Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୧୮ ତାରିଖ – Daily Horoscope

ମେଷ
କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାର କମ୍‌ ସମ୍ଭାବନାକୁ ଦେଖି ମାନସିକ ଚିନ୍ତା ବଢ଼ିଯିବ। କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଆଶାନୁଯାୟୀ ସାହାଯ୍ୟ ପାଇପାରିବେ। କ୍ରମଶଃ ଦୂରେଇ ଯାଉଥିବା କୌଣସି ଆତ୍ମୀୟଙ୍କ ପାଇଁ ମନ ଛଟପଟ ହେବ।
ବୃଷ
ବୃଷ
ବାଧ୍ୟବାଧକତାରେ ଇଚ୍ଛା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ। ରୋହିଣୀ ନକ୍ଷତ୍ର ଶିଳ୍ପ,ବାଣିଜ୍ୟ, ବ୍ୟବସାୟ,ପରିବହନରେ ଉନ୍ନତମାନର ଫଳ ପାଇବେ। ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବଢ଼ାଇବା ସକାଶେ ଚେଷ୍ଟା କଲେ ମଧ୍ୟ ସେମାନେ ଆପଣଙ୍କୁ ଅସ୍ବୀକାର କରିବେ। ପୁନର୍ବସୁ ନକ୍ଷତ୍ର ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତି ନେଇ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ପ୍ରସ୍ତୁତି ଆରମ୍ଭ କରିବେ।
କର୍କଟ
କର୍କଟ
ଖୋଲା ମନ ନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହୋଇପାରନ୍ତି। କେତେକ ପରିସ୍ଥିତିରେ ନିଜ ଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି ହୋଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବା ସାଙ୍ଗକୁ ଆଜିର ଯାତ୍ରାରେ ସଫଳତା ମିଳିବ।
ସି˚ହ
ସି˚ହ
ଅତ୍ୟଧିକ ପରିଶ୍ରମ ଜନିତ ଅପରାହ୍ନରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ରର କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳପାଇବେ। ସମସ୍ୟା ପାଇଁ ବ୍ୟସ୍ତତା ବଢ଼ିପାରେ। ଭଲ କାମ କରି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବେ।
କନ୍ୟା
କୌଣସି ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଶୀଘ୍ର ଆରମ୍ଭ କରିବା ଭଲ ହେବ। ପରିସ୍ଥିତିର ସାମ୍‌ନା କରିବାକୁ ଯାଇ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବାକୁ ବାଧ୍ୟ ହେବେ। ଚିତ୍ରା ନକ୍ଷତ୍ର ପରିବାରରେ ପିଲାଙ୍କ ପାଇଁ ଜଞ୍ଜାଳ କ୍ରମଶଃ ବୃଦ୍ଧି ପାଇବା ହେତୁ ସାମୟିକ ଦୁଶ୍ଚିନ୍ତାଗ୍ରସ୍ତ ହେବେ।
ତୁଳା
ତୁଳା
ଶାରୀରିକ ଅସୁସ୍ଥତାହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। କଚେରି ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହି ପାରନ୍ତି। ଶତ୍ରୁତା ହଠାତ୍‌ ପ୍ରଶମିତ ହେବନି, କିଛି ସମୟ ପାଇଁ ପରିସ୍ଥିତି ଶାନ୍ତ ରହିପାରେ।
ବିଛା
ବିଛା
ଆତ୍ମୀୟମାନେ କ୍ରମଶଃ ଦୂରେଇ ଯିବେ। ବହୁତ କାମ ଅସମ୍ପୂର୍ଣ୍ଣ ରହିବା କାରଣରୁ ବିଚଳିତବୋଧ କରିପାରନ୍ତି। ପିଲାଙ୍କ କଥା ନେଇ ପାଖପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ସବୁ କଥାରେ ହଁ ଭରିବେ କିମ୍ବା ନୀରବ ସମର୍ଥନ ଦେବାକୁ ବାଧ୍ୟ ହେବେ।
ଧନୁ
ଧନୁ
ନିଜ ଲୋକମାନେ କଦର୍ଥ କରି ସମାଲୋଚନା କରିପାରନ୍ତି। ହଠାତ୍‌ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଯଥାସାଧ୍ୟ ଚେଷ୍ଟା କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷାକରି ବିରକ୍ତି ଅନୁଭବ କରିବେ ।
ମକର
ମକର

ଆଜିର ପ୍ରତ୍ୟୁଷ ଯାତ୍ରା, ସଭାସମିତି, ନୂତନ କର୍ମାରମ୍ଭ ବିନା ବାଧାବିଘ୍ନରେ ସମାପନ ହେବ। ଭଲ ସମ୍ପର୍କ ନ ଥିବା ସହକର୍ମୀଙ୍କ ଦ୍ୱାରା କର୍ମକ୍ଷେତ୍ରରେ କିଛି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ସାମାଜିକ ସ୍ତରରେ ବୁଦ୍ଧିଜୀବୀମାନଙ୍କ ନିକଟରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ।

କୁମ୍ଭ
କୁମ୍ଭ
ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ। ରୋଗଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ନେଇ ବ୍ୟସ୍ତ ରହିପାରନ୍ତି। ଶତଭିଷା ନକ୍ଷତ୍ରର ବିଳମ୍ବରେ ହେଲେ ମଧ୍ୟ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ।
ମୀନମୀନ

କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସି ରହିବେ। ସରକାରୀସ୍ତରରୁ ମୋଟା ଅଙ୍କର ଋଣ ଆଣିବା ସକାଶେ ମନ ବଳାଇପାରନ୍ତି। ସଭାସମିତିରେ, ଆଲୋଚନା ପରିସରରେ, ରାଜନୈତିକ ସ୍ଥିତିରେ, ପ୍ରଶାସନିକ ସ୍ତରରେ,ପରିବହନ କ୍ଷେତ୍ରରେ ସଫଳତା ଅବଶ୍ୟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri