ରୁଷିଆର ପ୍ରଥମ ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ

ରୁଷିଆ ପ୍ରଥମେ ତା’ର ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ ଶେଷ କରି ସେଥିରୁ ବିଦ୍ୟୁତ ଉପତ୍ାଦନ ଲାଗି ଯୋଜନା ବି ଚୂଡାନ୍ତ କରିଛି। ସୁନାମୀ ଓ ବଡ଼ ବଡ଼ ଭାସମାନ ବରଫ ଖଣ୍ଡ ଯେପରି ପ୍ଲାଣ୍ଟ୍‌ର କିଛି କ୍ଷତି ନ କରିପାରିବ ସେଭଳି ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହାକୁ ନିର୍ମାଣ କରାଯାଇଛି। ଏହି ପ୍ଲାଣ୍ଟର ନାମ ରଖାଯାଇଛି ଆକାଡେମିକ ଲୋମୋନସୋଭ୍‌। ମୁର୍‌ୁମାନ୍‌ସ୍କର ଦି ନର୍ଦନ୍‌ ହ୍ବାଇଟ୍‌ ସି’ ପୋର୍ଟରୁ ଏହା ୪,୭୦୦ କିଲୋମିଟର ଚୁକୋଟ୍‌କା ଅଞ୍ଚଳର ପିଭେକ୍‌କୁ ଯାତ୍ରା ଆରମ୍ଭ କରିଛି। ଏହି ପାଓ୍ବାର ଷ୍ଟେଶନର ଉଚ୍ଚତା ୪୭୨ ଫୁଟ ଓ ୯୮ଫୁଟ ଲମ୍ବ। ଏହାର ତଳେ ଦୁଇଟି ଆଇସ୍‌ ବ୍ରେକର ଲଗାଯାଇଛି। ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଏହାକୁ ତିନି ସପ୍ତାହ ଲାଗିବ। ସେଠାରେ ଡିସେମ୍ବରରେ ପ୍ଲାଣ୍ଟରୁ ବିଦ୍ୟୁତ ଉପତ୍ାଦନ ଆରମ୍ଭ ହେବ ବୋଲି କୁହାଯାଇଛି। ଏଭଳି ଏକ ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ କରାଯିବାର ଯୋଜନା ୨୦୦୬ ରେ ଆରମ୍ଭ କରାଯାଇଥିଲା। ଏହି ପ୍ଲାଣ୍ଟରେ ଥିବା ଦୁଇଟି ରିଆକ୍ଟରରୁ ୭୦ ମେଗାଓ୍ବାଟ ଓ ୫୦ ଗିଗାକ୍ୟାଲୋରୀ ପାଓ୍ବାର ମିଳିବ । ଏହା ୧ ଲକ୍ଷ ଜନସଂଖ୍ୟ ବିଶିଷ୍ଟ ସହରକୁ ଯୋଗାଇପାରିବ। ଏହି ପ୍ଲାଣ୍ଟ ବିରୋଧରେ ପରିବେଶବିତ୍‌ମାନେ ସ୍ବର ଉଠାଇଛନ୍ତି। କିନ୍ତୁ ଡିଜାଇନରମାନେ କହିଛନ୍ତି ଯେ,ଏହାର ସୁନାମୀ କି ୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ କିଛି କ୍ଷତି କରିପାରିବନାହିଁ। ପ୍ଲାଣ୍ଟରୁ ଥରେ ବିଦ୍ୟୁତ ଉପତ୍ାଦନ ଆରମ୍ଭ ହୋଇଗଲେ ଏହା ୪୦ ବର୍ଷ ଯାଏ ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟ କରିପାରିବ। ୧୯୬୮ରେ ଆମେରିକା ପ୍ରଥମେ ଏକ ଭାସମାନ ନ୍ୟୁକ୍ଳିୟର ପାଓ୍ବାର ପ୍ଲାଣ୍ଟ୍‌ ପାନାମା କେନାଲରେ ଲଞ୍ଚ କରିଥିଲା, କିନ୍ତୁ ସେଥିରେ ବ୍ୟୟ ଅତ୍ୟଧିକ ହେବାରୁ ତାହାକୁ ନଷ୍ଟ କରିଦେଇଥିଲା। ତା’ ପରେ ଏବେ ରୁଷିଆର ଏହି ଭାସମାନ ଆଣବିକ ପ୍ଲାଣ୍ଟ କେତେ ସଫଳ ହେବ ତାହା ସମୟ କହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri