ରାସ୍ତା ମଝିରେ ଅନୁଷ୍କାଙ୍କୁ ଛାଡ଼ି ପଳାଇଥିଲେ ବିରାଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ବେଶ୍‌ ସୁନ୍ଦର ତଥା ଚର୍ଚ୍ଚିତ ଯୋଡ଼ି। କିଛି ନା କିଛି ଘଟଣାକୁ ନେଇ ଏହି ଦୁଇଜଣ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଲକ୍‌ଡାଉନ୍‌ ସମୟରେ ବିରାଟ ଅନୁଷ୍କାଙ୍କ ବିଷୟରେ କିଛି କଥା କହି ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଏବେ ଅନୁଷ୍କାଙ୍କ ବିଷୟରେ ବିରାଟ ଆଉ ଏକ ମଜାଳିଆ କଥା କହିଛନ୍ତି। ଏହା ମଧ୍ୟ କହିଛନ୍ତି, ଅନୁଷ୍କା ଏଥିପାଇଁ ତାଙ୍କ ସହ କଥା ମଧ୍ୟ ବନ୍ଦ କରିଦେଇଥଲେ।


ନିକଟରେ ବିରାଟ କୋହଲି ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ସହ ଲାଇଭ୍‌ ଚାଟ୍‌ କରିଥିଲେ। ଏହି ସମୟରେ ସେ ଅନୁଷ୍କାଙ୍କ ସହ ଜଡ଼ିତ ଅନେକ କଥା କହିଥିଲେ। ବିରାଟ ସୁନୀଲ ଛେତ୍ରୀଙ୍କୁ ତାଙ୍କ ଭୁଟାନ ଯାତ୍ରା ସହ ଜଡ଼ିତ ଏକ ମଜାଳିଆ କଥା କହିଛନ୍ତି ଏବଂ ଏହା ପରେ ଅନୁଷ୍କା ତାଙ୍କ ସହ କଥାବାର୍ତ୍ତା କରି ନ ଥିଲେ ବୋଲି କହିଛନ୍ତି। ଲାଇଭ୍‌ ଚାଟ୍‌ରେ ସୁନୀଲ ଛେତ୍ରୀ ବିରାଟଙ୍କୁ ପଚାରିଥିଲେ ଭୁଟାନରେ କ’ଣ ଘଟିଛି ଯେ ତୁମେ ତୁମ ସ୍ତ୍ରୀଙ୍କୁ ରାସ୍ତାରେ ଛାଡ଼ି ପଳାଇଥିଲ?

ସୁନୀଲଙ୍କ ଏହି ପ୍ରଶ୍ନର ଉତ୍ତରରେ ବିରାଟ କହିଛନ୍ତି, ଆମେ ବାଇକ୍‌ରେ ଭୁଟାନ୍‌ ଯାଇଥିଲୁ। ଏହି ସମୟରେ ସେଠାକୁ ବହୁ ଭାରତୀୟ ପର୍ଯ୍ୟଟକ ଆସିଥିଲେ। ଏହି ଭିଡ଼ ଭିତରେ କେହି ଜଣେ କହିଲେ ଇୟେ ତ ବିରାଟ କୋହଲି ପରି ଲାଗୁଛନ୍ତି। ଏହି ସମୟରେ ମୋ’ର ଧାରଣା ନ ଥିଲା ଯେ, ଅନୁଷ୍କା ମୋ’ ସହିତ ଅଛନ୍ତି ବୋଲି। ମଁୁ ତାଙ୍କୁ ଛାଡ଼ି ଖୁବ୍‌ ଜୋର୍‌ରେ ବାଇକ୍‌ ଚଳାଇ ବହୁ ଆଗକୁ ପଳାଇଥିଲି। ଏହା ପରେ ଯେତେବେଳେ ମୁଁ ଅନୁଷ୍କାଙ୍କ ପାଖରେ ପହଞ୍ଚିଲି ସେ ମୋ’ ସହିତ କଥାବାର୍ତ୍ତା କଲେ ନାହିଁ। ବିରାଟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ୟୁଜରମାନେ ଏହି ଭିଡିଓଙ୍କୁ ବହୁମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri