ଯାଜପୁର ଅଫିସ,୧୪|୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ରାହାଡ଼ପୁର ଦକ୍ଷିଣପାର୍ଶ୍ୱରେ ଚାଲିଥିବା ବେଆଇନ କଳାପଥର ଖନନଉପରେ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ହାଇକୋର୍ଟରେ ନଂ.୩୦୬୫/୨୦୧୮ରେ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗତ ଅଗଷ୍ଟ ୬ତାରିଖରେ ଯାଜପୁର ଜିଲାପାଳଙ୍କୁ ୬ ସପ୍ତାହ ମଧ୍ୟରେ ଫଏସଲା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶର ଏକ ସାର୍ଟିଫଏଡ କପି ଏବଂ ରିଟ୍ ପିଟିସନର ନକଲ ଦୁଇ ସପ୍ତାହ ମଧ୍ୟରେ ଯାଜପୁର ଜିଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଆବେଦନକାରୀ ସର୍ବେଶ୍ୱର ବେହୁରା ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ସାର୍ଟିଫାଏଡ କପି ସହ ରିଟ ପିଟିସନର ନକଲ ଦାଖଲ କରିଛନ୍ତି ା ଏହି ଘଟଣାପରେ ରାହାଡପୁର ପାହାଡ଼ରେ ବେଆଇନ ପଥର ଖାଦାନ ଚଳାଇଥିବା ମାଫିଆଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଥିବା ଜଣାପଡ଼ିଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିଶରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ(ଏମ୍ଆଇପି) ରାହାଡ଼ପୁର ପାହାଡ଼ରେ ଥିବା ବିଭିନ୍ନ ବେଆଇନ କ୍ରଶର ଓ ପଥର ଖାଦାନ ଯୋଗୁ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଥିଲା। ଏସଂକ୍ରାନ୍ତରେ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବରକୁ ନେଇ ସାମାଜିକ କର୍ମୀ ବେହୁରା ୨୦୧୮ଫେବୃୟାରୀରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହି ମାମଲାରେ ବିଶେଷକରି ପଥର ଖାଦାନ ଯୋଗୁ ପ୍ରଭାବିତ ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପକୁ ଗୁରୁତ୍ୱ ଦେଇଥିଲେ। ଏହାସହ ସେଠାରେ ଏକ ଅତ୍ୟାଧୁନିକ କ୍ରଶର ନିର୍ମାଣ ସହ ଜଳସେଚନ ପ୍ରକଳ୍ପ ଗର୍ଭରେ ରାସ୍ତା ଏବଂ ଏମ୍ଓଇଏଫ୍(ମିନିଷ୍ଟ୍ରି ଅଫ୍ ଏନଭାଇରନ୍ମେଣ୍ଟ ଆଣ୍ଡ ଫରେଷ୍ଟ, ଓଡ଼ିଶା ମାଇନ୍ସ ମିନେରାଲ୍ସ କନ୍ସେସନ(ଓଏମ୍ଏମ୍ସି) ଧାରା ଉଲ୍ଲଂଘନ ସମେତ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ବିରୋଧାଭାସ ହେଉଥିବା ଦର୍ଶାଇଥିଲେ। ପରିବେଶ ଆଇନ ଓ ଅନୁମତି ନ ନେଇ ସେଠାରେ ୧୦ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଛି। ତେଣୁ ଏକ ଯୁଗ୍ମ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ସେଠାରେ ନାରାୟଣ ରାଉତ, ନିରଞ୍ଜନ ରାଉତ, ରଶ୍ମିରଞ୍ଜନ ପଣ୍ଡା, ପ୍ରଶାନ୍ତ କୁମାର ଜେନା, ମହେଶ୍ୱର ସ୍ବାଇଁ, ପି.କେ. ରାଉତରାୟ, ପି.କୈଳାସ ରାଓ, ଆଶିଷରଞ୍ଜନ ନାୟକ, ଉକତ୍ଳ ହାଇୱେ, ଅୟାସକାନ୍ତ ରାଉତ, ଅକ୍ଷୟକୁମାର ପରିଡା, ଶ୍ରୀସାଇ କନଷ୍ଟ୍ରକ୍ସନ, ଏସ.ଟି ମିନେରାଲ୍ସ ପ୍ରାଇଭେଟ ଲିଃ, ପ୍ରହ୍ଲାଦ ଲେଙ୍କା ପ୍ରମୁଖଙ୍କୁ ୧୦ରୁ ଊର୍ଦ୍ଧ୍ୱ ଲେଖାଏ ଏକର ଲିଜ୍ ସୂତ୍ରରେ ଦିଆଯାଇଛି। ନିର୍ଦ୍ଧାରିତ ପରିମାଣଠାରୁ ବହୁ ଅଧିକ ଗୁଣରେ ରାହାଡ଼ପୁର ପାହାଡ଼ରୁ କଳାପଥର ଉତ୍ତୋଳନ କରାଯାଉଛି। ତେବେ ଏନେଇ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ କେତେକ ସଇରାତରେ ୧୪୪ଧାରା ଜାରି ହୋଇଛି। ହେଲେ ଏହି ୧୪୪ ଧାରା ନାମକୁ ମାତ୍ର ବୋଲି କୁହାଯାଉଛି। ଏହି ସଇରାତଗୁଡ଼ିକ ଠାରୁ ୨୦୦ ରୁ ୪୫୦ମିଟର ଦୂରରେ ଜନବସତି, ସ୍କୁଲ, ମନ୍ଦିର ଆଦି ରହିଛି। ପଦ୍ଧତିରହିତ(ଅନ୍ସିଷ୍ଟୋମେଟିକ) ବ୍ଲାଷ୍ଟିଂ ଯୋଗୁ ଆଖପାଖ ଜନବସତି ପ୍ରଭାବିତ ହେବା ସହିତ ଘରକାନ୍ଥଗୁଡ଼ିକ ଫାଟି ଯାଉଛି। ପିଲାମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି। ବାୟୁ ଓ ଜଳ ପ୍ରଦୂଷଣରେ ଅଧିକାଂଶ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିଯୋଗୁ ପାଇକରାପୁରା ଓ ରାଣୀବନ୍ଧ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଜଳସେଚନ ସମ୍ବଳ ଥିଲେ ସୁଦ୍ଧା ସମ୍ପୃକ୍ତ ଚାଷୀ ବିଭିନ୍ନ ସମୟରେ ମରୁଡ଼ିର ସମ୍ମୁଖୀନ ହୋଇଛନ୍ତି। ଏଭଳି ଅନେକ ସମସ୍ୟା ଉପରେ ଗ୍ରାମବାସୀଙ୍କ ସ୍ମାରକପତ୍ରକୁ ଆଧାର କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଆବେଦନକାରୀ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଓଏସ୍ପିସିବିର ସଦସ୍ୟ ସଚିବ, ସିଆର୍ ଅଧ୍ୟକ୍ଷ, କ୍ଷୁଦ୍ରଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଓ ଯାଜପୁର ନିର୍ବାହୀ ଯନ୍ତ୍ରୀ, ଯାଜପୁର ଜିଲାପାଳ ପ୍ରମୁଖ ୧୨ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ହାଇକୋର୍ଟର ନିର୍ଦ୍ଦେଶକୁ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ପ୍ରଶାସନସ୍ତରରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି ା
Posted inଆମ ଜିଲା ଖବର, ଯାଜପୁର View All
ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…
ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍; ଡାକ୍ତରୀ ଛାତ୍ରୀ ଗୁରୁତର
ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…
ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ
ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…
ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…
ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…
୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…
ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ
ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…
Archives

