Posted inଖେଳ

ରାଣୀଙ୍କୁ ‘ଓ୍ବାର୍ଲ୍ଡ୍‌ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର

ନୂଆଦିଲ୍ଲୀ, ୩୧।୧ (ପି.ଟି.)- ଭାରତୀୟ ମହିଳା ହକି ଦଳ ଅଧିନାୟିକା ରାଣୀ ରାମପାଲ ଗୁରୁବାର ସମ୍ମାନଜନକ ‘ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ହାସଲ କରିବାରେ ସେ ପ୍ରଥମ ହକି ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ବିଶ୍ୱ ବ୍ୟାପୀ ଏ ନେଇ ୨୦ ଦିନ ଧରି ମତଦାନ କରାଯାଇଥିଲା। ବହୁ ସଂଖ୍ୟାରେ ପ୍ରଶଂସକମାନେ ଭୋଟ ଦେଇ ରାଣୀଙ୍କୁ ଏହି ପୁରସ୍କାର ପାଇଁ ବାଛିଥିଲେ। ଏଥିପାଇଁ ରାନୀଙ୍କୁ ଓ୍ବାଲର୍‌ଡ ଗେମ୍ସ ଅଭିନନ୍ଦନ ଜଣାଇଛି। ଏହି ପୁରସ୍କାର ଜିତିଥିବାରୁ ଭାରତୀୟ ହକି ସୁପରଷ୍ଟାର ରାନୀଙ୍କୁ ବହୁତ ବହୁତ ଅଭିନନ୍ଦନ ବୋଲି ଓ୍ବାଲର୍‌ଡ ଗେମ୍ସ ତରଫରୁ କୁହାଯାଇଛି।
ମତଦାନରେ ରାନୀ ୧,୯୯, ୪୭୭ ଭୋଟ ହାସଲ କରି ଅନ୍ୟମାନଙ୍କୁ ବହୁ ବ୍ୟବଧାନରେ ପଛରେ ପକାଇଥିଲେ। ମତଦାନରେ ମୋଟ ୭,୦୫, ୬୧୦ ଟି ଭୋଟ ମିଳିଥିଲା। ଗତବର୍ଷ ଭାରତ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଜିତିଥିଲା। ଏଥିରେ ରାଣୀ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ରାଣୀଙ୍କ ନେତୃତ୍ୱରେ ଭାରତ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା।
ମୋ ଦେଶ ଓ ଦଳକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି ବୋଲି ରାଣୀ କହିଛନ୍ତି। ଭାରତ ସରକାର, ହକି ଇଣ୍ଡିଆ, ଦଳ, ପ୍ରଶଂସକ, ହକି ପ୍ରେମୀ, ପରିବାର ସଦସ୍ୟ, ବନ୍ଧୁ, ସାଥୀ କ୍ରୀଡ଼ାବିତ୍‌, ଦେଶବାସୀ ଓ କୋଚ୍‌ମାନଙ୍କୁ ସେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ଏମାନେ ବହୁ ସଂଖ୍ୟାରେ ଭୋଟ ଦେଇ ମୋତେ ଏହି ପୁରସ୍କାର ପାଇଁ ଯୋଗ୍ୟ ମଣିଛନ୍ତି ବୋଲି ସେ କହିଛନ୍ତି। ରାଣୀଙ୍କୁ ମଧ୍ୟ କିଛିଦିନ ତଳେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ପାଇଁ ମୋତେ ସୁପାରିସ କରିଥିବାରୁ ରାଣୀ ଏଫ୍‌ଆଇଏଚ୍‌କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ସେ ଦି ଓ୍ବାଲର୍‌ଡ ଗେମ୍ସ ଫେଡେରେଶନଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି।
ରାଣୀଙ୍କୁ ଏଥିପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଅଭିନନ୍ଦନ ଜଣାଇଛନ୍ତି। ରାଣୀ ଏବେ ଯୁବ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଓ୍ବାଲର୍‌ଡ ଗେମ୍ସ ଆସୋସିଏଶନ ଅଧ୍ୟକ୍ଷ ଜୋସ ପେରୁରେନା ମଧ୍ୟ ରାଣୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ହକି ଫେଡେରେଶନ ମଧ୍ୟ ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ଶୁଭେଚ୍ଛା ଜଣାଇଛି। ରାଣୀ ଜଣେ ସମର୍ପିତ ହକି ଖେଳାଳି ଓ ସେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବୋଲି ଏଫ୍‌ଆଇଏଚ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରୀ ଓ୍ବେଲ କହିଛନ୍ତି। ଏହି ପୁରସ୍କାର ବିଶ୍ୱ ହକି ପାଇଁ ମଧ୍ୟ ଏକ ବଡ଼ ଉପଲ୍‌ବ୍ଧି ବୋଲି ସେ କହିଛନ୍ତି।
ମୋଟ ଉପରେ ଏହି ପୁରସ୍କାର ପାଇଁ ବିଭିନ୍ନ କ୍ରୀଡ଼ାରୁ ୨୫ଜଣ ଆଥଲେଟଙ୍କ ନାମ ସୁପାରିସ କରାଯାଇଥିଲା। ଅନ୍ତର୍ଜାତୀୟ ଫେଡେରେଶନଗୁଡିକ ସେମାନଙ୍କ ଆଥଲେଟଙ୍କ ନାମ ସୁପାରିସ କରିଥିଲେ। ପୁରସ୍କାର ପାଇଁ ଏଫ୍‌ଆଇଏଚ୍‌ ତାଙ୍କ ନାମ ସୁପାରିସ କରିଥିଲା। ରାଣୀଙ୍କ ପଛକୁ ରହି ୟୁକ୍ରେନ କରାଟେ ଷ୍ଟାର ଷ୍ଟାନିସ୍‌ଲାଭ ହୋରୁନା ଓ କାନାଡ଼ାର ଫାଓ୍ବାର ଲିଫ୍ଟିଙ୍ଗ୍‌ ଓ୍ବାଲର୍‌ଡ ଚାମ୍ପିୟନ ରାନଆ ଷ୍ଟିନ୍‌ ୯୨,୦୦୦ ଭୋଟ ପାଇ ମତଦାନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri