Posted inଭଦ୍ରକ

ରାସ୍ତାରେ ଜଗି ବସିଛି ବିପଦ

ଆରଡ଼ି, ୧୧।୮ (ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ନିକଟ କୁଳେଇପଦାସ୍ଥିତ ୨୦ ନମ୍ବର ଜାତୀୟ ରାଜପଥରେ ବିପଦ ଜଗି ବସିଛି। ଏହି ରାସ୍ତାରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏ.ବି. ସୁଇଚ୍‌ ଲଗାଯାଇଛି। ଶୈବପୀଠ ବ୍ୟତୀତ ଆରଡ଼ି, ନାନ୍ଦପୁର ପଞ୍ଚାୟତର ପ୍ରାୟ ୧୫ ଖଣ୍ଡ ଗଁାରେ ବିଦ୍ୟୁତ୍‌ ବିଭ୍ରାଟ ଘଟିଲେ ଏଠାରେ ଥିବା ସୁଇଚ୍‌ କଟାଯାଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଏ। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଏହି ସୁଇଚ ଲଗାଯାଇଛି। ରାସ୍ତାର ଅନ୍ୟ ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ସହ ୧୧ କେ.ଭି. ତାର ସଂଯୋଗ କରାଯାଇଛି। ରୋଡ କ୍ରସିଂ ନିୟମ ଅନୁଯାୟୀ ହୋଇ ନ ଥିବା କୁହାଯାଉଛି। ନିୟମାନୁସାରେ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ତାର ଟଣାଗଲେ ଦୁଇପାର୍ଶ୍ୱରେ ସାଧାରଣ ବିଦ୍ୟୁତ୍‌ ଖୁଣ୍ଟଠାରୁ ଅଧିକ ଉଚ୍ଚର ଖୁଣ୍ଟ ପୋତାଯିବ। ଏହାଛଡ଼ା ସେହି ରୋଡ କ୍ରସିଂ ସ୍ଥାନରେ ଟଣାଯାଇଥିବା ବିଦ୍ୟୁତ୍‌ ତାର ତଳେ ଜାଲି ବନ୍ଧାଯିବା କଥା। କୌଣସି ସମୟରେ ଏଠାରେ ୧୧ କେ.ଭି. ତାର ଛିଡ଼ିଗଲେ ବନ୍ଧାଯାଇଥିବା ଜାଲି ଦ୍ୱାରା ବିପଦକୁ ଏଡ଼ାଇ ଦିଆଯାଇ ପାରନ୍ତା। ସମସ୍ତ ନିୟମ ସତ୍ତ୍ୱେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁ ଏହି ସ୍ଥାନରେ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ଯେ, ଉକ୍ତ ସ୍ଥାନରେ ଟଣାଯାଇଥିବା ତାର ତଳେ ଦେଇ ଶହ ଶହ ଗାଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠକୁ ଯାତାୟାତ କରୁଛନ୍ତି। ଏହାବ୍ୟତୀତ ସ୍ଥାନୀୟ କୁଳେଇପଦା, ଓଳଗ, ଷାଠିବାଙ୍କୁଡା ଗଁାର ଲୋକଙ୍କ ସହ ଗାଈଗୋରୁ ମଧ୍ୟ ଏହି ରାସ୍ତା ଦେଇ ଯିବାଆସିବା କରନ୍ତି। ଏଠାରେ ପ୍ରତି ମୂହୂର୍ତରେ ବଡ଼ଧରଣର ଅଘଟଣ ଘଟିବାର ଆଶଙ୍କା ଥିଲେ ବି ବିଭାଗୀୟ ଅଧିକାରୀଙ୍କ ବେପରୁଆ ନୀତି ସମସ୍ତଙ୍କୁ ଚକିତ କରିଛି। ଆରଡ଼ିକୁ ବିଭିନ୍ନ ସମୟରେ ଜିଲାର ବିଭିନ୍ନ ବିଭାଗ ପ୍ରଶାସନିକ ଅଧିକାରୀ, ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀ ଆଗମନ କରୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ। ତୁରନ୍ତ ଏହି ସ୍ଥାନରେ ୧୧ କେଭି ତାର ତଳେ ଜାଲି ବାନ୍ଧିବା ସହ ରାସ୍ତାର ଦୁଇପାର୍ଶ୍ୱରେ ୨ଟି ଉଚ୍ଚ ଖୁଣ୍ଟ ପୋତାଯାଉ ବୋଲି ଆରଡ଼ି ଓ ଏହାର ଆଖପାଖ ଗଁାର ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଅସୁରାଳି ଡିଭିଜନର ଏସ୍‌ଡିଓଙ୍କ ବଦଳି ହୋଇଯାଇଥିବାବେଳେ ତାଙ୍କ ସ୍ଥାନରେ ଅନ୍ୟ କେହି ଯୋଗ ଦେଇ ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri