ରାଶନ ସାମଗ୍ରୀ ପ୍ରଦାନରେ ଅନିୟମିତତା ଅଭିଯୋଗ

ରସୁଲପୁର, ୫।୬ (ଡି.ଏନ୍‌.ଏ.)-କରୋନା ପାଇଁ ରାଶନକାର୍ଡଧାରୀଙ୍କୁ ୯୦ ଦିନର ରାଶନ ଆଗୁଆ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ ରସୁଲପୁର ବ୍ଲକ ଅଞ୍ଚଳର ହିତାଧିକାରୀମାନଙ୍କୁ ଡିଲରମାନେ ଚାଉଳ ଓ ଗହମ ପ୍ରଦାନ କରିଥିବା ବେଳେ ଡାଲି ବଣ୍ଟନ କରିନାହାନ୍ତି। ବ୍ଲକ ଭାଜପା ପକ୍ଷରୁ ଏ ନେଇ ବିଡିଓଙ୍କୁ ଶୁକ୍ରବାର ଅଭିଯୋଗ କରାଯିବା ସହ ତୁରନ୍ତ ହିତାଧିକାରୀଙ୍କୁ ଡାଲି ପ୍ରଦାନ କରିବାକୁ ଦାବି କରିଛନ୍ତି। ଜିଲାପରିଷଦ ସଦସ୍ୟ ଚତୁର୍ଭୂଜ ଦ୍ୱିବେଦୀଙ୍କ ନେତୃତ୍ୱରେ ପ୍ରଥମାଖଣ୍ଡି ସରପଞ୍ଚ ଚିନ୍ତାମଣି ସୁର, ଭାଜପା ବ୍ଲକ ସଭାପତି ଶଶିଭୂଷଣ ଦାଶ, ପୂର୍ବତନ ସମିତି ସଭ୍ୟ ବଟକୃଷ୍ଣ ସାହୁ, ୩୬ ନଂ. ଜୋନ ପ୍ରଭାରୀ ମୁକୁନ୍ଦଦେବ ମହାନ୍ତି, ବିଷ୍ଣୁଚରଣ ସାହୁ, ରମେଶ ଚନ୍ଦ୍ର ସ୍ବାଇଁ, ଅଶୋକ ମହାନ୍ତି, ନିର୍ମଳ ଦାସ ପ୍ରମୁଖ ଦାବିପ୍ରଦାନ ବେଳେ ଉପସ୍ଥିତ ଥିଲେ। ତୁରନ୍ତ ହିତାଧିକାରୀଙ୍କୁ ଡାଲି ପ୍ରଦାନ କରା ନଗଲେ ଭାଜପା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?