Posted inRasifala

ରାଶିଫଳ: ବୁଧବାର, ଫେବ୍ରୁଆରି ୧୨ ତାରିଖ – Daily Horoscope

ମେଷ
ରାଶିଚକ୍ରର ଉତ୍ତରାର୍ଦ୍ଧରେ ଅଧିକାଂଶ ଗ୍ରହ ଥିବାରୁ ମଧ୍ୟାହ୍ନ ପରେ ପ୍ରତ୍ୟେକ କାମରେ ଶୁଭଫଳ ମିଳିବ। କାର୍ଯ୍ୟସିଦ୍ଧି, ଅର୍ଥଲାଭ ସକାଶେ ଆଲୋଚନା ମଧ୍ୟ କରିବେ। ଅଶ୍ୱିନୀ ନକ୍ଷତ୍ରର କାର୍ଯ୍ୟବ୍ୟସ୍ତତା ଯୋଗୁ ସବୁ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବା କଷ୍ଟକର ହୋଇପାରେ। ସାହିତ୍ୟ, ସାମ୍ବାଦିକତା, କଳା ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ।
ବୃଷ
ବୃଷ
ଚନ୍ଦ୍ର ଓ ଶୁକ୍ରଙ୍କ ସୁପ୍ରଭାବରୁ ଆଜି ଯାହା କରିବେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମ କ୍ଷେତ୍ରରେ ମିତ୍ରତା ସୃଷ୍ଟି କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଲାଭବାନ ହେବା ସଙ୍ଗକୁ ବିବାଦୀୟ ଘଟଣାରେ ବିଜୟୀ ହେବେ। କଳା, କ୍ରୀଡା, ଗବେଷଣା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଅର୍ଥ, ବନ୍ଧୁଙ୍କ ସହ ଯୋଗାଯୋଗ, ଆଦର ଅଭ୍ୟର୍ଥନାଦି ପ୍ରାପ୍ତ କରାଇବ। କିନ୍ତୁ ଆରଦ୍ରା ନକ୍ଷତ୍ର ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଅସନ୍ତୁଷ୍ଟ ରହିବେ। କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିପାରନ୍ତି। ପ୍ରଶାସନ, ଆଇନ, ନିର୍ମାଣ ଓ ଆନୁଷ୍ଠାନିକ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ ପାରସ୍ପରିକ ଦୃଷ୍ଟି ପ୍ରଭାବରେ ଧର୍ମକାର୍ଯ୍ୟ, ଫଳପ୍ରଦ ଆଲୋଚନା, ସୁସମ୍ପର୍କ ସୃଷ୍ଟି ଓ ଅଭିଳଷିତ ଫଳ ପାଇବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ। ପୁଷ୍ୟା ନକ୍ଷତ୍ରର ପରିବାର ଭିତରେ ଭୁଲ୍‌ ବୁଝାମଣାରୁ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି।
ସି˚ହ
ସି˚ହ
ଆଜି ଦ୍ୱିତୀୟରେ ଚନ୍ଦ୍ର ଥିବାରୁ ମନ ଖୁସୀ ରହିବ। କିନ୍ତୁ ଅନାବଶ୍ୟକ ଖର୍ଚ୍ଚ, କ୍ଷତି, ଯାନବାହନ କିମ୍ବା ଗୃହ ମରାମତି ବାବଦରେ ଚିନ୍ତା ସୃଷ୍ଟି ହୋଇପାରେ। ଅଟକି ରହିଯାଇଥିବା ଦୀର୍ଘଦିନର କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଚେଷ୍ଟା କରିପାରନ୍ତି। ବହୁତ ଦିନରୁ ଜମିଜମା ବିବାଦର ସମାଧାନ ସକାଶେ ଆଜି ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
କନ୍ୟା
ଲାଭାଧିପ ରାଶିରେ ରହିଥିବାରୁ ଗତକାଲି ଯାହା ଚିନ୍ତା କରିଥିଲେ ଆଜି ସେହି ଅନୁରୂପେ କରିବାରେ ଅସୁବିଧା ହେବ ନାହିଁ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ। କିନ୍ତୁ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା
ତୁଳା
ନବମଭାବକୁ ତିନୋଟି ଗ୍ରହର ଦୃଷ୍ଟି ହେତୁ ଆପଣ କାମ ହାସଲ ପାଇଁ ଚେଷ୍ଟା କରିବେ ସତ, କିନ୍ତୁ ଷଷ୍ଠାଧିପଙ୍କ ଦୃଷ୍ଟି ହେତୁ ତାହା ନ ହୋଇପାରେ। କିନ୍ତୁ ସ୍ବାତୀ ନକ୍ଷତ୍ରର ଦୃଢତା ହେତୁ କାମଗୁଡିକ ବହୁତ ତକ୍‌ଲିପି ମଧ୍ୟରେ ହେବାର ଆଶା କରାଯାଇପାରେ। ଆତ୍ମୀୟମାନେ ଈର୍ଷାପରାୟଣ ହୋଇପାରନ୍ତି କିମ୍ବା ଅଫିସରେ ବିବାଦ ଘେରରେ ପଡ଼ିପାରନ୍ତି।
ବିଛା
ବିଛା
ଆଜିର ସପ୍ତମାଧିପତି ଶୁଭଭାବସ୍ଥ ଯୋଗୁ ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା,ବିବାଦୀୟ ପରିସ୍ଥିତିର ସମାଧାନ ପ୍ରବୃତ୍ତି ସକାଶେ ଦିନଟି ଭଲ। ଚେଷ୍ଟା କରୁଥିବା କାମରେ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ଜମିଜମା କିଣାବିକା କିମ୍ବା ବ୍ୟବସାୟିକ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ଧନୁ
ଧନୁ
ଦ୍ୱିତୀୟରେ ଶନି ଓ ରାଶିରେ ଏକାଧିକ ଗ୍ରହ ଯୋଗୁ ପୂର୍ବରୁ ରହିଥିବା ସମସ୍ୟାଗୁଡିକ ଆପଣାଛାଏଁ ସମାଧାନ ହୋଇଯିବ। ମିତ୍ରମାନେ ମିଠା କଥା କହି ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। କିନ୍ତୁ ଆପଣଙ୍କର ଅଭାବ, ଅସୁବିଧା ଓ ମନର ଦୁଃଖକୁ ସହକର୍ମୀଟି ବୁଝିପାରିବ ନାହିଁ। ସାମୟିକ ପେଟ ରୋଗରେ ପୀଡିତ ହେବାର ଆଶଙ୍କା ଦେଖାଦେଇପାରେ।
ମକର
ମକର
ରାଶିରେ ରବି ଓ ଶନି ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତା ଓ ଭାବନା ଉଦ୍ରେକ ହେବ। ତଥାପି ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କାମ ଓ ପରିବାରର ଆବଶ୍ୟକୀୟ ଜିନିଷ ପାଇଁ ବେଶି ହଇରାଣ ହେବାକୁ ପଡିବ ନାହିଁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।
କୁମ୍ଭ
କୁମ୍ଭ
ମଙ୍ଗଳଙ୍କ କୁପ୍ରଭାବରୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ସବୁ କାମ ଡେରିରେ ହେବା କାରଣରୁ ମାନସିକ ସ୍ଥିତି ମାନ୍ଦା ରହିବ। ଏଣେ ଅଭାବ,ଋଣବାଡି,ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ମଧ୍ୟ ଭଲ ରହିବ ନାହିଁ। ଧନିଷ୍ଠା ନକ୍ଷତ୍ର ସାମାଜିକ ସ୍ତରରେ କୌଣସି କାମରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।
ମୀନମୀନ
ଅଷ୍ଟମଚନ୍ଦ୍ର ପ୍ରଭାବରେ ବହୁତ ଚେଷ୍ଟା କଲେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ଅବସାଦଯୁକ୍ତ ହେବେ। ଅବଶ୍ୟ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ହଜି ଯାଇଥିବା ଜିନିଷର ଖୋଜ ଖବର ପାଇବା ସହ ପିଲା ମାନଙ୍କ ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri