ରେକର୍ଡ ରଚିଲେ ରୀତା

ବରଗଡ଼ ଅଫିସ/ପଦ୍ମପୁର/ଭୁବନେଶ୍ୱର(ବ୍ୟୁରୋ)୨୫-୧୦:ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସହିତ ଦଳ ପାଇଁ ହାଟ୍ରିକ ବିଜୟ ଆଣିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭା ନିର୍ବାଚନରେ ଏକ ବଡ଼ ବ୍ୟବଧାନ (୯୭ ହଜାର ୯୯୦ ଭୋଟ୍‌)ରେ ବିଜୟୀ ହୋଇ ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ମଧ୍ୟ ସେ ଢ଼େର ଅଧିକ ଭୋଟ୍‌ ପାଇଛନ୍ତି। ଅନ୍ୟପଟେ କଂଗ୍ରେସକୁ ଅମାନତ ହରାଇବାକୁ ପଡିଥିବାବେଳେ ଭାଜପାର ଭୋଟ କମିଛି।
ପଦ୍ମପୁର ଆର୍‌ଏମ୍‌ସି ଗୋଦାମ ହଲରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଗୁରୁବାର ପୂର୍ବାହ୍ନ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଥିଲା। ୧୪ଟି ଟେବୁଲରେ ୨୧ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ପ୍ରତି ରାଉଣ୍ଡରେ ରୀତା ସବାଆଗରେ ରହିଥିଲେ। ସମ୍ପୂର୍ଣ୍ଣ ଗଣତି ପରେ ତାଙ୍କ ସପକ୍ଷରେ ୧ଲକ୍ଷ ୩୫ହଜାର ୯୫୭ ଖଣ୍ଡ ଭୋଟ ମିଳିଥିବା ଜଣାପଡ଼ିଥିଲା। ସେଥିମଧ୍ୟରେ ଇଭିଏମ୍‌ ଭୋଟ୍‌ ୧ଲକ୍ଷ ୩୫ହଜାର ୯୪୯, ପୋଷ୍ଟାଲ ଭୋଟ ଗୋଟିଏ ଏବଂ ଇଟିପିବିଏସ୍‌ ଭୋଟ୍‌ ୭ଟି ରହିଥିଲା। ତେବେ ରୀତାଙ୍କ ସପକ୍ଷରେ ଯାଇଥିବା ଭୋଟ୍‌ ସମୁଦାୟ ମତଦାନର ୭୩.୮୭ ପ୍ରତିଶତ ହୋଇଥିବାବେଳେ ବିଜେଡି ପୂର୍ବରୁ ୨ଟି ନିର୍ବାଚନରେ ଜିତିଥିଲେ ମଧ୍ୟ ଏତେସଂଖ୍ୟକ ଭୋଟ୍‌ ହାତେଇବାରେ ସକ୍ଷମ ହୋଇ ନ ଥିଲା। ୨୦୧୮ ଉପନିର୍ବାଚନରେ ବିଜେଡିକୁ ୧ଲକ୍ଷ ୨ହଜାର ୮୭୧(୫୬.୬୧ ପ୍ରତିଶତ) ଏବଂ ଗତ ସାଧାରଣ ନିର୍ବାଚନରେ ୧ଲକ୍ଷ ୧୦ହଜାର ୬୦୪(୫୯.୭୮ ପ୍ରତିଶତ)ଭୋଟ୍‌ ମିଳିଥିଲା।
ଅନ୍ୟପଟେ ଭାଜପାର ସନତ୍‌
କୁମାର ଗଡ଼ତିଆଙ୍କୁ କେବଳ ଯେ ପୁଣିଥରେ ନିରାଶ ହେବାକୁ ପଡ଼ିଛି ତାହା ନୁହେଁ, ଦଳର ଭୋଟ୍‌ ହାର ଯେଭଳି ହ୍ରାସ ପାଇଛି, ସେଥିରୁ
ରେକର୍ଡ ରଚିଲେ…
ଭାଜପା ପ୍ରତି ବିଜେପୁରବାସୀ ମୁହଁ ଫେରାଇଥିବା ଆଲୋଚନା ହେଉଛି। ୨୦୧୮ ଉପନିର୍ବାଚନରେ ଭାଜପା ଏଠାରୁ ୬୦ହଜାର ୯୩୮ (୩୩.୫୩ ପ୍ରତିଶତ), ଗତ ସାଧାରଣ ନିର୍ବାଚନରେ ୫୩ହଜାର ୪୮୨(୨୮.୯ ପ୍ରତିଶତ) ଭୋଟ ପାଇଥିବାବେଳେ ଏଥର ଦଳକୁ ମାତ୍ର ୩୭ ହଜାର ୯୬୭(୨୦.୬୩ ପ୍ରତିଶତ) ଭୋଟ୍‌ ମିଳିଛି। ସେହିପରି କଂଗ୍ରେସର ସ୍ଥିତି ଆହୁରି ନୈରାଶ୍ୟଜନକ ହୋଇ ପଡ଼ିଛି। ଦଳୀୟ ପ୍ରାର୍ଥୀ ଦିଲୀପ କୁମାର ପଣ୍ଡାଙ୍କ ଭୋଟ୍‌ ୫୮୭୩ ମଧ୍ୟରେ ସୀମିତ ରହିଛି। ଯାହାକି ସମୁଦାୟ ମତଦାନର ମାତ୍ର ୩.୧୯ ପ୍ରତିଶତ। ଅପରପକ୍ଷେ ଗତ ସାଧାରଣ ନିର୍ବାଚନରେ ଏଠାରୁ କଂଗ୍ରେସକୁ ୧୪ହଜାର ୩୪୪ ଖଣ୍ଡ ଭୋଟ (୭.୭୫ ପ୍ରତିଶତ) ଏବଂ ୨୦୧୮ ଉପନିର୍ବାଚନରେ ୧୦ହଜାର ୨୭୪ ଖଣ୍ଡ ଭୋଟ୍‌ ମିଳିଥିଲା। ସେହିପରି ହିନ୍ଦୁ ମହାସଭା ପ୍ରାର୍ଥୀ ଅଶୋକ କୁମାର ମିତ୍ତଲଙ୍କୁ ୧୨୧୯ ଏବଂ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତଙ୍କୁ ୧୦୫୩ ଖଣ୍ଡ ଭୋଟ ମିଳିଛି। ନୋଟାରେ ୧୯୮୨ ଖଣ୍ଡ ଭୋଟ୍‌ ପଡ଼ିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri