Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ
ଆଲୋଚନା ପରିସରରେ ବିରୋଧାଭାସ ରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟସାଧନ କରିବେ। ଗତକାଲିର ବାକି ରହିଯାଇଥିବା କାମଗୁଡ଼ିକୁ ଆଜି ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଅଶ୍ୱିନୀ ନକ୍ଷତ୍ରର ପିଲାମାନଙ୍କର କିମ୍ବା ସ୍ତ୍ରୀଙ୍କର ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ର୍ରରେ ମୃଗଶିରା ନକ୍ଷତ୍ର ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ଶୁଣା ଖବରକୁ ବିଶ୍ୱାସକରି ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରେ ମନସ୍ତାପ କରିପାରନ୍ତି। ଅଟକି ରହିଥିବା କାମଗୁଡ଼ିକ ସହକର୍ମୀଙ୍କ ବଦାନ୍ୟତାରୁ ହୋଇଯିବ। ବାଣିଜ୍ୟ ଓ ପରିବହନରେ ସମସ୍ୟା ଦେଖାଦେବା କାରଣରୁ ବ୍ୟସ୍ତ ହେବେ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ ମାତ୍ର ସତର୍କରେ ଚଳନ୍ତୁ ନତୁବା ପରିସ୍ଥିତି ବଦଳିଯାଇପାରେ । ବେଖାତିର ମନୋଭାବ ହେତୁ ଉପର ଅଧିକାରୀମାନେ ଆପଣଙ୍କ ଉପରେ ରାଗିପାରନ୍ତି। ପରିବାରର ଆଜିର ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ । ବ୍ୟବସାୟରେ ସଫଳତା ହାସଲ କରିପାରିବେ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ସହକର୍ମୀମାନେ ଏକଜୁଟ ହୋଇ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ସମସ୍ୟା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିବେ। ଆଶଙ୍କା ଅପରାହ୍ନେ ଦୂର ହୋଇଯିବ ଓ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ ।
ସି˚ହ
ସି˚ହ
ବନ୍ଧୁଙ୍କ ଅଶାଳୀନ ବ୍ୟବହାର ହେତୁ ମନ ବେଶି ବିବ୍ରତ ହେବ, କିନ୍ତୁ ପ୍ରକାଶ୍ୟରେ କିଛି ହିଁ କହିପାରିବେ ନାହିଁ। ମଘା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କରୁଥିବା ଲୋକମାନଙ୍କ କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହେବ ଓ ମାନସିକ ସ୍ଥିତି ଠିକ୍‌ ରହିବ।
କନ୍ୟା
କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ହସ୍ତା ନକ୍ଷତ୍ରର ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବାରୁ ଚିନ୍ତିତ ରହିପାରନ୍ତି। ସୁନା ଜିନିଷ କିମ୍ବା କୌଣସି ଯାନ୍ତ୍ରିକ ଜିନିଷ କିଣା ବିକାରେ ଠକାମିରେ ପଡ଼ିପାରନ୍ତି। ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବ, ଯାହାକି ଦୁଶ୍ଚିନ୍ତାକୁ ବୃଦ୍ଧି କରିବ ।
ତୁଳା
ତୁଳା
ବିଶାଖା ନକ୍ଷତ୍ରର ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଅତ୍ୟଧିକ ଭ୍ରମଣ ଓ ମାନସିକ ଉଦ୍‌ବେଗ ଯୋଗୁ ଆଳସ୍ୟ ଅନୁଭବ କରିବେ। ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଅନୁରାଧାର ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିଥିଲେ ମଧ୍ୟ ନିଜର ଅବହେଳାଜନିତ କୌଣସି ସମସ୍ୟା ଦେଖାଦେଇପାରେ। ଅପୂରଣୀୟ ଆଶା କ୍ରମଶଃ ମାନସିକ ସ୍ତରକୁ ନିରୁତ୍ସାହିତ କରିବ। ପାରିବାରିକ ସାହାଯ୍ୟ କେତେକାଂଶରେ କାମ ସକାଶେ ଅନୁକୂଳ ରହିପାରେ । ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ଧନୁ
ଧନୁ
ମୂଳା ନକ୍ଷତ୍ରର ସମୟ ପ୍ରତ୍ୟେକ ଦିଗରୁ ଅନୁକୂଳ ରହିଥିଲେ ମଧ୍ୟ କେତେକ କ୍ଷେତ୍ରରେ ନିଜ ଦୋଷରୁ ସମସ୍ୟା ସୃଷ୍ଟି ହୋଇପାରେ। ବାକ୍‌ ସଂଯମ ଅଭାବରୁ ବିନା ଦୋଷରେ ବନ୍ଧୁଙ୍କ ଘରୋଇ ଝମେଲା ଭିତରକୁ ଟାଣିହୋଇ ଯାଇପାରନ୍ତି। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ହାସଲ କରିବେ।
ମକର
ମକର
ଶ୍ରବଣା ନକ୍ଷତ୍ରର କାମଗୁଡ଼ିକ ବାରମ୍ବାର ପ୍ରତିରୋଧ ମଧ୍ୟରେ ଅଟକି ଯାଉଥିବା କାରଣରୁ ମନସ୍ତାପ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ସହଜରେ କାମ ହାସଲ କରିବେ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର ବହୁବିଧ କର୍ମରେ ଅନୁପ୍ରବେଶ ପାଇଁ ରାସ୍ଥା ଉନ୍ମୁକ୍ତ କରିପାରେ । ସାମାଜିକ ସ୍ତରରେ ଗତକାଲିର ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ। ଆପଣଙ୍କ ଅନୁରୋଧ କ୍ରମେ ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ନାହିଁ।
ମୀନମୀନ
ସହଜ ଓ ସରଳଭାବରେ ଆଜିର ଜୀବନଯାତ୍ରା ପ୍ରୀତିପ୍ରଦ ରହିବ। କିନ୍ତୁ କେତେକ କ୍ଷେତ୍ର ସକାଶେ ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ପାଇଁ ପାରିବାରିକ ପ୍ରତିରୋଧ ହେତୁ କେତେକ କାମ ଅଟକି ଯାଇପାରେ। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଘଟିପାରେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେତୁ ଖୁସି ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri