ନିବେଶକଙ୍କ କ୍ଷତି ୫.୮୨ ଲକ୍ଷ କୋଟି

ନୂଆଦିଲ୍ଲୀ,୫।୫:ସୋମବାର ଦେଶର ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୦୨ ପଏଣ୍ଟ ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୫.୮୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଥିବା ଦେଖାଯାଇଛି। ସୂଚକାଙ୍କ ୨,୦୦୨. ୨୭ ପଏଣ୍ଟ ବା ୫.୯୪% ଖସିବା ଫଳରେ ୩୧,୭୧୫.୩୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଦିନ ମଧ୍ୟରେ ୩୧,୬୩୨.୦୨ ପଏଣ୍ଟ ସ୍ତରକୁ ଖସିଥିବା ନଜରକୁ ଆସିଥିଲା। ଆମେରିକା ଏବଂ ଚାଇନା ମଧ୍ୟରେ ପୁଣି ଥରେ ବାଣିଜ୍ୟ ଯୁଦ୍ଧ ଘନଉଥିବାରୁ ଏହାର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡ଼ିଛି। ଏଥିଯୋଗୁ ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଦେଖାଯାଇଛି ବୋଲି ମୋତିଲାଲ ଓସସ୍ବାଲ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌ର ରିଟେଲ ରିସର୍ଚ୍ଚ ମୁଖ୍ୟ ସିଦ୍ଧାର୍ଥ ଖେମ୍‌କା ସୂଚନା ଦେଇଛନ୍ତି। କରୋନା ବ୍ୟାପିବା ପ୍ରସଙ୍ଗକୁ ବିଚାରକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଚାଇନା ଉପରେ ବ୍ୟାପାର କଟକଣା ଲାଗୁ କରିବାକୁ ଯାଉଛି। ବିଶେଷକରି ଟାରିଫ ଉପରେ ଆମେରିକା ନୂଆ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଜଣାପଡିଛି।
ଏହାବାଦ ଘରୋଇ ବଜାର ସ୍ଥିତି ମଧ୍ୟ ଶେୟାର ବଜାରକୁ ପ୍ରଭାବିତ କରିଛି। କମ୍ପାନୀଙ୍କ ତ୍ରୈମାସିକ ଲାଭ ହ୍ରାସ, ଅଟୋ କମ୍ପାନୀଙ୍କ ବିକ୍ରି ଠପ୍‌, ଲକ୍‌ଡାଉନ ଆଉ ସପ୍ତାହ ବଢ଼ିବା ଏବଂ ମାନୁଫାକ୍ଚରିଂ କାର୍ଯ୍ୟକଳାପ କମିବା ଯୋଗୁ ଏହା ନିବେଶକଙ୍କ ଉପରେ ପ୍ରଭାବ ପକାଇଛି। ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ଶେୟାର କାରବାର ଏହି ସମୟରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛି। ବିଏସ୍‌ଇ ଇଣ୍ଡେକ୍ସରେ ଭାରତୀ ଏୟାରଟେଲ ଏବଂ ସନ୍‌ଫାର୍ମର କାରବାର କେବଳ ଉନ୍ନତ ରହିଛି। ଫାଇନାନ୍ସ, ବ୍ୟାଙ୍କ, ମେଟାଲ, କଞ୍ଜ୍ୟୁମର ଡ୍ୟୁରେବଲ, ରିୟଲିଟି ଏବଂ ଅଟୋ ସେକ୍ଟର ଶେୟାର ୮.୨୬% କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri