ରାସ୍ତା ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ସ୍ବଚ୍ଛ ପରିବେଶ ବିକାଶ ପାଇଁ ରାଜ୍ୟରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟର ଉପଯୁକ୍ତ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ପ୍ଲାଷ୍ଟିକ ବର୍ଜ୍ୟର ଉପଯୁକ୍ତ ପରିଚାଳନା ଓ ପୁନଃବ୍ୟବହାର ନିମନ୍ତେ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ମତପ୍ରକାଶ ପାଇଛି। ରାସ୍ତା ନିର୍ମାଣ କାର୍ଯ୍ୟରେ ପ୍ଲାଷ୍ଟିକ ବ୍ୟବହାର ବଢାଇବା ପାଇଁ ଏହାର ବୈଷୟିକ, ଆର୍ଥିକ ଏବଂ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ସବିଶେଷ କାର୍ଯ୍ୟପନ୍ଥା ଏବଂ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ରାସ୍ତା ନିର୍ମାଣ ପ୍ରକଳ୍ପର ଦର ତାଲିକା ସୂଚକାଙ୍କ(ସିଡ୍ୟୁଲ ଅଫ ରେଟ୍‌)ରେ ଅନ୍ତର୍ଭୁକ୍ତ କରିବା ସହିତ ବାର୍ଷିକ କେତେ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟ ରାସ୍ତା ନିର୍ମାଣରେ ବ୍ୟବହାର ହୋଇପାରିବ ତା’ର ଆକଳନ କରିବାକୁ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାସ୍ତା ନିର୍ମାଣରେ ପ୍ରୟୋଗ ନିମନ୍ତେ ପ୍ଲାଷ୍ଟିକର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାକରଣ ଆବଶ୍ୟକ। ଏହି ପ୍ରକ୍ରିୟାରେ ପ୍ଲାଷ୍ଟିକକୁ ଟୁକୁରା ଟୁକୁରା ଖଣ୍ଡ କରାଯାଇ ପିଚୁରେ ମିଶିବାଭଳି ରୂପାନ୍ତରିତ କରାଯାଇଥାଏ। ଏଥିପାଇଁ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା କରାଯିବ। ରାଜ୍ୟର ଯୁବତୀ,ଯୁବକମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ଦିଆଯିବା ପାଇଁ ସ୍ଥିର ହୋଇଛି। ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ସାମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ପ୍ରାମାଣିକ କ୍ଷେତ୍ର ପରିଦର୍ଶନରେ(ଏକ୍ସପୋଜର ଭିଜିଟ) ନେବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଶିଳ୍ପ ବିଭାଗ ସଚିବ ହେମନ୍ତ କୁମାରଙ୍କୁ ପରାମର୍ଶ ଦେଇଛନ୍ତି। ଏପରି ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମରେ ପ୍ରତିଷ୍ଠା କରାଯାଇପାରିବ ବୋଲି ଶର୍ମା କହିଛନ୍ତି।
ଗ୍ରାମାଞ୍ଚଳରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମାଧ୍ୟମରେ ସଂଗ୍ରହ କରିହେବ। ସଂଗୃହୀତ ପ୍ଲାଷ୍ଟିକ ନିର୍ଦ୍ଧାରିତ ସ୍ଥାନଗୁଡିକରେ ନଗର ଓ ଗୃହ ଉନ୍ନୟନ ବିଭାଗ ମାଧ୍ୟମରେ ସଂଗ୍ରହ କରାଯିବ। ଏହାପରେ ସେଗୁଡିକର ବର୍ଗୀକରଣ କରାଯାଇ ରାସ୍ତା ନିର୍ମାଣ ଏବଂ ସିମେଣ୍ଟ ପ୍ରସ୍ତୁତିରେ ପୁନଃବିନିଯୋଗର ବ୍ୟବସ୍ଥା କରାଯିବ। ୫୦ ମାଇକ୍ରୋନ୍‌ରୁ କମ ପ୍ଲାଷ୍ଟିକ ବ୍ୟାଗ, କ୍ୟାରି ବ୍ୟାଗ, ବୋତଲ, ପ୍ୟାକିଂ ଦ୍ରବ୍ୟ ଥର୍ମୋକୋଲ ପ୍ରସ୍ତୁତ ସାଜସଜ୍ଜା ସାମଗ୍ରୀ ଆଦିର ଉତ୍ପାଦନ ଓ ବ୍ୟବହାରକୁ ପୂର୍ଣ୍ଣଭାବେ ନିୟନ୍ତ୍ରିତ କରାଯିବ। ଏ ସମ୍ବନ୍ଧିତ ନିୟମଗୁଡିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଯୋଗାଡ଼ କରାଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୧୪ ସହରାଞ୍ଚଳ ଅନ୍ତର୍ଗତ ୨୦୨୪ ଓ୍ବାର୍ଡରୁ ଦୈନିକ ପ୍ରାୟ ୧୫୦ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି। ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନାରେ ଏହାର ପୁନଃବିନିଯୋଗ କରାଗଲେ ପ୍ଲାଷ୍ଟିକ ଯୋଗୁ ସୃଷ୍ଟି ହେଉଥିବା ପରିବେଶ ସମସ୍ୟାର ଅନେକ ପରିମାଣରେ ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri