Posted inଖେଳ

ରାହାନେଙ୍କୁ ପ୍ରଶଂସା କଲେ କୋହଲି

ମେଲବୋର୍ନ,୨୭।୧୨: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଦିନ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଛନ୍ତି। ତାଙ୍କ କ୍ୟାରିୟରର ଦ୍ୱାଦଶ ଶତକ ଯୋଗୁ ଦ୍ୱିତୀୟ ଟେଷ୍ଟକୁ ନିୟନ୍ତ୍ରଣକୁ ଆଣିପାରିଛି ଟିମ୍‌ ଇଣ୍ଡିଆ। ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିବାରେ ରାହାନେ ଦ୍ୱିତୀୟ ଭାରତୀୟ। ଏହାକୁ ପ୍ରଶଂସା କରିଛନ୍ତି ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି। ସେ ଟୁଇଟ୍‌ କରି ଲେଖିଛନ୍ତି, ଆମ ପାଇଁ ଆଉ ଏକ ଭଲ ଦିନ। ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟ। ଅଜିଙ୍କ୍ୟଙ୍କ ଶ୍ରେଷ୍ଠ ଇନିଂସ। କୋହଲିଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂଙ୍କଠାରୁ ଆରମ୍ଭ କରି ବହୁ ପୂର୍ବତନ କ୍ରିକେଟର ଏମ୍‌ସିଜିରେ ରାହାନେଙ୍କ ଶତକକୁ ପ୍ରଶଂସା କରିଛନ୍ତି।

ଉଲ୍ଲେଖଥାଉ କି, ଦ୍ୱିତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଭାରତୀୟ ଦଳ ହାତରେ ୪ ଉଇକେଟ ରଖି ପ୍ରଥମ ଇନିଂସରେ ୮୨ ରନ୍‌ର ଅଗ୍ରଣୀ ହାସଲ କରିଛି। ରାହାନେ ୧୦୪ ଓ ରବୀନ୍ଦ୍ର ଜାଡେଜା ୪୦ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଦ୍ଧ ମଧ୍ୟରେ ଆମେରିକାକୁ ମୂଲ୍ୟବାନ ଉପହାର ପଠାଇଲା ଇରାନ’, ଟ୍ରମ୍ପଙ୍କ ବଡ଼ ସୂଚନା, ସାରା ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଫସିଗଲେ ଟ୍ରମ୍ପ, ଆହୁରି ଲମ୍ବିପାରେ ଯୁଦ୍ଧ, ଭୟଙ୍କର ଚେତାବନୀ ଦେଲେ ବିଶେଷଜ୍ଞ, କହିଲେ…

ଓ୍ବାଶିଂଟନ୍‌,୨୫।୩: ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରବର୍ଟ ପେପ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଏକ ଫାଶରେ ଫସି ଯାଇଛନ୍ତି। ତାଙ୍କ କହିବା ଅନୁସାରେ,…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri