Posted inଖେଳ

ରିଅଲ ମାଡ୍ରିଡ୍‌ର ଟ୍ରେନିଂ ଆରମ୍ଭ

ମାଡ୍ରିଡ୍‌, ୧୨ା୫ (ଏପି)-ସ୍ପାନିଶ ଲିଗ୍‌ର ସଦ୍ୟତମ କ୍ଲବ ଭାବେ ରିଅଲ ମାଡ୍ରିଡ୍‌ ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରିଛି। କରୋନାଭାଇରସ୍‌ ମହାମାରୀ ଯୋଗୁ ଦୁଇ ମାସ ଧରି ଲିଗ୍‌ ସସ୍‌ପେଣ୍ଡ ରହିବା ପରେ ଖେଳାଳିମାନେ ସେମାନଙ୍କ ଦଳର ଟ୍ରେନିଂ ସେଣ୍ଟରକୁ ଫେରିଛନ୍ତି। ଅଧିକାଂଶ କ୍ଲବ ଇତିମଧ୍ୟରେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିସାରିଲେଣି। ବାର୍ସିଲୋନା ଶୁକ୍ରାବାର ଏବଂ ଆଟଲେଟିକୋ ମାଡ୍ରିଡ୍‌ ଶନିବାରଠାରୁ ଟ୍ରେନିଂ ଆରମ୍ଭ କରିସାରିଛନ୍ତି। କୋଭିଡ୍‌-୧୯ ଟେଷ୍ଟ ପରେ ଖେଳାଳିମାନଙ୍କୁ ଅଭ୍ୟାସ ପାଇଁ ଅନୁମତି ଦିଆଯାଇଛି। ପ୍ରଥମ ଓ ଦ୍ୱିତୀୟ ଡିଭିଜନ କ୍ଲବର ୫ ଜଣ ଖେଳାଳିଙ୍କର କରୋନା ପଜିଟିଭ୍‌ ଆସିଥିଲା। ଟେଷ୍ଟ ବେଳେ ୩ଜଣ ଷ୍ଟାଫ୍‌ ମେମ୍ବରଙ୍କର ମଧ୍ୟ ପଜିଟିଭ୍‌ ଆସିଛି। ଲିଗ୍‌ ଜୁନ୍‌ ୧୨ରୁ ଆରମ୍ଭ ହେବ ବୋଲି ସ୍ପାନିଶ ଲିଗ୍‌ ସଭାପତି ଜାଭିଏର୍‌ ଟେବାସ୍‌ ଆଶା ପ୍ରକଟ କରିଛନ୍ତି। ବ୍ୟକ୍ତିିଗତ ଟ୍ରେନିଂ ପରେ ରିଅଲ ମାଡ୍ରିଡ୍‌ ଖେଳାଳିମାନେ ଦୁଇଟି ରୋଟେଶନରେ ବିଭିନ୍ନ ପିଚ୍‌ରେ ଅଭ୍ୟାସ କରିବେ। ପ୍ରତିଟି ପିଚ୍‌ରେ ୬ଜଣ ଲେଖାଏ ଖେଳାଳିଙ୍କୁ ଅନୁମତି ରହିବ। ମାର୍ଚ୍ଚରେ ଡାହାଣ ପାଦରେ ଅସ୍ତ୍ରୋପଚାର ପରେ ବେଲଜିଆନ ଖେଳାଳି ଇଡେନ୍‌ ହାଜାଡର୍‌ସ ଫେରିଛନ୍ତି। ଥିବଟ୍‌ କୋର୍ଟୋଇସ୍‌, ଗାରେଥ୍‌ ବାଲେ ଓ ମାର୍ସିଲୋ ମଧ୍ୟ ଟ୍ରେନିଂ ନେଉଛନ୍ତି। କୋଚ୍‌ ଜିନେଜଡିନ୍‌ ଜିଡାନ୍‌ ମାସ୍କ ପରିଧାନ କରି ଖେଳାଳିମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ମାଡ୍ରିଡ୍‌ ସୋମବାରଠରୁ ପୂରାମାତ୍ରାରେ ଟ୍ରେନିଂ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?