Posted inRasifala

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ
ନକ୍ଷତ୍ରରେ ଚନ୍ଦ୍ର ଦ୍ୱିଜା ନକ୍ଷତ୍ର ପାଇଁ ମନୋରଞ୍ଜନ, ନୂତନ ବନ୍ଧୁ ସମ୍ପର୍କ, ଶୁଭଖବର, ଖୁସୀଗପର ମଉକା ଜୁଟାଇବ । ଅଶ୍ୱିନୀ ନକ୍ଷତ୍ର ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟ ଆଲୋଚନା ମଧ୍ୟରେ ଚିନ୍ତିତ ରହିବେ । ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ଆର୍ଥିକ ସ୍ଥିତିରେ ସୁଧାର ଆଣିବ ।
ବୃଷ
ବୃଷ
କାମଗୁଡିକ ଅଟକି ରହିଯାଇଥିବାରୁ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ପୂର୍ବପରି କର୍ମକ୍ଷେତ୍ରରେ ସଦିଚ୍ଛା ଓ ସମ୍ମାନର ଅଭାବ ମନରେ ବହୁତ କ୍ଷୋଭ ଆଣିବ । ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ।
ମିଥୁନ
ମିଥୁନ
ଘାତବାର ହୋଇଥିବାରୁ ପାରିବାରିକ ଅଶାନ୍ତି ସଙ୍ଗକୁ ସ୍ବାସ୍ଥ୍ୟହାନି ମାନସିକ ଓ ଶାରୀରିକ ସୁସ୍ଥତାକୁ କ୍ଷୁଣ୍ଣ କରିବ । ମନର କଥାକୁ ଅନ୍ୟମାନଙ୍କୁ ଜଣାଇଲେ ମଧ୍ୟ ସହାନୁଭୂତି ପାଇବା ଦୁର୍ଲଭ ହୋଇପାରେ । ଯେଉଁ କାମରେ ହାତ ଦେଲେ ମଧ୍ୟ ସବୁ କିଛି ବିଗିଡି ଯାଉଥିବାରୁ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ ।
କର୍କଟ
କର୍କଟ
ଶୁକ୍ର ଅବସ୍ଥାନ କରିଥିବାରୁ ଅର୍ଥଲାଭ, ନଷ୍ଟଦ୍ରବ୍ୟ ପ୍ରାପ୍ତି ଓ ସହକର୍ମୀଙ୍କ ସହାନୁଭୂତି ପାଇବେ । ତଥାପି ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ଆଶା ପୂରଣ ନ ହେଲେ ମଧ୍ୟ କେତେକାଂଶରେ ଉପକୃତ ହେବା କାରଣରୁ ମନକୁ ବୁଝାଇ ନେଇପାରିବେ ।
ସି˚ହ
ସି˚ହ
ପାପଗ୍ରହାକ୍ରାନ୍ତ ହୋଇ ପର୍ଯ୍ୟାପ୍ତ ଖର୍ଚ୍ଚ ସଙ୍ଗକୁ ବନ୍ଧୁତ୍ୱରେ ଛିଟା ଲଗାଇପାରେ । ଏହିଭଳି କେତେକ କାମର ସମ୍ମୁଖୀନ ହେବାକୁ ପଡିବ, ଯାହା କି ନ କଲେ ଚଳିବନି କିମ୍ବା କରିବା ମଧ୍ୟ ସେତେଟା ସୁବିଧାଜନକ ନ ଥିବ । ଅନ୍ୟମାନଙ୍କୁ ବୁଝାଇ ଶୁଝାଇ କାମ ହାସଲ ପାଇଁ ଚେଷ୍ଟା କଲେ ହୁଏତ କେତେକାଂଶରେ ଉପକୃତ ହୋଇପାରିବେ ।
କନ୍ୟା
ମଙ୍ଗଳଙ୍କ ଦୃଷ୍ଟିରେ ଶୁକ୍ର ସୌଖ୍ୟପ୍ରଦ ସୁନ୍ଦର ପରିବେଶକୁ ଉତ୍ତେଜନାପୂର୍ଣ୍ଣ ବାତାବରଣରେ ପରିଣତ କରିଦେଇପାରେ । ହସ୍ତା ନକ୍ଷତ୍ର ପାଇଁ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୋଇ ଆଜିର କାମଗୁଡିକ ସମ୍ପନ୍ନ ହୋଇପାରିବ । ସହଜରେ ଅନ୍ୟ ମାନଙ୍କୁ ସରଳ ବିଶ୍ୱାସ କରି କାମ କଲେ ଅସୁବିଧାରେ ପଡିପାରନ୍ତି ।
ତୁଳା
ତୁଳା
ଭାଇ, ବନ୍ଧୁ ତଥା ପଡୋଶୀଙ୍କ ସହ ସାଧାରଣ କଥାକୁ ନେଇ କଳହ ଘଟିବାର ସୂଚନା ରହିଛି । ସାହାଯ୍ୟ, ସହଯୋଗ ନ ପାଇଲେ ମଧ୍ୟ ନିଜର ଆମତ୍ବଳ ଓ ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପରିସ୍ଥିତିକୁ ସାମ୍‌ନା କରିପାରିବେ । ଦୀର୍ଘ କେତେଦିନ ହେଲା ଲାଗି ରହିଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ବେହିସାବୀ କାର୍ଯ୍ୟକଳାପ ମାଧ୍ୟମରେ ଅପବ୍ୟୟ ମାନସିକ ଦୁଶ୍ଚିନ୍ତାର କାରଣ ପାଲଟିଯିବ । ଯଦିଓ ଅନୁରାଧାର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ । ବନ୍ଧୁ ମାନଙ୍କ ଆଦର, ଗୌରବରେ ନିଜର ଅତୀତ ଦୁଃଖକୁ ସାମୟିକ ଭାବରେ ପାସୋରି ଦେଇପାରନ୍ତ।
ଧନୁ
ଧନୁ
ଯିଏ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନପୂର୍ବକ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ସାମୟିକ ଖୁସୀ ରହିବେ । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ । ବ୍ୟବସାୟରେ ଉନ୍ନତି ଜନିତ ଆନନ୍ଦ ଅନୁଭବ କରିବେ।
ମକର
ମକର

ବକ୍ରୀ ବୃହସ୍ପତି ଅଷ୍ଟମାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ଅଭିଯୋଗ ହେତୁ ମାନସିକ ସ୍ଥିତି ଜମା ଭଲ ରହିବ ନାହିଁ । ଶ୍ରବଣାର ପ୍ରିୟବନ୍ଧୁ କିମ୍ବା ସହକର୍ମୀଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନ ହେବାରୁ ସାମୟିକ ମନ ପରିବର୍ତ୍ତନ ଘଟିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ସରଗରମ ଆଲୋଚନା କରିପାରନ୍ତ।

କୁମ୍ଭ
କୁମ୍ଭ
ନିଜର ଲୋକମାନଙ୍କ ପରୋକ୍ଷ ଶତ୍ରୁତା ଓ ବିରୋଧ ମନୋଭାବ ଯୋଗୁଁ ମାନସିକ ସ୍ତରରେ ବିଚଳିତବୋଧ କରିବେ । ନିର୍ମାଣ କ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଆଗାମୀ ମାଙ୍ଗଳିକ କାର୍ଯ୍ୟସକାଶେ ପୂର୍ବ ପ୍ରସ୍ତୁତିରେ ବ୍ୟସ୍ତ ରହିପାରନ୍ତି ।
ମୀନମୀନ

ରାହୁଯୁକ୍ତ ବୁଧଙ୍କ କୁପ୍ରଭାବରୁ ଯାହାକୁ ବିଶ୍ୱାସ କରି କିଛି ଗୋପନୀୟ କଥା କହିବେ ସେହି ବ୍ୟକ୍ତି ହିଁ ସବୁ ସମସ୍ୟା ସୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟି ଯିବ  ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri