Posted inRasifala

ରାଶିଫଳ: ଶନିବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ
ଆଜି ଉଚ୍ଚରାଶିରେ ଚନ୍ଦ୍ରଙ୍କ ସଂଯୋଗ ହେତୁ ସବୁ କାମ ସୁରୁଖୁରୁରେ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, ଗବେଷଣା ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ । ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ । ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ ।
ବୃଷ
ବୃଷ
ଚନ୍ଦ୍ରଙ୍କ ପ୍ରଭାବରେ ଯାହା ମନେ ମନେ ଚିନ୍ତା କରୁଛନ୍ତି ଓ ଖୋଜୁଛନ୍ତି, ତାହା ନିଶ୍ଚିତ ପାଇପାରିବେ । ଆଜି ଦିନ ଭିତରେ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ ହେବ, ଅନ୍ୟଥା କଳହର ସମ୍ଭାବନା ରହିଛି । ଅଫିସ୍‌ କାମରେ ନୂତନ ଭାବେ କୌଣସି କାର୍ଯ୍ୟାରମ୍ଭ ସକାଶେ ତପତ୍ରତା ବଢ଼ିପାରେ ।
ମିଥୁନ
ମିଥୁନ
ରାଶିରେ ରାହୁ ଅବସ୍ଥାନ କରିଥିବାରୁ ମନରେ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ରହିବ । ମନୋରଞ୍ଜନ ପ୍ରୀତିପ୍ରଦ ହେବା ସାଙ୍ଗକୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବା ସାଙ୍ଗକୁ ବନ୍ଧୁବତ୍ସଳ ହେବେ ା ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍କଟ
ରାଶିରେ ରାଜଯୋଗକାରକ ଚତୁଃଗ୍ରହ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ସହ ସମ୍ମାନଜନକ ସ୍ଥିତିରେ ରଖିବେ ।ଶତ୍ରୁତା କାରଣରୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ବଳବାନ୍‌ ଶନିଙ୍କ ପ୍ରଭାବରେ ବିବାଦରେ ବିଜୟ ଲାଭ କରିବେ କିନ୍ତୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଓ ଯାତ୍ରା ସ୍ଥଗିତ ରହିଯାଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,ଏଜେନ୍ସିପରୁ ଖୁସି ରହିବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ବନ୍ଧୁମିଳନରୁ ଖୁସି ରହିବେ ।
କନ୍ୟା
ଭାଗ୍ୟ ସ୍ଥାନରେ ଏକାଧିପତି ହେତୁ ଯାହା ଆଶା କରୁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ । ଦୀର୍ଘ ଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଆଲୋଚନା ପରିସରରେ କଥା ଓ କାମରେ ତାଳମେଳ ଅଭାବରୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ପରୋକ୍ଷ ଶତ୍ରୁତା କରିବା ଯୋଗୁ ବିଚଳିତବୋଧ କରିପାରନ୍ତି।
ତୁଳା
ତୁଳା
ଅଷ୍ଟମସ୍ଥ ଚନ୍ଦ୍ର ଆର୍ଥିକ ସ୍ଥିତିକୁ ସୁଦଢ଼ କଲେ ମଧ୍ୟ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। କର୍ମଜଞ୍ଜାଳର ଗୁରୁତ୍ୱ ଦୃଷ୍ଟିକୋଣରୁ ଆଜି ଅଫିସ୍‌ କାମରେ ବେଶି ସମୟ କଟାଇବେ । ଘର ପାଇଁ ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ । ମାତ୍ର ସ୍ବାସ୍ଥ୍ୟ ସମସ୍ୟା ଗମ୍ଭୀର ରହିପାରେ ।
ବିଛା
ବିଛା
ରାଶି ପ୍ରତି ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ । କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଲଟ ହୋଇଯାଇପାରେ । କିନ୍ତୁ ଚେଷ୍ଟା ଅବ୍ୟାହତ ରଖିବା ଫଳରେ ବିଳମ୍ବରେ ସଫଳତା ପାଇବେ। ଶନି ତୃତୀୟଭାବସ୍ଥ ଯୋଗୁ ଯାନବାହନରେ ସତର୍କତା ବିଧେୟ।
ଧନୁ
ଧନୁ
ଚତୁର୍ଥାଧିପତି ସ୍ବଗୃହକୁ ଦେଖୁଥିବାରୁ ପାରିବାରିକ ସ୍ତରରେ ଟେନସନ୍‌ କିିଛି ମାତ୍ରାରେ କମିଯିବ । କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କ ଉପରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି। ଶନିଙ୍କ ପ୍ରଭାବରୁ ଯେତେ ପାଇଲେ ମଧ୍ୟ ଅଭାବ ଲାଗି ରହିବ ।
ମକର
ମକର
ଏକାଧିକ ଗ୍ରହ ସପ୍ତମଭାବସ୍ଥ ଯୋଗୁ ବିବାଦରେ ପଶନ୍ତୁ ନାହିଁ ଏବଂ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିବାରରେ ମତଭେଦ କାରଣରୁ ଭୁଲ୍‌ ବୁଝାମଣା ଜନିତ ସମ୍ପର୍କ ହାନି ଘଟିପାରେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପର କ୍ଷଣରେ ଅନୁତପ୍ତ ହେବେ ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ବନ୍ଧୁମାନଙ୍କ ସହାନୁଭୂତି ଅବଶ୍ୟ ଲାଭ କରିବେ । ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ସାମୟିକ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ । ବନ୍ଧୁ ପରିଜନଙ୍କ ନିକଟରୁ ମୂଲ୍ୟବାନ ଦ୍ରବ୍ୟ ଲାଭରୁ ଖୁସି ହେବେ ।
ମୀନମୀନ
ଭାଗ୍ୟସ୍ଥାନ ପ୍ରତି ଗୁରୁଦୃଷ୍ଟି ନୂତନ କାର୍ଯ୍ୟାରମ୍ଭ ସକାଶେ ଅନୁକୂଳ ରହିବ । କିନ୍ତୁ ସନ୍ଦେହ ଜନିତ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ । ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri