ରାତି ଅଧରେ ରୋଗୀ ପାଇବେ ମାଗଣା ଔଷଧ

କଟକ ଅଫିସ,୨୨ା୧:ଏଣିକି ରାତି ଅଧରେ ଏସ୍‌ସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ରୋଗୀଙ୍କୁ ୨୪ ଘଣ୍ଟିଆ ସହାୟତା ଯୋଗାଇବା ପାଇଁ ଦିନରାତି ଖୋଲା ରହିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର କାଉଣ୍ଟର। ରୋଗୀ ଯେଉଁ ଔଷଧ ଆବଶ୍ୟକ କରୁଥିବେ ତାହା ଏହି କାଉଣ୍ଟରରୁ ମଞ୍ଜୁର କରାଯିବ। ଯଦି ମେଡିକାଲରେ ଡାକ୍ତର ପରାମର୍ଶ କରିଥିବା ଔଷଧ ଓ ଉପକରଣ ଉପଲବ୍ଧ ନ ଥିବ ତେବେ ଉକ୍ତ କାଉଣ୍ଟର ଜରିଆରେ ଡାକ୍ତରଙ୍କ ଚିଠା ଅନୁଯାୟୀ ତାହାକୁ ଲୋକାଲ ପର୍ଚେଜ କରାଯିବ। ଲୋକାଲ ପର୍ଚେଜ ପାଇଁ ଜରୁରିକାଳୀନ ସ୍ଥିତିରେ କୌଣସି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆବଶ୍ୟକତା ପଡିବନି। ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଦସ୍ତଖତରେ ଏହିସବୁ ଔଷଧ ଓ ଉପକରଣ କ୍ରୟ କରାଯାଇପାରିବ ବୋଲି ଷ୍ଟୋର ମେଡିକାଲ ଅଫିସର ଡା. ସତ୍ୟଶ୍ରୀ ରାୟ ସୂଚନା ଦେଇଛନ୍ତି। ରୋଗୀ ଯେପରି ପକେଟରୁ ଗୋଟିଏ ଟଙ୍କା ଖର୍ଚ୍ଚ ନ କରନ୍ତି ସେଥିପ୍ରତି ମେଡିକାଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଏଥିନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲର ପ୍ରତ୍ୟେକ ବିଭାଗର ମୁଖ୍ୟମାନଙ୍କଠାରୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକ କରୁଥିବା ଔଷଧ ଓ ଉପକରଣର ତାଲିକା ମଗାଯାଇଛି। ପ୍ରତ୍ୟେକ ବିଭାଗ ପକ୍ଷରୁ ଏକ ବାର୍ଷିକ ଆକଳନ ତାଲିକା ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି ତାଲିକାକୁ ଦେଖିଲେ ଏଥିନିମନ୍ତେ ପାଖାପାଖି ୧ହଜାର କୋଟିର ଏକ ବଜେଟ୍‌ ପ୍ରସ୍ତୁତ ହୋଇଛି। ଆସନ୍ତା ୨୪ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏସ୍‌ସିବି ମେଡିକାଲ ଗସ୍ତରେ ଆସୁଛନ୍ତି। ଏ ନେଇ ସଚିବ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ଏସ୍‌ସିବି ମେଡିକାଲରେ ମାଗଣା ଚିକିତ୍ସାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। ବିଶେଷକରି ସରକାର ସମସ୍ତ ବ୍ୟବସ୍ଥାକୁ ମାଗଣା କରୁଥିବାବେଳେ ରୋଗୀ ସଂଖ୍ୟା ସେହି ହାରରେ ବୃଦ୍ଧି ପାଉଛି। ମାତ୍ର ଭିତ୍ତିଭୂମିରେ ପରିବର୍ତ୍ତନ ଅଣାଯାଉନାହିଁ। ଉଦାହରଣ ଭାବେ ମେଡିକାଲର ରେଡିଓଲୋଜି ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସଚିବଙ୍କୁ ଦିଆଯାଇଥିବା ତାଲିକା ଅନୁଯାୟୀ, ଉକ୍ତ ବିଭାଗରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ଗତ ୫ ବର୍ଷରେ ଏହି ବିଭାଗରେ ୫୩ ପ୍ରତିଶତ ରୋଗୀଙ୍କ ହାର ବୃଦ୍ଧି ପାଇଥିବା କୁହାଯାଇଛି। ଏଠାରେ ଏକ୍ସ-ରେ, ସ୍ପେଶାଲ ଇନ୍‌ଭେଷ୍ଟିଗେଶନ, ମମୋଗ୍ରାଫି, ୟୁସିଜି, ଡପ୍‌ଲର୍‌ ଓ ସିଟି ସ୍କାନ ଆଦି କରାଯାଉଥିବାବେଳେ ରେଡିଓଗ୍ରାଫର, ସିନିୟର ରେସିଡେଣ୍ଟ ଓ ସହକାରୀ ପ୍ରଫେସର ପଦବୀ ଖାଲି ପଡ଼ିଛି। ସେହିପରି ଗତ ୬ ବର୍ଷ ହେବ ରେଡିଓଲୋଜି ବିଭାଗ ଉପରେ ଶିଶୁଭବନ ଭାର ପଡୁଥିବା କୁହାଯାଇଛି। ଏହାବାଦ ଅନ୍ୟ କେତେକ ପ୍ରସଙ୍ଗକୁ ଦେଖିଲେ ମଧ୍ୟ ଏସ୍‌ସିବି ମେଡିକାଲ ବିବାଦ ମଧ୍ୟକୁ ଟାଣି ହୋଇ ଆସୁଛି। ରାଜ୍ୟରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏଠାରେ କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍‌ ପାଇଁ ଆବଶ୍ୟକ ଫ୍ଲୁଇଡ୍‌ ଦୀର୍ଘଦିନ ହେବ ମିଳି ନ ଥିବାରୁ ନିକଟରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ସରକାର ଆବଶ୍ୟକ ପରିମାଣର ଔଷଧ ଯୋଗାଇପାରୁ ନ ଥିବାରୁ ରୋଗୀମାନେ ଅନେକ ସମୟରେ ହୀନସ୍ତା ଭୋଗୁଛନ୍ତି। ଏ ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କୁହନ୍ତି, ସମସ୍ତ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି। ଭିତ୍ତିଭୂମି ସହିତ ମାନବସମ୍ବଳରେ ବିକାଶ କରାଯିବ। ସରକାର ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri