ରୁଦ୍ରପୁର ଗୋଷ୍ଠୀ ସଂଘର୍ଷ ଘଟଣା: ପୋଲିସର କାର୍ଯ୍ୟଧାରାକୁ ନେଇ ଥାନା ଘେରିଲା ଭାଜପା ମହିଳା ମୋର୍ଚ୍ଚା

ବିଞ୍ଝାରପୁର,୫ା୧୨(ଡି.ଏନ୍‌.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ରାଜନୈତିକ ବିବାଦରୁ ସଂଘଠିତ ଗୋଷ୍ଠୀ ସଂର୍ଘଷ ଘଟଣାରେ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା। ଏହି କ୍ରମରେ ବୁଧବାର ପୁର୍ବାହ୍ନରେ ଥାନା ସମ୍ମୁଖରେ ଭାଜପା ଜିଲା ମହିଳା ସଭାନେତ୍ରୀ ବବିତା ମଲ୍ଲିକ, କଲ୍ୟାଣପୁର ପଞ୍ଚାୟତର ସଦ୍ୟ ନିଲମ୍ବିତ ସରପଞ୍ଚ ସୁନିତା ନାୟକଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀଙ୍କ ସମେତ ଭାଜପାର ଛାମୁଆ କର୍ମୀ ଧାରଣାରେ ବସିବା ସହ ପୋଲିସର କାର୍ଯ୍ୟଧାରାକୁ ନିନ୍ଦା କରିଥିଲେ। ପୂର୍ବରୁ ଥାନାରେ ଉପସ୍ଥିତ ଥିବା ଯାଜପୁର ଏସଡିପିଓ ରବିନ୍ଦ୍ର କୁମାର ଜେନା, ମଙ୍ଗଳପୁର ଥାନା ଅଧିକାରୀ ଅସିତ ରଞ୍ଜନ ମହାନ୍ତି ଧାରଣାସ୍ଥଳକୁ ଯାଇ ଧାରଣାକାରୀ ବୁଝାଉଥିବାବେଳେ ବିଞ୍ଝାରପୁର ଥାନାଧିକାରୀଙ୍କ ବିରୋଧରେ ଧାରଣାକାରୀମାନେ ଅଭିଯୋଗ ଆଣିଥିଲେ। ରୁଦ୍ରପୁର ଗୋଷ୍ଠୀ ସଂର୍ଘଷ ଘଟଣାରେ ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ ନ କରି ଅକ୍ରୋଶମୂଳକ ଭାବେ କଲ୍ୟାଣପୁର ଗ୍ରାପର ପୂର୍ବତନ ସରପଞ୍ଜ ମୁକ୍ତିକାନ୍ତ ସାମଲଙ୍କୁ ଗିରଫ କରିଥିବା ଅଭିଯୋଗ କରିଥିଲେ। ପରେ ବିଞ୍ଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା ଧାରଣାସ୍ଥଳକୁ ଯାଇ ରୁଦ୍ରପୁର ଗୋଷ୍ଠୀ ସଂର୍ଘଷ ସମ୍ପର୍କରେ ସମସ୍ତ ଅଭିଯୋଗର ତଥ୍ୟ ଦେବା ସହ ଏହି ଘଟଣାରେ ଗିରଫ ହୋଇଥିବା କଲ୍ୟାଣପୁର ଗ୍ରାପର ପୂର୍ବତନ ସରପଞ୍ଚ ମୁକ୍ତିକାନ୍ତ ସାମଲଙ୍କ ନାମରେ ଥାନାରେ ୭ଟି ମାମଲା ଥିବା ପ୍ରକାଶ କରିଥିଲେ। ଏସଡିପିଓ ଜେନା ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରତିଶ୍ରୁତି ଦେବାରୁ ଧାରଣାସ୍ଥଳରୁ ଧାରଣାକାରୀମାନେ ଉଠିଥିଲେ। ଏହି ଅବସରରେ ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଧାରଣାକାରୀମାନେ ଘଟଣା ସମ୍ପର୍କରେ ପୋଲିସ ମହାନିଦ୍ଦେର୍ଶକ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପଦାନ କରିଥିଲେ। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ସୁନିତା ନାୟକ, ନିରଞ୍ଜନ ବେଉରିଆ, କିଶୋର ଚନ୍ଦ୍ର ମିଶ୍ର, ବସନ୍ତ ସାମଲ, ଅରୁଣଜିତ ରାଉତରାୟ,ଦୀନବନ୍ଧୁ ଦାସଙ୍କ ସମେତ ଶତାଧିକ ମହିଳାକର୍ମୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri