ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ

ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା ଅଗ୍ନି ନିର୍ବାପକ ସଂଶୋଧିତ ନିୟମ ୨୦୧୯ ଅନୁସାରେ ସବୁ ସରକାରୀ, ସରକାରୀ ଅଧିକୃତ ବ୍ୟବସାୟିକ ପ୍ରତିଷ୍ଠାନ, ଲୋକଙ୍କ ଚଳପ୍ରଚଳ ଉଚ୍ଚ ଅଟ୍ଟାଳିକାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବା ବାଧ୍ୟତାମୂଳକ। ଏଥିରେ ଖିଲାପ ହେଲେ ଦଣ୍ଡନୀୟ। ତଥାପି ରାୟଗଡ଼ା ଜିଲାରେ ଏ ନିୟମ କେହି ମାନୁନାହାନ୍ତି। ଏହାଦ୍ୱାରା ଉକ୍ତ ଅନୁଷ୍ଠାନଗୁଡ଼ିକ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ରାୟଗଡ଼ା ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମେତ ସହରରେ ଅଳ୍ପ କେତେକ ଅନୁଷ୍ଠାନ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଛନ୍ତି। ଏବେ ବି ଜିଲାରେ ଅନେକ ଅନୁଷ୍ଠାନ ପାଖରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ଅଗ୍ନି ନିରାପତ୍ତା ଓ ସୁରକ୍ଷା ଆଇନକୁ ଉଲ୍ଲଂଘନ କରି ଦୀର୍ଘବର୍ଷ ଧରି ଏହି ଅନୁଷ୍ଠାନଗୁଡ଼ିକ ବ୍ୟବସାୟ କରି ଆସୁଛନ୍ତି। ଗତବର୍ଷ ଜିଲା ସଦର ମହକୁମାର ସମସ୍ତ ପ୍ରତିଷ୍ଠାନଗୁଡିକ ଉପରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅନେକ ପ୍ରତିଷ୍ଠାନ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ନ ଥିବା ଜଣାପଡିଥିଲା। ରାୟଗଡ଼ା ଅଗ୍ନିଶମ ଅଧିକାରୀ ଏ ନେଇ କୋରାପୁଟ ସର୍କଲ ଡେପୁଟି ଅଗ୍ନିଶମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଉକ୍ତ ଅନୁଷ୍ଠାନଗୁଡ଼ିକୁ ଡେପୁଟି ଅଗ୍ନିଶମ ଅଧିକାରୀ ନୋଟିସ୍‌ ଜାରି କରିଥିଲେ। ସେହି ଅନୁଷ୍ଠାନ ମଧ୍ୟରେ ୨୮ଟି ହୋଟେଲ, ଲଜ୍‌, କଲ୍ୟାଣମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ, କେତେକ ଘରୋଇ ଆବାସିକ ଶିକ୍ଷାକେନ୍ଦ୍ର ଏବଂ ଟ୍ୟୁଟୋରିଆଲ ରହିଥିଲା। ସେଥିମଧ୍ୟରୁ କେବଳ ୭ଟି ହୋଟେଲ ଓ ଲଜ୍‌କୁ ଅଗ୍ନିଶମ ବିଭାଗ ତରଫରୁ ଏନଓସି ଦିଆଯାଇଛି। ଅନ୍ୟ ୨୧ଟି ହୋଟେଲ ମଧ୍ୟରୁ ୧୪ଟି ହୋଟେଲକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେହିପରି ବର୍ତ୍ତମାନ ଜିଲାରେ ଥିବା ୧୦ଟି ଆପାର୍ଟମେଣ୍ଟ ପାଇଁ ଅଗ୍ନିଶମ ବିଭାଗକୁ ଏନଓସି ନିମନ୍ତେ ଆବେଦନ କରାଯାଇନାହଁି। ଜିଲାରେ ଥିବା ଏକମାତ୍ର ଶପିଙ୍ଗ୍‌ ମଲରେ ମଧ୍ୟ ଏନଓସି ନାହିଁ। ନୋଟିସ୍‌ ପାଇଥିବା ୮୦ ପ୍ରତିଶତ ଅନୁଷ୍ଠାନ ଏ ପର୍ଯ୍ୟନ୍ତ ସେମାନଙ୍କ ସଂସ୍ଥାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରି ନ ଥିବା ଜଣାଯାଇଛି। ୨୦୧୮ରେ ରାୟଗଡ଼ାରେ ୪୬ଟି ଅଗ୍ନିକାଣ୍ଡଜନିତ ମାମଲା ରୁଜୁ ହୋଇଥିଲାବେଳେ ସେଥିରେ କେହି ମୃତାହତ ହୋଇନାହାନ୍ତି। ଏଥିରେ ୧୪,୪୧,୫୦୦ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ୧,୦୦,୩୫୦୦୦ ଟଙ୍କାର ସମ୍ପତ୍ତି ରକ୍ଷା କରାଯାଇଛି। ସେହିପରି ୨୦୧୯ ଜାନୁୟାରୀରୁ ମାର୍ଚ୍ଚ ସୁଦ୍ଧା ୨୪ଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି ଜୀବନହାନି ହୋଇନାହିଁ। ୫,୧୧,୫୦୦ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲାବେଳେ ୩୪,୮୫,୦୦୦ ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି।
– ଭାଗ୍ୟଶ୍ରୀ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri