Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୦୫ ତାରିଖ – Daily Horoscope

ମେଷ
କର୍ମ ସ୍ଥାନରେ ରବି ଓ ଶନିଙ୍କ ସ୍ଥିତି ଆପଣଙ୍କୁ ଅଯଥା ବଦ୍‌ନାମଜନିତ ନିନ୍ଦିତ କରାଇପାରେ । ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତ ହେବା ସହ ଲାଭବାନ୍‌ ହେବେ। ଜମିଜମା କ୍ରୟ ବିକ୍ରୟ ଏବଂ ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଉଚ୍ଚ ରାଶିରେ ଚନ୍ଦ୍ର ଥିବାରୁ ଆତ୍ମୀୟମାନଙ୍କ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ। ବିବାଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ । କେତେକ କ୍ଷେତ୍ରରେ ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବାର ସୂଚନା ରହିଛି। ପରିବାରର ଖର୍ଚ୍ଚ କ୍ରମଶଃ ବୃଦ୍ଧି ପାଇବା ସହ ସାମାଜିକ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।
ମିଥୁନ
ମିଥୁନ
ଚନ୍ଦ୍ର କେନ୍ଦ୍ରରେ ମଙ୍ଗଳ ରହିଥିବାରୁ ଅନ୍ୟମାନଙ୍କ ସାହାଯ୍ୟରେ କାମ ହାସଲ କରିପାରିବେ। ସକାଳୁ ସକାଳୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଲାଗି ରଖିଥିବା ଅର୍ଥ ଭିନ୍ନବାଟରେ ଖର୍ଚ୍ଚ ହୋଇଯାଇପାରେ। ବନ୍ଧୁମାନଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
କର୍କଟ
କର୍କଟ
ଲାଭସ୍ଥାନରେ ରାଶ୍ୟାଧିପତି ଥିବାରୁ ଦୀର୍ଘଦିନରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ଓ ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାବପ୍ରବଣତା ସାମୟିକ ଭାବେ ମାନସିକ ସ୍ଥିତିକୁ ବିଡ଼ମ୍ବିତ କରିପାରେ।
ସି˚ହ
ସି˚ହ
ପାପଗ୍ରହ ମଧ୍ୟବର୍ତ୍ତୀ ଚନ୍ଦ୍ରଙ୍କ ଯୋଗୁ ମାନସିକ ସ୍ଥିରତା ନ ରହିଲେ ମଧ୍ୟ ପ୍ରତ୍ୟେକ କାମ କରିବାକୁ ବାଧ୍ୟ ହେବେ। ସାଧାରଣ କଥାରେ ବନ୍ଧୁମାନଙ୍କ ସହ ମନାନ୍ତର ଦେଖା ଦେଇପାରେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ସଭା ସମିତିରେ ଯୋଗଦେଲେ ସଫଳତା ହାସଲ କରିବେ ଏବଂ ସନ୍ଧ୍ୟାରେ ଭ୍ରମଣ ଯୋଗ ରହିଛି ।
କନ୍ୟା
ବଳବାନ୍‌ ରାହୁ କର୍ମଭାବରେ ଥିବାରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରି ସଫଳତା ହାସଲ କରିବେ । ଆପଣଙ୍କ କାର୍ଯ୍ୟଦକ୍ଷତା ଓ କୃତିତ୍ୱ କାରଣରୁ ବନ୍ଧୁବର୍ଗଙ୍କ ଦ୍ୱାରା ବହୁଚର୍ଚ୍ଚିତ ହେବେ । ବହୁତ ଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି । ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରାରେ ସଫଳତା ପାଇବେ।
ତୁଳା
ତୁଳା
କର୍ମାଧିପତି ଚନ୍ଦ୍ର ଅଷ୍ଟମ ଭାବରେ ଅବସ୍ଥାନ କରିଥିବାରୁ କାର୍ଯ୍ୟକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଉପରିସ୍ଥ ଅଧିକାରୀଙ୍କୁ କହିବା ପାଇଁ ଭାବୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେନାହିଁ । ଆଜିର କଠିନ ଶ୍ରମ ଓ ଭ୍ରମଣ ହେତୁକ କ୍ଳାନ୍ତି ଏବଂ ଅବସାଦ ଅନୁଭବ କରିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟ ଭଲ ରହିବା ସହ ଅଟକି ରହିଯାଇଥିବା କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳତା ପ୍ରାପ୍ତ ହେବ । ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ । ଆଜିର ଦିନଟି ପ୍ରତ୍ୟେକ ଦିଗରୁ ଭଲ ରହିବା ହେତୁ ଯାହା କରନ୍ତୁ ସେଥିରେ ସଫଳତା ନିଶ୍ଚିତ। ଶୁକ୍ରଙ୍କ ପ୍ରଭାବରୁ ଦିନଟି ଖୁସିରେ କଟିବ।
ଧନୁ
ଧନୁ
ସପ୍ତମସ୍ଥ ରାହୁ ପ୍ରଭାବରୁ ଯାତ୍ରାରେ ସଫଳତା ହାସଲ କରିବେ ଏବଂ ବିବାଦରେ ବିଜୟୀ ହେବେ। ବ୍ୟବସାୟ ଆରମ୍ଭ କରିବା ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ଦିନଟି ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ବହୁତ ଭଲ । ସରକାରୀ ସ୍ତରରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ମକର
ମକର
ରାଶିରେ ପାପଗ୍ରହ ମୁଖଭାବସ୍ଥ ବୁଧ ହେତୁ ଚିନ୍ତାଧାରା ଭଲ ରହିବ ନାହିଁ ଏବଂ କେତେବେଳେ କାହାକୁ କ’ଣ କହି ସମ୍ପର୍କ ନଷ୍ଟ କରିବାର ପରିସ୍ଥିତି ସୃଷ୍ଟି ହୋଇପାରେ। ଅବଶ୍ୟ ଶ୍ରବଣା ନକ୍ଷତ୍ର ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । କ୍ରୀଡ଼ା, ଚଳଚ୍ଚିତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ।
କୁମ୍ଭ
କୁମ୍ଭ
ମିତ୍ରଗୃହୀ ବୁଧଜନିତ ବନ୍ଧୁଙ୍କ ଦୁଃଖରେ ସମଦୁଃଖୀ ହୋଇ ସହାନୁଭୂତି ପ୍ରଦର୍ଶନ କରିବେ । ଆଜି ଅଫିସ୍‌ର ଅସଫଳ କାମଗୁଡିକର ସମୀକ୍ଷା କରି କୌଣସି ନୂତନ ଦିଗ୍‌ଦର୍ଶନ ଦେଇପାରନ୍ତି। ଘରେ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ, ଯାହାକି ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କଲେ ବହୁତ ଭୁଲ୍‌ କରିବେ।
ମୀନମୀନ
ଦୀର୍ଘଦିନରୁ ଲାଗି ରହିଥିବା କ୍ରନିକ୍‌ ରୋଗଜନିତ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ। ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ପାରିବାରିକ ସ୍ଥିତି ପୂର୍ବପରି ରହିବ ଏବଂ ଶତ୍ରୁତା କାରଣରୁ ସମସ୍ୟା ମଧ୍ୟ ବଢ଼ିଯାଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri