ବର୍ଷ କାମ କରିଥିଲେ। ତାଙ୍କୁ ଯେତେବେଳେ ୧୦ବର୍ଷ ବୟସ ସେତେବେଳେ ସେ ରେଭେନ୍‌ଶା ଭିତରକୁ ବ୍ୟବସାୟ ପାଇଁ ପଶିଥିଲେ। ଗୋଟିଏ ଟିଣବାକ୍ସକୁ ମୁଣ୍ଡରେ ମୁଣ୍ଡାଇ ବିଶ୍ୱବିଦ୍ୟାଳୟ ପରିସର ଏବଂ ହଷ୍ଟେଲ ଇଲାକାରେ ସକାଳୁ ସନ୍ଧ୍ୟା ଉଦୟନାଥ ଘୂରି ବୁଲନ୍ତି। ତାଙ୍କୁ ବୋପା ଡାକିବା ପଛରେ ଛୋଟିଆ କଥାଟିଏ ମଧ୍ୟ ଲୁଚି ରହିଛି। ଉଦୟନାଥ ସମସ୍ତଙ୍କୁ ବିସ୍କୁଟ ଦେଲାବେଳେ ବାପା ଏବଂ ମା’ ଭାବେ ସମ୍ବୋଧନ କରିଥାନ୍ତି। କାରଣ କଟକ ଆସିବା ପରେ ଉଦୟନାଥ ଘରକୁ ଯିବାକୁ ଏତେ ସମୟ ପାଇ ନ ଥାନ୍ତି, ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟକୁ ହିଁ ସେ ନିଜର ଘର ବୋଲି ଭାବନ୍ତି। ଏଠାକୁ ଅନେକ ବିଦ୍ୟାର୍ଥୀ ଆସି ଯାଇସାରିଲେଣି। ହେଲେ ନାଲିକୋଠା ପରିସରରେ ଏବେ ବି ତାଙ୍କର ପାଉଁରୁଟି, କେକ୍‌ ଆଦି ଖାଦ୍ୟର ପେଡି ସମସ୍ତଙ୍କ ପାଇଁ ଖୋଲା ରହିଛି। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଫୋର୍ଥ ପିଲାର ପାଖରେ ବିକ୍ରି ପାଇଁ ବୋପା ବସିଥାଆନ୍ତି। କେତେଜଣ ଛାତ୍ରୀଛାତ୍ରଙ୍କୁ ସେ ନିଜର ପାରିବାରିକ କାହାଣୀ କୁହନ୍ତି। ଛାତ୍ରୀଛାତ୍ରମାନେ ବି ସେମାନଙ୍କ ଅନୁଭୂତି ତାଙ୍କ ସହ ବାଣ୍ଟିଥାନ୍ତି। ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ସଂସାର। ବେପାରରୁ ଟିକିଏ ସମୟ ବାହାର କରି ନିଜ ପିଲାମାନଙ୍କୁ ଦେଖିବାକୁ ଯାଆନ୍ତି।

ଅଶୋକ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri