Posted inRasifala

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ
ନକ୍ଷତ୍ରରେ ଚନ୍ଦ୍ର ଦ୍ୱିଜା ନକ୍ଷତ୍ର ପାଇଁ ମନୋରଞ୍ଜନ, ନୂତନ ବନ୍ଧୁ ସମ୍ପର୍କ, ଶୁଭଖବର, ଖୁସୀଗପର ମଉକା ଜୁଟାଇବ । ଅଶ୍ୱିନୀ ନକ୍ଷତ୍ର ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟ ଆଲୋଚନା ମଧ୍ୟରେ ଚିନ୍ତିତ ରହିବେ । ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ଆର୍ଥିକ ସ୍ଥିତିରେ ସୁଧାର ଆଣିବ ।
ବୃଷ
ବୃଷ
କାମଗୁଡିକ ଅଟକି ରହିଯାଇଥିବାରୁ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ପୂର୍ବପରି କର୍ମକ୍ଷେତ୍ରରେ ସଦିଚ୍ଛା ଓ ସମ୍ମାନର ଅଭାବ ମନରେ ବହୁତ କ୍ଷୋଭ ଆଣିବ । ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ।
ମିଥୁନ
ମିଥୁନ
ଘାତବାର ହୋଇଥିବାରୁ ପାରିବାରିକ ଅଶାନ୍ତି ସଙ୍ଗକୁ ସ୍ବାସ୍ଥ୍ୟହାନି ମାନସିକ ଓ ଶାରୀରିକ ସୁସ୍ଥତାକୁ କ୍ଷୁଣ୍ଣ କରିବ । ମନର କଥାକୁ ଅନ୍ୟମାନଙ୍କୁ ଜଣାଇଲେ ମଧ୍ୟ ସହାନୁଭୂତି ପାଇବା ଦୁର୍ଲଭ ହୋଇପାରେ । ଯେଉଁ କାମରେ ହାତ ଦେଲେ ମଧ୍ୟ ସବୁ କିଛି ବିଗିଡି ଯାଉଥିବାରୁ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ ।
କର୍କଟ
କର୍କଟ
ଶୁକ୍ର ଅବସ୍ଥାନ କରିଥିବାରୁ ଅର୍ଥଲାଭ, ନଷ୍ଟଦ୍ରବ୍ୟ ପ୍ରାପ୍ତି ଓ ସହକର୍ମୀଙ୍କ ସହାନୁଭୂତି ପାଇବେ । ତଥାପି ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ଆଶା ପୂରଣ ନ ହେଲେ ମଧ୍ୟ କେତେକାଂଶରେ ଉପକୃତ ହେବା କାରଣରୁ ମନକୁ ବୁଝାଇ ନେଇପାରିବେ ।
ସି˚ହ
ସି˚ହ
ପାପଗ୍ରହାକ୍ରାନ୍ତ ହୋଇ ପର୍ଯ୍ୟାପ୍ତ ଖର୍ଚ୍ଚ ସଙ୍ଗକୁ ବନ୍ଧୁତ୍ୱରେ ଛିଟା ଲଗାଇପାରେ । ଏହିଭଳି କେତେକ କାମର ସମ୍ମୁଖୀନ ହେବାକୁ ପଡିବ, ଯାହା କି ନ କଲେ ଚଳିବନି କିମ୍ବା କରିବା ମଧ୍ୟ ସେତେଟା ସୁବିଧାଜନକ ନ ଥିବ । ଅନ୍ୟମାନଙ୍କୁ ବୁଝାଇ ଶୁଝାଇ କାମ ହାସଲ ପାଇଁ ଚେଷ୍ଟା କଲେ ହୁଏତ କେତେକାଂଶରେ ଉପକୃତ ହୋଇପାରିବେ ।
କନ୍ୟା
ମଙ୍ଗଳଙ୍କ ଦୃଷ୍ଟିରେ ଶୁକ୍ର ସୌଖ୍ୟପ୍ରଦ ସୁନ୍ଦର ପରିବେଶକୁ ଉତ୍ତେଜନାପୂର୍ଣ୍ଣ ବାତାବରଣରେ ପରିଣତ କରିଦେଇପାରେ । ହସ୍ତା ନକ୍ଷତ୍ର ପାଇଁ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୋଇ ଆଜିର କାମଗୁଡିକ ସମ୍ପନ୍ନ ହୋଇପାରିବ । ସହଜରେ ଅନ୍ୟ ମାନଙ୍କୁ ସରଳ ବିଶ୍ୱାସ କରି କାମ କଲେ ଅସୁବିଧାରେ ପଡିପାରନ୍ତି ।
ତୁଳା
ତୁଳା
ଭାଇ, ବନ୍ଧୁ ତଥା ପଡୋଶୀଙ୍କ ସହ ସାଧାରଣ କଥାକୁ ନେଇ କଳହ ଘଟିବାର ସୂଚନା ରହିଛି । ସାହାଯ୍ୟ, ସହଯୋଗ ନ ପାଇଲେ ମଧ୍ୟ ନିଜର ଆମତ୍ବଳ ଓ ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପରିସ୍ଥିତିକୁ ସାମ୍‌ନା କରିପାରିବେ । ଦୀର୍ଘ କେତେଦିନ ହେଲା ଲାଗି ରହିଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ବେହିସାବୀ କାର୍ଯ୍ୟକଳାପ ମାଧ୍ୟମରେ ଅପବ୍ୟୟ ମାନସିକ ଦୁଶ୍ଚିନ୍ତାର କାରଣ ପାଲଟିଯିବ । ଯଦିଓ ଅନୁରାଧାର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ । ବନ୍ଧୁ ମାନଙ୍କ ଆଦର, ଗୌରବରେ ନିଜର ଅତୀତ ଦୁଃଖକୁ ସାମୟିକ ଭାବରେ ପାସୋରି ଦେଇପାରନ୍ତ।
ଧନୁ
ଧନୁ
ଯିଏ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନପୂର୍ବକ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ସାମୟିକ ଖୁସୀ ରହିବେ । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ । ବ୍ୟବସାୟରେ ଉନ୍ନତି ଜନିତ ଆନନ୍ଦ ଅନୁଭବ କରିବେ।
ମକର
ମକର

ବକ୍ରୀ ବୃହସ୍ପତି ଅଷ୍ଟମାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ଅଭିଯୋଗ ହେତୁ ମାନସିକ ସ୍ଥିତି ଜମା ଭଲ ରହିବ ନାହିଁ । ଶ୍ରବଣାର ପ୍ରିୟବନ୍ଧୁ କିମ୍ବା ସହକର୍ମୀଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନ ହେବାରୁ ସାମୟିକ ମନ ପରିବର୍ତ୍ତନ ଘଟିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ସରଗରମ ଆଲୋଚନା କରିପାରନ୍ତ।

କୁମ୍ଭ
କୁମ୍ଭ
ନିଜର ଲୋକମାନଙ୍କ ପରୋକ୍ଷ ଶତ୍ରୁତା ଓ ବିରୋଧ ମନୋଭାବ ଯୋଗୁଁ ମାନସିକ ସ୍ତରରେ ବିଚଳିତବୋଧ କରିବେ । ନିର୍ମାଣ କ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଆଗାମୀ ମାଙ୍ଗଳିକ କାର୍ଯ୍ୟସକାଶେ ପୂର୍ବ ପ୍ରସ୍ତୁତିରେ ବ୍ୟସ୍ତ ରହିପାରନ୍ତି ।
ମୀନମୀନ

ରାହୁଯୁକ୍ତ ବୁଧଙ୍କ କୁପ୍ରଭାବରୁ ଯାହାକୁ ବିଶ୍ୱାସ କରି କିଛି ଗୋପନୀୟ କଥା କହିବେ ସେହି ବ୍ୟକ୍ତି ହିଁ ସବୁ ସମସ୍ୟା ସୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟି ଯିବ  ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri