ରାସ୍ତାକଡ଼ରେ ଖୋଲିପାରିବନି ରଙ୍ଗ ଦୋକାନ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ହୋଲି ପର୍ବ ପାଳିତ ହେବ। ଏଥିପାଇଁ ବ୍ୟବସାୟୀମାନେ ଭୁବନେଶ୍ୱରର ଏଣେତେଣେ କି ରାସ୍ତାକଡ଼ରେ ରଙ୍ଗ ବେପାର କରିବେ। ତେଣୁ ଏଥିରେ ରୋକ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ବିଏମ୍‌ସିର ବିନା ଅନୁମତିରେ ବ୍ୟବସାୟୀମାନେ ରଙ୍ଗ ବ୍ୟବସାୟ କରିପାରିବେନି। ସହରରେ ଥିବା ଖୋଲାସ୍ଥାନ କିମ୍ବା ପଡ଼ିଆରେ ଗୋଟିଏ ସ୍ଥାନରେ ବ୍ୟବସାୟୀମାନେ ରଙ୍ଗ ବ୍ୟବସାୟ କରିବେ, ନଚେତ୍‌ ତଣ୍ଡ ଗଣିବେ। ଆବଶ୍ୟକ ପଡିଲେ ଦୋକାନ ଭଙ୍ଗା ହେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ପ୍ରକାଶ କରିଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ବୁଧବାର ହୋଇଥିବା ବୈଠକରେ ଏ ନେଇ କମିଶନର ଚୌଧାରୀ ୩ ଜୋନ୍‌ର ଜୋନାଲ ଡେପୁଟି କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ୩ଟି ଜୋନ୍‌ରେ ଯାଞ୍ଚ ଓ ଚଢାଉ କରିବାକୁ ଜୋନାଲ ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ୩ଟି ଜୋନରେ ୩ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଗୁରୁବାରଠାରୁ ଏ ନେଇ ଚଢ଼ାଉ ଆରମ୍ଭ ହେବ ବୋଲି ସମୀକ୍ଷା ପରେ ପ୍ରକାଶ ପାଇଛି।
କମିଶନର ଚୌଧାରୀ କହିଛନ୍ତି, ସହରରେ ଏବେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେଉଥିବା ବେଳେ ରାସ୍ତାକଡ଼ରେ ରଙ୍ଗ ବ୍ୟବସାୟୀଙ୍କୁ ଦୋକାନ କରିବାକୁ ସ୍ଥାନ ଦେବା ସମସ୍ୟାକୁ ଆହୁରି ବଢ଼ାଇଦେବ। ତେଣୁ ବାଣ ବ୍ୟବସାୟ ପରି ରଙ୍ଗ ବ୍ୟବସାୟୀମାନେ ମଧ୍ୟ ଗୋଟିଏ ସ୍ଥାନରେ ତାଙ୍କ ଦୋକାନ ଦେବାକୁ କୁହାଯାଇଛି। ଏଥିସହ ଦୋକାନ ଲଗାଇବାକୁ ବିଏମ୍‌ସିର ଅନୁମତି ମଧ୍ୟ ଆବଶ୍ୟକ। ବିଏମ୍‌ସିକୁ ବିନା ଟ୍ରେଡ୍‌ ଲାଇସେନ୍ସ ଓ ଅନ୍ୟ ଦେୟ ପୈଠ ନ କରି ବ୍ୟବସାୟ କରିବା ଏକ ଅପରାଧ। ତେଣୁ ବ୍ୟବସାୟୀମାନେ ପ୍ରଥମେ ବିଏମ୍‌ସିଠାରୁ ଅନୁମତ ନେବା ପରେ ହିଁ ଦୋକାନ କରିବେ। ନଚେତ୍‌ ବିଏମ୍‌ସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଦୃଶ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ଏହାଛହା ଆବଶ୍ୟକ ପଡିଲେ ସେମାନଙ୍କ ଦୋକାନ ଭଙ୍ଗା ହେବ ଓ ବ୍ୟବସାୟ ପାଇଁ ଆସିଥିବା କଞ୍ଚାମାଲକୁ ଜବତ କରାଯିବ ବୋଲି କମିଶନର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବିଏମ୍‌ସି ସିଜିନ୍‌ ବେପାର ସମୟରେ ଏପରି ଆଭିମୁଖ୍ୟ ଆପଣାଇଛି। ହେଲେ ବ୍ୟବସାୟୀମାନେ ନିଜ ମନମୁଖି କାର୍ଯ୍ୟ କରିଛନ୍ତି। ରାସ୍ତାକଡ଼ରେ ଦୋକାନ କରିବା ସହ ଖୁଲମଖୁଲା ବେପାର କରୁଛନ୍ତି। ତେବେ ଚଳିତ ଥର କମିଶନରଙ୍କ ନିର୍ଦ୍ଦେଶ ପରେ ଜୋନାଲ ଡେପୁଟି କମିଶନରମାନେ କ’ଣ ଆଭିମୁଖ୍ୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

ମୁସଲମାନ ଦେଶରେ ବିକ୍ରି ହେଉଛି ଭାରତୀୟଙ୍କ ଅଙ୍ଗ, ଧନୀ ଲୋକଙ୍କର ହେଉଛି କିଡନୀ ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୧୨: କେରଳରେ ପଞ୍ଜିକୃତ ଏକ ମାମଲାର ତଦନ୍ତ କରିବା ସମୟରେ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ ବେଆଇନ ଅଙ୍ଗଦାନରେ ଜଡିତ ଏକ...

ଲୋକସଭାରେ ପାରିତ ହେଲା VB–G RAM G ବିଲ୍‌, କାଗଜପତ୍ର ଚିରି ଫିଙ୍ଗିଦେଲେ ବିରୋଧୀ

ନୂଆଦିଲ୍ଲୀ,୧୮ା୧୨: ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ଜି ରାମଜୀ ବିଲ୍ ପାରିତ ହୋଇଛି । ହେଲେ ବିରୋଧୀ ଦଳ ବିଲ୍ ପାସ୍ ହେବା ପରେ ପ୍ରବଳ...

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri