ରିଲିଫ୍‌ ଫଣ୍ଡକୁ ସହାୟତା

ରେମୁଣା, ୨୧।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ଅଧୀନ ମାଳ ଗ୍ରାମ ନିକଟସ୍ଥ ରସିକପୁର ଗ୍ରାମର କେତେକ ଅନୁଷ୍ଠାନପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେମାନେ ମିଳିମିଶି ୨୧୦୦ ଟଙ୍କା ତହସିଲଦାରଙ୍କ ଦ୍ୱାରା ପ୍ରଦାନ କରିଛନ୍ତି। କୌଶଲ୍ୟା ମାହାର୍ଣ୍ଣା, ଦୁର୍ଗାଚରଣ ମହାନ୍ତି, ବାଦଲ ଦଳେଇ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସେହିପରି ନୀଳଗିରି ରୋଡ଼ ହାଇସ୍କୁଲ, ବରୁଣସିଂର ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂସଦର ସଭାପତି ଓ ସମ୍ପାଦକଙ୍କ ନିର୍ଦ୍ଦେଶକ୍ରମେ ରେମୁଣା ତହସିଲଦାରଙ୍କ ଦ୍ୱାରା ଚେକ୍‌ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri