Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ
କୌଣସି ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ। ଦୀର୍ଘ ସମୟ କାର୍ଯ୍ୟବ୍ୟସ୍ତ ରହି ଏକ ପ୍ରକାର କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ପରିବାରର ସମର୍ଥନ ବିନା କାମ ନ କରିବା କାରଣରୁ ସଦସ୍ୟମାନଙ୍କ ରୋଷର କାରଣ ହେବେ। ସ୍ତ୍ରୀଙ୍କ ସମ୍ପର୍କରେ, ବାଣିଜ୍ୟ କ୍ଷେତ୍ରରେ, ପ୍ରତିଦ୍ୱନ୍ଦ୍ୱିତା କାରଣରୁ କିମ୍ବା ଜମିଜମା ସମ୍ବନ୍ଧୀୟ ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମରେ ଶୁକ୍ରଙ୍କ ପ୍ରଭାବରୁ ଅର୍ଥଗତ ସମ୍ପର୍କକୁ ଦୃଢ଼ୀଭୂତ କରିବେ।
ମିଥୁନ
ମିଥୁନ
କେତେକ କ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ଆମତ୍ବଡ଼ିମା ପ୍ରକାଶକରି ଉପହସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବା ସୂଚନା ରହିଛି। କଳା,ସାହିତ୍ୟ ଓ ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ, କିନ୍ତୁ ଅର୍ଥ ସଙ୍କଟର ଆଶଙ୍କା ଦେଖାଦେଇପାରେ।
କର୍କଟ
କର୍କଟ
ମନରେ ଆବେଗ ଭରି ରହିବ ଏବଂ କୌଣସି ସ୍ଥିର ନିଷ୍ପତ୍ତି ନେଇପାରିବେ ନାହିଁ। ପାରିବାରିକ ଜୀବନରେ ସୁଖଦ ଅନୁଭୂତି ଅର୍ଜନ କରିବେ। ଯାନବାହନ, କଳା, ରଚନାମତ୍କ କାର୍ଯ୍ୟରେ ଅଭିରୁଚି ବଳିବ। ଏହା ସାଙ୍ଗକୁ ପରିସ୍ଥିତି ଯେତେ ଭଲ ବା ଖରାପ ହେଉନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସଙ୍କୁଚିତ କରି ରଖିପାରନ୍ତି।
ସି˚ହ
ସି˚ହ
ଆଜି ଆପଣ ବିବାଦରେ ବିଜୟ, ପ୍ରତିଯୋଗିତାରେ ସଫଳତା ପାଇଲେ ମଧ୍ୟ ସାମୟିକ ବିଭିନ୍ନ ପ୍ରକାର ଅସ୍ବାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ। ଏଣେ ପିଲାଙ୍କ ଜଞ୍ଜାଳ, ପରସ୍ପର ବିପରୀତ ପରିସ୍ଥିତିରେ ମନ ଦୋଳାୟମାନ ହେବାର ସୂଚନା ରହିଛ। ଅଫିସରେ କୌଣସି ଫାଇଲ କାମ ସମ୍ପର୍କରେ ଉପରିସ୍ଥଙ୍କୁ କୈଫିୟତ୍‌ ଦେବାକୁ ପଡ଼ିବ।
କନ୍ୟା
ପୂର୍ବ ଯୋଜନାନୁଯାୟୀ କାମକୁ ବଢ଼ାଇ ନିଅନ୍ତୁ, ଦେଖିବେ ସବୁ କିଛି ଠିକ୍‌ଠାକ୍‌ ଚାଲିବ। ପରିଣାମ କ’ଣ ହେବ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସାମାନ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଭିତରେ କାମ ହାସଲ କରିହେବ। ପ୍ରଶାସନ କିମ୍ବା ରାଜନୀତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ତୁଳା
ତୁଳା
ପରିବାରରେ ସଦାବେଳେ ଅଶାନ୍ତି ଲାଗି ରହୁଥିବାରୁ ମନ ଭଲ ରହିବ ନାହିଁ। ସାମାଜିକ ସ୍ତରରେ ନିଜକୁ ଆଗରେ ରଖିପାରିବେ ନାହିଁ , ଫଳରେ ପଶ୍ଚାତାପ କରି ପାରନ୍ତି। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଘର ସାଜସଜ୍ଜା, ଗାଡ଼ି ମୋଟରାଦି ଯାନ୍ତ୍ରିକ ଜିନିଷର ମରାମତିରେ ଅଧିକ ସମୟ ନେଇପାରନ୍ତି।
ବିଛା
ବିଛା
ଅଧିକାଂଶ ସମୟ ସ୍ବାସ୍ଥ୍ୟ ଭଲ ରହୁ ନ ଥିବାରୁ ମନରେ ଉଦ୍‌ବେଗ ଭରି ରହିବ। ନିଜ ବାସସ୍ଥାନ ନିକଟରେ ରହୁଥିବା ପାଖ ଲୋକଟି ଆପଣା ସ୍ବାର୍ଥ ରକ୍ଷା କରିବାକୁ ଆପଣଙ୍କୁ ମିଛ କଥା କହିବାର ସୂଚନା ରହିଛି। ବାଣିଜ୍ୟ, ବ୍ୟବସାୟ, ସଙ୍ଗଠନ, ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତି ତଥା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ପାରିବାରିକ ଶାନ୍ତି ଭାରାକ୍ରାନ୍ତ ମନକୁ ସାମୟିକ ଲାଘବ କରିବାର ସୂଚନା ରହିଛି। ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ଜୀବନରେ ଅଶାନ୍ତିର କାରଣ ହୋଇପାରେ। ସନ୍ତାନ, ଶିକ୍ଷା ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ଅଫିସ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ ଏବଂ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ହଟିଯିବ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଅତି ଭଲ ସମ୍ପର୍କ ରହିଥିବା ଲୋକ ପାଖରେ ଭୁଲ୍‌ କାମ କରି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବାକୁ ପଡ଼ିପାରେ। ଭୁଲ୍‌ବଶତଃ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସମାଲୋଚିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଶତ୍ରୁତା କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟି ହେବା ଆଶଙ୍କା ରହିଛି। ଅନ୍ୟମାନଙ୍କ ପ୍ରରୋଚନାରେ ନିଜର ଆତ୍ମୀୟା ଜଣେ କିଛି ସମସ୍ୟା ସୃଷ୍ଟିରେ ସାହାଯ୍ୟକାରୀ ସାଜିପାରନ୍ତି। ପରିବାରରେ ପିଲାମାନଙ୍କ ସମସ୍ୟା ନେଇ ଚିନ୍ତା ବଢ଼ିପାରେ। ଅନଟନ ଦୂରେଇବା ସକାଶେ ଧାରକରଜ କରିବାକୁ ବାଧ୍ୟ ହେବାକୁ ପଡ଼ିବ।
ମୀନମୀନ
ନୂତନଭାବରେ ଆରମ୍ଭ କରିବାକୁ ଯାଉଥିବା କାମଟିରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହେବା ଆଶଙ୍କା ରହିଛି। ନୂତନ ଗାଡ଼ି, ମୋଟର, ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହେବା ସୂଚନା ରହିଛି। ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରଶାସନିକ ସ୍ତରରେ ଉଦ୍ୟମକରି ପ୍ରଶଂସିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Rasifala View All

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri