ରାତିରେ ଭାତ ନୁହେଁ, ରୁଟି ଦିଅ

ଅନୁଗୋଳ ଅଫିସ, ୧୫।୫ – ସଙ୍ଗରୋଧ କେନ୍ଦ୍ରରେ କିପରି ଖାଦ୍ୟ ଦିଆଯିବ ସେ ନେଇ ସରକାରଙ୍କ ଗାଇଡ୍‌ଲାଇନ୍‌ ରହିଛି। ହେଲେ ଅନୁଗୋଳ ସହରର ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୨୭ ପ୍ରବାସୀ ରାତିରେ ଭାତ ବଦଳରେ ରୁଟି ଦେବାକୁ ଦାବିକରି ପୌର ପ୍ରଶାସନକୁ ନାଲି ଆଖି ଦେଖାଇଥିବା ସୂଚନା ମିଳିଛି। ଏପରି କି ରୁଟି ନ ମିଳିଲେ ରାତିରେ ଖାଇବୁ ନାହିଁ ବୋଲି ପ୍ରବାସୀମାନେ ରୋକ୍‌ଠୋକ୍‌ କହିବା ପରେ ବାଧ୍ୟହୋଇ ପ୍ରଶାସନ ଦୁଇଦିନ ହେଲା ସେମାନଙ୍କୁ ରାତିରେ ରୁଟି ପରଷୁଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଅନୁଗୋଳ ଟାଉନ ହାଇସ୍କୁଲ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ୮ ଜଣ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୯ ଜଣ ପ୍ରବାସୀ ଅଛନ୍ତି। ସରକାରଙ୍କ ନିୟମାବଳୀ ଅନୁଯାୟୀ ସେମାନଙ୍କୁ ଦିନକୁ ୪ଥର ଖାଦ୍ୟ ଦିଆଯାଉଛି। କିନ୍ତୁ ଗତ ଦୁଇ ଦିନ ହେଲା ରାତି ଖାଦ୍ୟକୁ ନେଇ ସେମାନେ ସଙ୍ଗରୋଧ କେନ୍ଦ୍ରରେ ହୋହଲ୍ଲା କରିଥିଲେ। ରାତିରେ ଭାତ ଦିଆ ନ ଯାଇ ରୁଟି ଦେବାକୁ ସେମାନେ ଅଡି ବସିଥିଲେ। ଏ ସର୍ମ୍ପକରେ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ସରକାରଙ୍କ ନିୟମାବଳୀ ଅନୁଯାୟୀ ପ୍ରବାସୀଙ୍କୁ ସକାଳେ ଚୁଡ଼ା, ଉପମା, ସିମେଇ, ମଧ୍ୟାହ୍ନରେ ଭାତ, ଡାଲମା ସହ ନିରାମିଷ ଓ ସପ୍ତାହକୁ ଦୁଇ ଦିନ ଆମିଷ, ସନ୍ଧ୍ୟାରେ ଚା ସାଙ୍ଗକୁ ମୁଢ଼ି, ମିକ୍ସଚର ଆଦି ଦିଆଯାଉଛି। ରାତିରେ ଭାତ, ଡାଲି ସହ ବିଭିନ୍ନ ପନିପରିବା ତାରକାରି, ଭଜା, ଖଟା ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଅଛି। ଏହାକୁ ଠିକ୍‌ ଭାବେ ପାଳନ କରାଯାଉଛି। କିନ୍ତୁ ଦୁଇ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନେ ରାତିରେ ଭାତ ଖାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସେଥିପାଇଁ ଦୁଇ ଦିନ ହେଲା ରାତ୍ରି ସମୟରେ ରୁଟି ଦିଆଯାଉଛି ବୋଲି ପୌର ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବ୍ଲକ୍‌ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri