ରିଏଲ ଇଷ୍ଟେଟ ଲାଗି ପ୍ୟାକେଜ ଘୋଷଣା: ଫ୍ଲାଟ କ୍ରେତାଙ୍କ ସ୍ବପ୍ନ ହେବ ପୂରଣ

ନୂଆଦିଲ୍ଲୀ,୧୫-୯: ଦେଶର ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ରିଏଲ ଇଷ୍ଟେଟ ସେକ୍ଟରରେ ପଡିଛି। ଏହି ସେକ୍ଟର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଦ୍ଧନିର୍ମିତ ଫ୍ଲାଟ୍‌ର ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ୨୦ ହଜାର କୋଟି ଟଙ୍କାର ଏକ ସ୍ପେଶାଲ ଓ୍ବିଣ୍ଡୋ ଗଠନ କରିଛନ୍ତି। ଏଥିରେ ସରକାର ୧୦ହଜାର କୋଟି ଟଙ୍କା ଦେବେ। ସମ ପରିମାଣ ଅର୍ଥ ଏଲ୍‌ଆଇସି ଓ ଅନ୍ୟ ବାହ୍ୟ ନିବେଶକ ଦେବେ। ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଫ୍ଲାଟ୍‌ କିଣିବା ସ୍ବପ୍ନ ପୁରା ହୋଇପାରିବ।
ଏହି ପାଣ୍ଠି ସହାୟତାରେ ସାରା ଦେଶରେ ୬୦% ପର୍ଯ୍ୟନ୍ତ କାମ ଶେଷ ହୋଇଥିବା ପ୍ରାୟ ୩.୫ ଲକ୍ଷ ଆଫୋର୍ଡେବଲ ଏବଂ ମିଡିଲ କ୍ଲାସ୍‌ ହାଉସିଂ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରାଯିବ। ତେବେ ଏନ୍‌ପିଏ ବା ଅନାଦାୟ ଋଣ ହୋଇ ନ ଥିବା, ଦେବାଳିଆ ବା ଆଇବିସି ଅଦାଲତରେ ସମାଧାନ ପାଇଁ ଯାଇ ନ ଥିବା ଏବଂ ନେଟ୍‌ଓ୍ବର୍ଥ ପଜିଟିଭ ଥିବା ପ୍ରକଳ୍ପଗୁଡ଼ିକୁ ଶେଷ କରିବା ଲାଗି ସରକାର ସହାୟତା ପ୍ରଦାନ କରିବେ ବୋଲି ସର୍ତ୍ତାରୋପ କରାଯାଇଛି।
ଏହାଛଡ଼ା ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ପାଇଁ ବିଦେଶରୁ ଋଣ ଆଣିବା ନିୟମକୁ କୋହଳ କରାଯାଇଛି ବୋଲି ଉଲ୍ଲେଖ କରି ସୀତାରାମନ୍‌ କହିଛନ୍ତି ଯେ, ହାଉସିଂ ବିଲ୍‌ଡିଂ ଆଡଭାନ୍ସ ଉପରେ ସୁଧ ହାରକୁ ହ୍ରାସ କରାଯାଇଛି। ଏହାଦ୍ୱାରା ଘର କିଣିବାକୁ ଚାହିଁ ବସିଥିବା ସରକାରୀ କର୍ମଚାରୀଙ୍କୁ ଫାଇଦା ମିଳିବ। ଏହାଦ୍ୱାରା ରିଏଲ ଇଷ୍ଟେଟ ସେକ୍ଟରରେ ଚାହିଦା ବଢ଼ିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କ୍ରୟ ଉପରେ ଟିକସ ଛାଡ଼ର ଫାଇଦା ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେ, ଆଫୋର୍ଡେବଲ ହାଉସିଂ ଉପରେ ଏକ୍ସଟରନାଲ କମର୍ସିଆଲ ବରୋଇଙ୍ଗ୍‌ (ଇସିବି)କୁ ସରଳ କରାଯିବ। ଉଲ୍ଲେଖଥାଉ କି, ଇସିବି ଓ୍ବିଣ୍ଡୋ ମାଧ୍ୟମରେ ଭାରତୀୟ କମ୍ପାନୀମାନେ ଭିନ୍ନ ଭିନ୍ନ ଇନ୍‌ଷ୍ଟ୍ରୁମେଣ୍ଟ ଜରିଆରେ କେତେକ ବିଶେଷ ସ୍ଥିତିରେ ବିଦେଶରୁ ଋଣ ନେଇପାରୁଛନ୍ତି। ତାଙ୍କର କହିବାନୁଯାୟୀ, ଏ କ୍ଷେତ୍ରରେ ବିଦେଶୀ ଋଣ ନିୟମକୁ ସହଜ କରାଯାଇଛି। ଚାପଗ୍ରସ୍ତ ରିଏଲ ଇଷ୍ଟେଟ ପାଣ୍ଠି ଗଠନ ଲାଗି ସରକାରଙ୍କ ଘୋଷଣାକୁ ରିଏଲ ଇଷ୍ଟେଟ ସେକ୍ଟର ସ୍ବାଗତ କରିଛି। ରିଏଲ ଇଷ୍ଟେଟ ଡେଭଲପର ସଂଗଠନ କ୍ରେଡାଇ ଅଧ୍ୟକ୍ଷ ଜକ୍ଷୟ ଶାହ କହିଛନ୍ତି ଯେ, ସଦ୍ୟତମ ଘୋଷଣା ଦ୍ୱାରା ସରକାର କେବଳ ଜମି ଯାଇଥିବା ଧୂଳିକୁ ହଟାଇଛନ୍ତି। ସରକାର ଏହି ସେକ୍ଟରର ପରିସ୍ଥିତି ଗମ୍ଭିରତା ବୁଝିପାରିନାହାନ୍ତି। ତେବେ ଏହା ସ୍ବାଗତ ଯୋଗ୍ୟ। ସେହିପରି ନାରେଡକୋ ଅଧ୍ୟକ୍ଷ ନିରଞ୍ଜନ ହିରାନନ୍ଦାନି କହିଛନ୍ତି ଯେ, ୨୦ ହଜାର କୋଟି ଟଙ୍କାର ପାଣ୍ଠି ଗଠନ ନିଶ୍ଚିତ ଭାବେ ସ୍ବାଗତ କରାଯାଇପାରେ। ଅନୁରୂପ ଭାବେ ଏନରକ୍‌ ଅଧ୍ୟକ୍ଷ ଅନୁଜ ପୁରି କହିଛନ୍ତି ଯେ, ଏହି ପାଣ୍ଠି ଯୋଗୁ ଶସ୍ତା ଘର ଓ ମଧ୍ୟବିତ୍ତ ଆୟକାରୀଙ୍କୁ ପାର୍ବଣର ଉପହାର କୁହାଯାଇପାରେ। ସମ୍ପତ୍ତି ପରାମଶର୍ର୍ଦାତା କମ୍ପାନୀ ନାଇଟ ଫ୍ରାଙ୍କ ଇଣ୍ଡିଆ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶିଶିର ବଜାଜ କହିଛନ୍ତି ଯେ, ସରକାର ଉଚିତ ଦିଗରେ ପଦକ୍ଷେପ ନେଇଛନ୍ତି। ରିଏଲ ଇଷ୍ଟେଟ କ୍ଷେତ୍ରରେ ଦେଖାଦେଇଥିବା ଅସୁବିଧାକୁ ଅନେକାଂଶରେ ଦୂର କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri