Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୨୩ ତାରିଖ – Daily Horoscope

ମେଷ
ବିଭିନ୍ନ ସମସ୍ୟାରେ ଜଡ଼ିତ ରହିଲେ ମଧ୍ୟ ଆନନ୍ଦର ଅନୁଭୂତି ଲାଭ କରିପାରିବେ । ବନ୍ଧୁମାନଙ୍କ ସାହାଯ୍ୟରୁ ପ୍ରତିଦ୍ୱନ୍ଦ୍ୱିତାରେ, ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ ବିଜୟୀ ହେବେ । ସହଜରେ ଅନ୍ୟ ଲୋକମାନଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ଅର୍ଥ, ପ୍ରଶାସନ, ଆଇନ,ସଭା ସମିତିରୁ ସୁଫଳ ପାଇବେ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବ ନାହିଁ । ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇଲେ ମଧ୍ୟ କର୍ମକ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ବ୍ୟବସାୟିକ ସଫଳତା ମିଳିବ ଓ କଳା ସାହିତ୍ୟରେ ପ୍ରଶଂସିତ ହେବେ । ଦୀର୍ଘଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ ।
ମିଥୁନ
ମିଥୁନ
ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପଡ଼ିବେ । ମିଠାକଥା କହି ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ ଓ କାମ ହାସଲ ପାଇଁ ସମର୍ଥନ ଓ ସାହାଯ୍ୟ ଆଶା କରିବେ। ବାଣିଜ୍ୟ, ବ୍ୟବସାୟରେ ମାନ ମନାନ୍ତର ଦେଖା ଦେଇପାରେ, କିନ୍ତୁ ଲାଭ ପରିମାଣ କମିବ ନାହିଁ।
କର୍କଟ
କର୍କଟ
ଆପଣଙ୍କ ମୂଳ ଉଦ୍ଦେଶ୍ୟକୁ ନ ବୁଝି ନ ଶୁଝି ମଧ୍ୟ କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସହାନୁଭୂତି ପ୍ରକାଶ କରିବେ । କିନ୍ତୁ କାର୍ଯ୍ୟକଳାପରେ କିଛି ତ୍ରୁଟିବିଚ୍ୟୁତି କାରଣରୁ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ସାହିତ୍ୟ,ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
କୌଣସି କାମ ଅଟକିବ ନାହିଁ , କିନ୍ତୁ ଅର୍ଥ ସଙ୍କଟ,ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ଓ ଅଧିକାଂଶ ସମୟରେ ମାନସିକ ଦୁଶ୍ଚିନ୍ତା ମନକୁ କବଳିତ କରି ରଖିବ । ବିଭିନ୍ନ ଯୋଜନା ସମ୍ପର୍କିତ ଆଲୋଚନା, ଜମିଜମା କାରବାର, ଗାଡ଼ି ମୋଟର ମରାମତି ପ୍ରଭୃତି ସକାଶେ ବ୍ୟସ୍ତତା ବଢ଼ିଯିବ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
କନ୍ୟା
ଆଜି ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ ମାନସିକ ଅସ୍ଥିରତାର କେନ୍ଦ୍ରବିନ୍ଦୁ ପାଲଟିଯିବ । ଏଣେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥିବାରୁ ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ନାହିଁ । ବ୍ୟବସାୟ, ଗବେଷଣା, ଅନୁସନ୍ଧାନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି ।
ତୁଳା
ତୁଳା
ସ୍ବାସ୍ଥ୍ୟ ଭଲ ରହିବା ସହ ନୂତନ ବନ୍ଧୁତ୍ୱ ଡୋରିରେ ବାନ୍ଧିହୋଇ ଏକ ନୂତନ ଅଧ୍ୟାୟ ଆରମ୍ଭ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପାରସ୍ପରିକ ଆଲୋଚନା କରିବା ଭଲ ହେବ । ସଭାସମିତିରେ ଯୋଗଦେଇ ଲାଭବାନ୍‌ ହେବେ ଓ ପ୍ରଶଂସା, ପ୍ରତିଷ୍ଠା ମଧ୍ୟ ପାଇବେ ।
ବିଛା
ବିଛା
ଏକାଧିକ କାମ ହାତକୁ ନେଇ କୌଣସି କାମକୁ ମଧ୍ୟ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ । ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। ନୀଚବ୍ୟକ୍ତିି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବେ ।
ଧନୁ
ଧନୁ
ପରିବର୍ତ୍ତିତ ପରିସ୍ଥିତି ମାନସିକ ସ୍ଥିରତା ରକ୍ଷା କରିବାରେ ସମର୍ଥ ହେବ । ନିଜର ପୂର୍ବ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ବଦଳାଇବାକୁ ବାଧ୍ୟ ହେବେ । ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶକରି ସଫଳତା ହାସଲ କରିବେ । ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ।
ମକର
ମକର
ବୈଷିକ ଉନ୍ନତି ସାଙ୍ଗକୁ ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମିତ୍ର ଭଳି ଆଚରଣ କରିପାରନ୍ତି। ପ୍ରତ୍ୟୁଷ ଯାତ୍ରା, ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି କିନ୍ତୁ ବ୍ୟବସାୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ ନ ଚଳିଲେ ନିନ୍ଦା, ଅପମାନ ପାଇପାରନ୍ତି। ତଥାପି ଧନିଷ୍ଠା ନକ୍ଷତ୍ର ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଲାଭକରି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ପରିସ୍ଥିତିରେ ପ୍ରିୟକଥା କହି ସମସ୍ୟା ସୁଧାରିନେବେ ।
ମୀନମୀନ
ବନ୍ଧୁମାନଙ୍କ ସହଯୋଗରୁ ଗତକାଲିଠାରୁ ଆପଣ ଯେଉଁ ଜିନିଷଟି ପାଇବାକୁ ଇଚ୍ଛା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ । କର୍ମକ୍ଷେତ୍ରରେ ଅପରାହ୍ନରେ ଟେନ୍‌ସନ କମିଯିବା। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ହଜିଯାଇଥିବା ଜିନିଷ ପ୍ରଭୃତି ଅଯଚା ବ୍ୟକ୍ତିଙ୍କ ନିକଟରୁ ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri