ରେକର୍ଡ ନିମ୍ନ ସ୍ତରକୁ ଖସିଲା ମାନୁଫାକ୍ଚରିଂ

ନୂଆଦିଲ୍ଲୀ,୫।୫:ବର୍ତ୍ତମାନ କରୋନାକୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଛି। ଏଭଳି ସ୍ଥିତିରେ ଏପ୍ରିଲରେ ଦେଶର ମାନୁଫାକ୍ଚରିଂ କାର୍ଯ୍ୟକଳାପ ରେକର୍ଡ ନିମ୍ନ ସ୍ତରକୁ ଖସିଯାଇଛି। ଆଇଏଚ୍‌ଏସ୍‌ ମାର୍କିଟ୍‌ ଦ୍ୱାରା ପ୍ରକାଶିତ ନିକେଇ ମାନୁଫାକ୍ଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଏପ୍ରିଲରେ ୨୭.୪%କୁ ଖସିଛି। ଏହା ମାର୍ଚ୍ଚରେ ୫୧.୮ ରହିଥିଲା। ୨୦୦୫ ମାର୍ଚ୍ଚ ପରଠାରୁ ଏହା ସବୁଠୁ ନିମ୍ନ ସ୍ତର। ଏହି ସୂଚକାଙ୍କ ବର୍ତ୍ତମାନ ୫୦ ଅଙ୍କ ନିମ୍ନକୁ କେବେ ଖସି ନ ଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ମାନୁଫାକ୍ଚରିଂ କାର୍ଯ୍ୟକଳାପ ୩୦ ବର୍ଷ ତଳକୁ ଖସିଛି। କରୋନା ଭାରତ ବଜାରର କାରବାରକୁ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ କରିଥିବା ଆଇଏଚ୍‌ଏସ୍‌ ମାର୍କିଟର ଇକୋନୋମିଷ୍ଟ ଇଲିୟଟ କେର୍‌ ସୂଚନା ଦେଇଛନ୍ତି।
ବଜାର ବନ୍ଦ ରହିବା ଯୋଗୁ ଚାହିଦା ନିମ୍ନଗାମୀ ହେବା ସହ ଯୋଗାଣ ଚେନ୍‌ କ୍ଷତିଗ୍ରସ୍ତ ରହିଥିବା ଏକ ଘରୋଇ କ୍ଷେତ୍ର ଫାର୍ମ ପକ୍ଷରୁ ହୋଇଥିବା ସର୍ଭେରୁ ସାମ୍ନାକୁ ଆସିଛି। ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ଲକ୍‌ଡାଉନ ଯୋଗୁ ଏସିଆର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ଭାରତୀୟ ବଜାରର କାରବାର ବେହାଲ ହୋଇଛି। ଚଳିତ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ପ୍ରାୟ ତିନି ଦଶନ୍ଧି ତଳକୁ ଖସିଯିବ ବୋଲି ରଏଟର୍ସ ପକ୍ଷରୁ ହୋଇଥିବା ଅର୍ଥନୀତିଜ୍ଞଙ୍କ ସର୍ଭେରେ ପ୍ରକାଶ ପାଇଥିଲା। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଏହାବାଦ ସରକାର ଲୋକଙ୍କ ଲାଗି ୧.୭ ଲକ୍ଷ କୋଟିର ଏକ ପ୍ୟାକେଜ ଘୋଷଣା କରିଥିବା ବେଳେ ଆଉ ଏକ ପ୍ୟାକେଜ ଆଣିବାକୁ ପ୍ରସ୍ତୁତି କରୁଛନ୍ତି।
ମାନୁଫାକ୍ଚରିଂ ୟୁନିଟ୍‌ଗୁଡିକରୁ ଉତ୍ପାଦନ ହ୍ରାସ ହୋଇଥିବା ବେଳେ ୟୁନିଟ୍‌ଗୁଡିକୁ ନୂଆ ଅର୍ଡର ଆସିବା ଏବେ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଚାହିଦା ନ ଥିବାରୁ କମ୍ପାନୀଗୁଡିକରେ ଛଟେଇ ବଢ଼ିବା ନେଇ ରିପୋର୍ଟରେ ଆଶଙ୍କା କରାଯାଇଛି। ବଜାର ମାନ୍ଦାବସ୍ଥା ସହ ଲଢୁଥିବା ବେଳେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡ଼ିବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବଜାରର ସ୍ଥିତି ସୁଧୁରିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ସିଆଇଆଇ ପକ୍ଷରୁ ହୋଇଥିବା ସର୍ଭେରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri