Posted inଖେଳ

ରିଙ୍କୁଙ୍କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)-ଉତ୍ତର ପ୍ରଦେଶର ବାମହାତୀ ଖେଳାଳି ରିଙ୍କୁ ସିଂଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩ ମାସ ସସ୍‌ପେଣ୍ଡ କରିଛି। ସ୍ବୀକୃତି ପାଇ ନ ଥିବା ଆବୁଧାବି ଟି୨୦ ଲିଗ୍‌ରେ ଖେଳିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। କେବଳ ସେତିକି ନୁହେଁ ଏହି ଖେଳାଳିଙ୍କୁ ଭାରତ ଏ’ ଦଳରୁ ପ୍ରତ୍ୟାହାର କରି ନିଆଯାଇଛି। ରିଙ୍କୁଙ୍କ ଦଣ୍ଡାଦେଶ ଜୁନ୍‌ ୧ରୁ ଲାଗି ହେବ। ବିସିସିଆଇ ଭେଟେରାନ ଅଲ୍‌ରାଉଣ୍ଡର ଇରଫାନ ପଠାନଙ୍କୁ କେବଳ ଚେତାବନୀ ସହ ଛାଡ଼ିଦେଇଛି। ଏହି ଖେଳାଳି ବୋର୍ଡର ବିନା ଅନୁମତିରେ କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ)ରେ ଅଂଶଗ୍ରହଣ କରିବା ଲାଗି ତାଙ୍କ ନାମ ପଠାଇଥିଲେ। ମାତ୍ର ପରବର୍ତ୍ତୀକାଳରେ ସେଥିରୁ ଓହରିଯାଇଥିଲେ। ପୂର୍ବତନ ଭାରତର ୧୯ବର୍ଷରୁ କମ୍‌ ଅଧିନାୟକ ଅନୁଜ ରାଓ୍ବତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ କେବଳ ତାଗିଦ ସହ ଛାଡ଼ି ଦିଆଯାଇଛି। ଏହି ଖେଳାଳି ପାକିସ୍ତାନୀ କ୍ରିକେଟରଙ୍କ ସହିତ ମରିସସ୍‌ରେ ସ୍ବୀକୃତି ପାଇ ନ ଥିବା ଏକ ଟି୨୦ ଲିଗ୍‌ରେ ଖେଳିଥିଲେ। ରିଙ୍କୁ ଗତ ଦୁଇ ସିଜନ ଧରି କୋଲକାତା ନାଇଟ୍‌ ରାଇଡର୍ସ ଦଳରେ ରହି ଆସିଛନ୍ତି। ଆଇପିଏଲ ଶେଷ ହେବା ପରେ ସେ ଅଣସ୍ବୀକୃତି ଲିଗ୍‌ରେ ଖେଳିଥିଲେ।
ବିସିସିଆଇ କହିଛି, ବୋର୍ଡ ଦ୍ୱାରା ପଞ୍ଜୀକୃତ ଖେଳାଳିମାନେ ବିନା ଅନୁମତି ବିଦେଶରେ କୌଣସି ଟୁର୍ନାମେଣ୍ଟରେ ଭାଗ ନେଇ ପାରିବେ ନାହିଁ। ରିଙ୍କୁ ବିନା ଅନୁମତିରେ ଟୁର୍ନାମେଣ୍ଟରେ ଭାଗନେଇଥିବାରୁ ସିଧାସଳଖ ନିୟମ ଉଲ୍ଲଂଘନ କରିଥିଲେ। ରିଙ୍କୁ ଜଣେ ଯୁବ ଖେଳାଳି ହୋଇଥିବାରୁ ତାଙ୍କୁ କେବଳ ତାଗିଦ ସହ ଛାଡ଼ିଦେବା ଠିକ୍‌ ହେବ ନାହିଁ। କ୍ରିକେଟ ଅପରେଶନ୍ସ ଟିମ୍‌ରେ କାର୍ଯ୍ୟକରୁଥିବା ବିସିସିଆଇର ଜଣେ ସିନିୟର ଅଫିସିଆଲ ନିଜନାମ ଗୋପନ ରଖିବାକୁ କହି ବୋର୍ଡର ଏହି ଦ୍ୱୈତ୍ୟ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବହୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଇରଫାନ ପଠାନ ନିୟମ ଓ କାନୁନ ବିଷୟରେ ଅବଗତ ଥାଇ ମଧ୍ୟ ସିପିଏଲ୍‌ରେ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ତାଙ୍କୁ ଯଦି ଦଣ୍ଡ ବିଧାନ କରାଗଲା ନାହିଁ ତେବେ ପ୍ରଥମ ଥର ତ୍ରୁଟି କରିଥିବା ରିଙ୍କୁଙ୍କୁ କାହିଁକି ଦଣ୍ଡ ବିଧାନ କରାଗଲା ବୋଲି କହିଛନ୍ତି। ବିସିସିଆଇ କ୍ରିକେଟ ଅପରେଶନ୍ସର ଜେନେରାଲ ମ୍ୟାନେଜର ସବା କରିମ୍‌ଙ୍କୁ ଏ ବିଷୟରେ ପଚରାଯିବାରେ ସେ କହିଥିଲେ ଏଥିରେ ମୁଁ ସହମତି ଇରଫାନ ଟୁର୍ନାମେଣ୍ଟ ଖେଳି ନ ଥିଲେ। ଯୁବ ଖେଳାଳିଙ୍କ ଲାଗି ଉଦାହରଣ ସୃଷ୍ଟି ପାଇଁ ଏହି ଦଣ୍ଡ ବିଧାନ କରାଯାଇଛି। ସିନିୟର ଅଫିସିଆଲ ଜଣକ ଆହୁରି ମଧ୍ୟ ଯୁକ୍ତି ଦର୍ଶାଇଥିଲେ ଯେ, ବିସିସିଆଇ ଯଦି ଯୁବ ଖେଳାଳିଙ୍କ ଲାଗି ଉଦାହରଣ ସୃଷ୍ଟି ପାଇଁ ଏପରି କରିଛି ତେବେ ଦିଲ୍ଲୀ କିପର ଓ ବ୍ୟାଟ୍ସମ୍ୟାନ ଅନୁଜ ରାଓ୍ବତଙ୍କୁ କିପରି ବିନା ଦଣ୍ଡରେ ଛାଡ଼ି ଦିଆଗଲା। ରାଓ୍ବତ ପୂର୍ବତନ ପାକିସ୍ତାନ ଖେଳାଳିଙ୍କ ସହିତ ଖେଳିଥିଲେ, ଯେଉଁମାନେ ଆଇସିସି ଦୁର୍ନୀତି ନିରୋଧୀ ୟୁନିଟ୍‌ ରାଡାରରେ ଅଛନ୍ତି। ତୁମେ ଯଦି କୌଣସି ୟଙ୍ଗଷ୍ଟରଙ୍କୁ ଏକ ନୀତିଶିକ୍ଷା ଦେବାକୁ ଚାହୁଁଛ ତେବେ ଏହି ନିୟମ ସମସ୍ତଙ୍କ ପାଇଁ ସମାନ ରହିବା ଉଚିତ୍‌। ନିକଟରେ ଶ୍ରୀଲଙ୍କାରେ ଭାରତର ୧୯ ବର୍ଷରୁ କମ୍‌ ଦଳ ତରଫରୁ ଖେଳିଥିବା ଅନୁଜ ରାଓ୍ବତଙ୍କ ଛାଡ଼ି ଦେଇଥିବା ବେଳେ ସମାନ ଅପରାଧ ପାଇଁ ରିଙ୍କୁ ସିଂଙ୍କୁ ଭାରତର ପ୍ରତିନିଧିତ୍ୱ ସୁଯୋଗରୁ ବଞ୍ଚତ୍ତ କରିବା କେତେ ଯଥାର୍ଥ ବୋଲି ସିନିୟର ଅଫିସିଆଲ ଜଣଙ୍କ ପ୍ରଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri